ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇନାହାଁନ୍ତି କି ? ତେବେ ଜାଣନ୍ତୁ କିପରି ପାଇବେ ଟଙ୍କା

କିଷାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ଯେଉଁ କୃଷକମାନେ ନୂତନ ପଞ୍ଜୀକରଣ କରୁଛନ୍ତି, ସେମାନଙ୍କୁ ବର୍ତ୍ତମାନ ଆବେଦନ ଫର୍ମରେ ସେମାନଙ୍କର ଜମି ପ୍ଲଟ ନମ୍ବର ଉଲ୍ଲେଖ କରିବାକୁ ପଡିବ । ତେବେ ଏହି ନୂତନ ଯୋଜନାର ପରିବର୍ତ୍ତନ ପୁରୁଣା ହିତାଧିକାରୀ ପ୍ରଭାବିତ ହେବେ ନାହିଁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା (Pradhan Mantri Kisan Samman Nidhi scheme) ଅଧୀନରେ ସରକାର ପ୍ରତ୍ୟେକ ବର୍ଷ ଦେଶର କୃଷକମାନଙ୍କୁ 6000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ଯୋଜନାର ଲାଭ ଉଠାଇବା ଲାଗି 1 ଡିସେମ୍ବର 2019 ଠାରୁ ଆଧାର କାର୍ଡ ଲିଙ୍କର ଆବଶ୍ୟକତା କରିଦିଆଯାଇଛି । ଏହା ବ୍ୟତୀତ ସରକାର ମଧ୍ୟ ଏହି ଯୋଜନାର ପୁରୁଣା ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଲାଭ କେବଳ ସେହି ଚାଷୀଙ୍କୁ ଦିଆଯିବ ଯେଉଁ ମାନଙ୍କର ଜମି ନିଜ ନାମରେ ଥିବ । ପୂର୍ବ ପରି, ଯେଉଁମାନଙ୍କର ପୈତୃକ ଜମିରେ ଅଂଶୀଦାର ରହିଛି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ ।

kishan

ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ପାଇବେ ନାହିଁ ଯୋଜନାର ଲାଭ

  • ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଆବେଦନ କରିବା ସମୟରେ ଆଧାର ନମ୍ବର ନଥିଲେ କିମ୍ବା ଭୁଲ ପ୍ରବେଶ କରିଥିଲେ ଏହାର ଲାଭ ପାଇ ପାରିବେ ନାହିଁ ।
  • କିଷାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ଯେଉଁ କୃଷକମାନେ ନୂତନ ପଞ୍ଜୀକରଣ କରୁଛନ୍ତି, ସେମାନଙ୍କୁ ବର୍ତ୍ତମାନ ଆବେଦନ ଫର୍ମରେ ସେମାନଙ୍କର ଜମି ପ୍ଲଟ ନମ୍ବର ଉଲ୍ଲେଖ କରିବାକୁ ପଡିବ । ତେବେ ଏହି ନୂତନ ଯୋଜନାର ପରିବର୍ତ୍ତନ ପୁରୁଣା ହିତାଧିକାରୀଙ୍କୁ ପ୍ରଭାବିତ କରିବ ନାହିଁ ।
  • ରାଜ୍ୟ ସରକାର ଯେତେବେଳେ ହିତାଧିକାରୀଙ୍କ ସଠିକ୍ ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥାଏ, ସେତେବେଳେ ହିତାଧିକାରୀଙ୍କୁ ଟଙ୍କା ପଠାଯାଇଥାଏ ବୋଲି କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି ।

କିପରି କରିବେ ଭୁଲର ସଂଶୋଧନ...

  • କୃଷକମାନେ ନିଜେ ମଧ୍ୟ 'Farmer Corner' କୁ ଯାଇ ତ୍ରୁଟିର ସଂଶୋଧନ କରିପାରିବେ । ସାଧାରଣ ସେବା କେନ୍ଦ୍ର (CSC)କୁ ଯାଇ ମଧ୍ୟ କୃଷକ ମାନେ ଏହାର ସଂଶୋଧନ କରିପାରିବେ ।
  • ପ୍ରଧାନମନ୍ତ୍ରୀ କିଷାନ ପୋର୍ଟାଲରେ ଏକ ସ୍ୱତନ୍ତ୍ର 'Farmer Corner' ଦିଆଯାଇଛି । ଏହା ମାଧ୍ୟମରେ କୃଷକମାନେ ଆଧାର କାର୍ଡରେ ଥିବା ନାଁ ଅନୁଯାୟୀ ହୋଇଥିବା ତ୍ରୁଚିର ସଂଶୋଦ କରିପାରିବେ ।
  • କିଷାନ୍ ଭୋଇ ଯୋଜନା pmkisan.gov.in ୱେବସାଇଟକୁ ଯାଇ Farmer Corner ଖୋଲନ୍ତୁ ।
  • ଏଠାରେ, ଆଧାର ନମ୍ବରରେ ହୋଇଥିବା ତ୍ରୁଟିର ସଂଶୋଧନ କରିବା ପାଇଁ edit adhar failure record ବିକଳ୍ପ ରହିଛି । ଏଥିରେ କ୍ଲିକ୍ କରନ୍ତୁ । ଏହିଠାରେ ଆପଣ ନିଜର ସଠିକ୍ ଆଧାର ନମ୍ବର ପ୍ରବେଶ କରିପାରିବେ ।

କିପରି କରିବେ ପଞ୍ଜିକରଣ...

  • ଆପଣଙ୍କୁ ପ୍ରଥମେ PM Kisan ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
  • ଏହା ପରେ ସେଠାରେ ଥିବା Farmers Corner ବିକଳ୍ପକୁ ଚୟନ କରନ୍ତୁ ।
  • ଏଠାରେ ଥିବା 'New Farmer Registration' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
  • ଏଥିରେ ଆପଣହ୍କୁ ଆପଣଙ୍କ ଆଧାର ନମ୍ବର ପ୍ରବେଶ କରିବାକୁ ହେବ ।
  • ଏହା ସହିତ, କ୍ୟାପଚା କୋର୍ଡ ପ୍ରବେଶ କରି ରାଜ୍ୟ ଚୟନ କରିବାକୁ ପଡିବ ଏବଂ ତା'ପରେ ପରବର୍ତ୍ତୀ ପ୍ରକ୍ରିୟା ଚୟନ କରିବାକୁ ହେବ ।
  • ଏହି ଫର୍ମରେ, ଆପଣଙ୍କୁ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ସୂଚନା ପୂରଣ କରିବାକୁ ପଡିବ ।
  • ଏହା ସହିତ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଜମି ସମ୍ବନ୍ଧୀୟ ସୂଚନା ମଧ୍ୟ ପୂରଣ କରିବାକୁ ହେବ ।
  • ଏହା ପରେ ଆପଣ ଫର୍ମ ଦାଖଲ କରିପାରିବେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+