କେବଳ 330 ଟଙ୍କାରେ ମିଳିବ 2 ଲକ୍ଷ ଟଙ୍କାର ଫାଇଦା
ଏହି ଯୋଜନାରେ ବାର୍ଷିକ ମାତ୍ର 330ଟଙ୍କା ପ୍ରିମିୟମ୍ ଭରିବାକୁ ପଡ଼ିବ | ଯେଉଁଥିରେ ଆପଣଙ୍କ ପରିବାର ବାମୀଧାରୀଙ୍କ ମୃତ୍ୟୁହେଲେ 2 ଲକ୍ଷ ଟଙ୍କା ବୀମା ରାଶି ପାଇବେ |
ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ପିଏନବି ମେଟଲାଇଫ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ସହଭାଗିତାରେ ଗ୍ରାହକଙ୍କ ପାଇଁ ଆଣିଛି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) | ଏହି ଯୋଜନାରେ କମ୍ ପ୍ରିମିୟମରେ ବୀମା କଭର ମିଳିପାରିବ | PMJJBY ର ଉଦ୍ଦେଶ୍ୟ ହେଉଛି ଏହି ବୀମା ଅନ୍ତର୍ଭୁକ୍ତ ହୋଇନଥିବା ଲୋକମାନଙ୍କୁ ବୀମାଭୁକ୍ତ କରାଇବା | ଏହା ଏପରି ଏକ ଯୋଜନା ଯାହାଦ୍ୱାରା ବୀମାଧାରୀଙ୍କ ପରିବାରକୁ ଅତି ଶସ୍ତା ପ୍ରିମିୟମରେ ମୃତ୍ୟୁ ହେଲେ 2 ଲକ୍ଷ ଟଙ୍କା କଭର ମିଳିପାରିବ |
କିପରି ଭରିବେ ପ୍ରିମିୟମ:
ଏହି ପଲିସିକୁ ପ୍ରତିବର୍ଷ ନବୀକରଣ କରିବାକୁ ପଡିବ | ଏହି ଯୋଜନାରେ ବାର୍ଷିକ ମାତ୍ର 330ଟଙ୍କା ପ୍ରିମିୟମ୍ ଭରିବାକୁ ପଡ଼ିବ | ଯେଉଁଥିରେ ଆପଣଙ୍କ ପରିବାର ବାମାଧାରୀଙ୍କ ମୃତ୍ୟୁ ହେଲେ 2 ଲକ୍ଷ ଟଙ୍କା ବୀମା ରାଶି ପାଇବେ | ଯେତେବେଳେ ଆପଣ ପ୍ରଥମ ଥର ପାଇଁ ଏହି ସ୍କିମ୍ ଅଧୀନରେ ଅନ୍ତର୍ଭୁକ୍ତ ହେବେ ଆପଣଙ୍କ ପ୍ରିମିୟମ୍ ତ୍ରୟମାସିକ ଅନୁଯାୟୀ ସ୍ଥିର କରାଯିବ | ବର୍ତ୍ତମାନ ଆପଣ ଏହି ବୀମାରେ ଅନ୍ତର୍ଭୁକ୍ତ ହେବା ପାଇଁ ଡାକ କାର୍ଯ୍ୟାଳୟରେ ମଧ୍ୟ ଆବେଦନ କରିପାରିବେ |

ଡାକ କାର୍ଯ୍ୟାଳୟରେ କେଉଁମାନେ ଆବେଦନ କରିପାରିବେ
ଯେଉଁ ଗ୍ରାହକମାନଙ୍କର ଆଇପିପିବି (ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ) ରେ ସେଭିଂ ଆକାଉଣ୍ଟ ଅଛି, ସେମାନେ ଡାକ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପାଇଁ ଆବେଦନ କରିପାରିବେ | ଏହି ଯୋଜନା ପାଇଁ ଆପଣଙ୍କର ବୟସ ସର୍ବନିମ୍ନ 18 ବର୍ଷ ଏବଂ ସର୍ବାଧିକ 50 ବର୍ଷ ହେବା ଉଚିତ୍ | ପଲିସି ମାଚ୍ୟୁରିିଟି ସମୟରେ ଆପଣଙ୍କର ସର୍ବାଧିକ ବୟସ 55 ବର୍ଷ ହେବା ଉଚିତ୍ |
ଆବଶ୍ୟକୀୟ ଡକ୍ୟୁମେଣ୍ଟ
ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଧାର କାର୍ଡ | ଏହି ପଲିସିରେ ଅନ୍ତର୍ଭୁକ୍ତ ହେବାର 45ଦିନ ପରେ ଯୋଜନା କଭର ହେବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ | ଏହି ପଲିସି ସମ୍ପର୍କିତ ଅଧିକ ସୂଚନା ପାଇଁ ଆପଣ 1800-180-1111 ଟୋଲ୍ ଫ୍ରି ନମ୍ବରକୁ କଲ୍ କରିପାରିବେ | ଏହା ବ୍ୟତୀତ ଆପଣ www.financialservices.gov.in କୁ ଯାଇ ସବିଶେଷ ସୂଚନା ମଧ୍ୟ ପାଇପାରିବେ |
ପ୍ରଧାନ ମନ୍ତ୍ରୀ ଜୀବନ୍ ଜ୍ୟୋତି ବୀମା ଯୋଜନା ପାଇଁ ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, କନ୍ନଡ, ଓଡିଆ, ମରାଠୀ, ବଙ୍ଗଳା, ତେଲୁଗୁ ଏବଂ ତାମିଲ ସମେତ ଅନେକ ଭାରତୀୟ ଭାଷାରେ ଫର୍ମ ଉପଲବ୍ଧ ରହିଛି |
ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ(ଆଇପିପିବି)
ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ(ଆଇପିପିବି) ସଂଚାର ମନ୍ତ୍ରଣାଳୟର ପୋଷ୍ଟ ବିଭାଗ ଅଧୀନରେ ଆରମ୍ଭ କରାଯାଇଛି | ଏହାର 100 ପ୍ରତିଶତ ଅଂଶ ଭାରତ ସରକାରଙ୍କ ପାଖରେ ଅଛି | 1 ସେପ୍ଟେମ୍ବର 2018 ରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଉଦଘାଟନ କରିଥିଲେ | ଦୁର୍ଗମ ଅଞ୍ଚଳର ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏହା କରାଯାଇଛି | ସୂଚନାଯୋଗ୍ୟ, ଏଥିପାଇଁ 1.55 ଲକ୍ଷ ଡାକଘର ଏବଂ 3 ଲକ୍ଷ ଡାକ କର୍ମଚାରୀଙ୍କ ଡାକ ନେଟୱାର୍କର ସହାୟତା ନିଆଯିବ | ମୋଟ 1.55 ଲକ୍ଷ ଡାକଘର ମଧ୍ୟରୁ 1.35 ଲକ୍ଷ କବଳ ଗ୍ରାମାଞ୍ଚଳରେ ଅଛି |
ଯଦି ଡାକଘରେ ଆପଣଙ୍କର ସଞ୍ଚୟ ଆକାଉଣ୍ଟ୍ ଅଛି, ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମୃନିୟମ ବିଷୟରେ ଅବଗତ ରହିବା ଉଚିତ୍ | ପୋଷ୍ଟ ଅଫିସ୍ ସେଭିଂ ବ୍ୟାଙ୍କ (POSB) ର ସେଭିଂ ଆକାଉଣ୍ଟ ପାଇଁ ଭାରତୀୟ ଡାକ ସର୍ବନିମ୍ନ ଜମା ରାଶି ସୀମା ବୃଦ୍ଧି କରିଛି | ଡିସେମ୍ବର 12 ରୁ ନୂତନ ରାଶିସୀମା କାର୍ଯ୍ୟକାରୀ ହେବାକୁ ଯାଉଛି | POSB ଗ୍ରାହକଙ୍କୁ ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ 500 ଟଙ୍କା ଜମାରାଶି ରଖଇବାକୁ ପଡ଼ିବ | ଯଦି ଆପଣ ଡିସେମ୍ବର 11 ପର୍ଯ୍ୟନ୍ତ ଆପଣଙ୍କର ସଞ୍ଚୟ ଆକାଉଣ୍ଟରେ 500 ଟଙ୍କା ରଖନ୍ତି ନାହିଁ, ତେବେ ଦେୟ ଆଦାୟ ହେବ |
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications