ଦୁଇପକ୍ଷର ବୁଝାମଣା ଦ୍ୱାରା ନିବେଶକମାନଙ୍କର ଯୋଜନା ଏବଂ ଦେଶର ଲକ୍ଷ୍ୟକୁ ସାକାର ହେବ : ପ୍ରଧାନମନ୍ତ୍ରୀ
ଭାରତରେ ନିବେଶକମାନେ ଭାରତରେ ନିବେଶ କରିବାର ଇଛା ଦେଖି ମୁଁ ଖୁସି | ସମସ୍ତ କ୍ଷେତ୍ରରେ ଦୁଇପକ୍ଷର ବୁଝାମଣା ଦ୍ୱାରା ନିବେଶକମାନଙ୍କର ଯୋଜନା ଏବଂ ଦେଶର ଲକ୍ଷ୍ୟକୁ ସାକାର କରିପାରିବ |
ନୂଆଦିଲ୍ଲୀ : ଭାରତରେ ନିବେଶକମାନେ ଭାରତରେ ନିବେଶ କରିବାର ଇଛା ଦେଖି ମୁଁ ଖୁସି | ସମସ୍ତ କ୍ଷେତ୍ରରେ ଦୁଇପକ୍ଷର ବୁଝାମଣା ଦ୍ୱାରା ନିବେଶକମାନଙ୍କର ଯୋଜନା ଏବଂ ଦେଶର ଲକ୍ଷ୍ୟକୁ ସାକାର କରିପାରିବ | ଏହି ବର୍ଷ ଭାରତ କୋଭିଡ୍-19 ମହାମାରୀ ଭିତରେ ଗତି କରୁଛି | ଦେଶର ଜନସାଧାରଣଙ୍କ ଏକତା ଏବଂ ପ୍ରଶାସନିକ ପ୍ରୟାସ ଦ୍ୱାରା ଭାରତ କରୋନା ବିରୋଧରେ ଲଢେଇ କରିପାରୁଛି | ଏହା ସତ୍ତ୍ୱେ ଭାରତ ନିଜର ଅର୍ଥନୀତି ବିକାଶ ପାଇଁ ପ୍ରୟାସ କରୁଛି | ଆତ୍ମନିର୍ଭର ଭାରତ କେବଳ ଏକ ଲକ୍ଷ ନୁହଁ, ଏହା ଏକ ସୁଚିନ୍ତିତ ଅର୍ଥନୀତି ଯୋଜନା ବୋଲି ଭର୍ଚୁଆଲ୍ ଗ୍ଲୋବାଲ ଇନଭେଷ୍ଟର୍ ରାଉଣ୍ଡ ଟେବୁଲ୍ 2020 ରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି |

ସାମାଜିକ, ଶାସନଗତ ଏବଂ ପରିବେଶଜନିତ ସ୍କୋର ଅଧିକ ଥିବା ସ୍ଥାନଗୁଡ଼ିକରେ ନିବେଶ ପାଇଁ କମ୍ପାନି ଗୁଡ଼ିକ ଆଗ୍ରହ ପ୍ରକାଶ କରୁଛନ୍ତି । ଭାରତରେ ଏସବୁ ସ୍ଥିତ ଭଲ ରହିଛି । ଭାରତରେ ଏବେ କୃଷି କ୍ଷେତ୍ରରେ ସଂସ୍କାର ଅଣାଯାଇଛି । ଫଳରେ ଭାରତରେ ଶୀଘ୍ର ବିଶ୍ୱର ରପ୍ତାନି କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ବୋଲି ସେ କହିଛନ୍ତି।
ଭାରତରେ ନିବେଶ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି। ତେଣୁ ଭାରତରେ ନିବେଶ କରି ଦେଶର ବିକାଶ ଧାରାରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ନିବେଶକମାନଙ୍କୁ ଆହ୍ୱାନ କରିଛନ୍ତି ।












Click it and Unblock the Notifications