Get Updates
Get notified of breaking news, exclusive insights, and must-see stories!

ଏଟିଏମ୍ ଡେବିଟ କାର୍ଡରୁ ନିଜେ କରନ୍ତୁ ପିନ୍ ସେଟିଂ

ଆପଣଙ୍କ ଆକାଉଣ୍ଟର ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଆପଣ ଦେଇଥିବା ମୋବାଇଲ୍ ନମ୍ବରର ସାହାଯ୍ୟରେ, ଆପଣ ନିଜେ ଡେବିଟ୍ କାର୍ଡର PIN ସେଟ୍ କରିପାରିବେ ।

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକେଇ । ଉପଭୋକ୍ତାଙ୍କୁ ଲୋଭନୀୟ ଅଫର୍ ଦେଇ କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ପରିଚୟ ଦେଇ ଏଟିଏମ୍ ପିନ୍ ଅବା ଆପଣଙ୍କ ମୋବାଇଲକୁ ଆସୁଥିବା ଓଟିପି ନେଇ ସାଇବର ଠକମାନେ ଆକାଉଣ୍ଟ ଖାଲି କରିଦେଉଛନ୍ତି । ଏହିପରି ସାଇବର ଠକେଇ ମାମଲା ବୃଦ୍ଧି ପାଇବା ପରେ ଅଧିକାଂଶ ବ୍ୟାଙ୍କ ସେଭିଂ ଆକାଉଣ୍ଟ ଖୋଲିବା ପରେ କେବଳ ଡେବିଟ୍ କାର୍ଡ ପ୍ରଦାନ କରୁଛନ୍ତି । ଏଥିରେ ବ୍ୟବହାର କରିବାକୁ ଥିବା PIN ନମ୍ବର ଆଉ ଆପଣଙ୍କ ଠିକଣାକୁ ପଠାଯିବ ନାହିଁ । ଆପଣଙ୍କ ଆକାଉଣ୍ଟର ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଆପଣ ଦେଇଥିବା ମୋବାଇଲ୍ ନମ୍ବରର ସାହାଯ୍ୟରେ, ଆପଣ ନିଜେ ଡେବିଟ୍ କାର୍ଡର PIN ସେଟ୍ କରିପାରିବେ ।

ATM-pin

ପୋଷ୍ଟାଲ୍ କିମ୍ବା କ୍ୟୁରିଅର୍ ଦ୍ୱାରା ବ୍ୟାଙ୍କର ଡେବିଟ୍ କାର୍ଡ ପିନ୍ ପଠାଇବା ସମୟରେ ଅନ୍ୟ କାହା ହାତରେ ଏହା ପଡ଼ିଗଲେ ସେ ଆପଣଙ୍କ ପିନ୍ ଜାଣିପାରିବାର ଆଶଙ୍କା ଥିଲା । ତେଣୁ ବର୍ତ୍ତମାନ ବ୍ୟାଙ୍କ ଗୁଡ଼ିକ ଏପରି ନକରି ଗ୍ରାହକମାନଙ୍କୁ ଗ୍ରୀନ୍ ପିନ୍ ସୁବିଧା ପ୍ରଦାନ କରୁଛନ୍ତି । ଏହା ଫଳରେ ଆପଣ ନିଜେ ଆପଣଙ୍କ ଏଟିଏମର ପିନ୍ ସେଟ୍ଂ କରିବା ସହ ଆକାଉଣ୍ଟକୁ ସୁରକ୍ଷିତ ରଖିପାରିବେ ।

ତେବେ ଆସନ୍ତୁ ଜାଣିବା କିପରି ମୋବାଇଲ ନମ୍ବର ଓ ଆପଣଙ୍କ ଏଟିଏମ୍ ବ୍ୟବହାର କରି ପିନ୍ ଜେନେରେଟ୍ କରିବା ସହ ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିପାରିବେ ।

ଗ୍ରୀନ୍ ପିନ୍ କ'ଣ ?

ଏହା ହେଉଛି ଏଟିଏମ୍ ସାହାଯ୍ୟରେ ସେଟ୍ କରାଯାଉଥିବା ପିନ୍ । ଏହାପୂର୍ବରୁ, ପୋଷ୍ଟ କିମ୍ବା କ୍ୟୁରିଅରରେ ଏକ କାଗଜରେ ପିନ୍ ଲେଖାହୋଇ ଆସୁଥିଲା । ବର୍ତ୍ତମାନ ବ୍ୟାଙ୍କଗୁଡ଼ିକ ଆଉ କାଗଜରେ ନଦେଇ ସିଧାସଳଖ ମୋବାଇଲ ନମ୍ବର ସାହାଯ୍ୟରେ ପିନ୍ କରିବାର ସୁବିଧା କରିଛନ୍ତି । କାଗଜ ବିହୀନ ଏହି ବ୍ୟବସ୍ଥା ଯୋଗୁଁ ଏହାକୁ ଗ୍ରାନ୍ ପିନ୍ ବୋଲି କୁହାଯାଉଛି ।

Atm

କିପରି ସୃଷ୍ଟି କରିବେ PIN ?

  • ପ୍ରାୟ ସମସ୍ତ ବ୍ୟାଙ୍କରେ ଏଟିଏମ୍ ସାହାଯ୍ୟରେ ପିନ୍ ଉତ୍ପାଦନ କରିବାର ପଦ୍ଧତି ସମାନ । ଆପଣ ପ୍ରଥମେ, ଏଟିଏମରେ ଡେବିଟ୍ କାର୍ଡ ପୁରାନ୍ତୁ ।
  • ଏହା ପରେ ସ୍କ୍ରିନରେ ଆପଣ ପିନ୍ PIN generate ର ବିକଳ୍ପ ପାଇବେ ।
  • ଯଦି ପ୍ରଥମ ସୋପାନରେ ଆପଣ PIN Change, PIN Generate ର ବିକଳ୍ପ ପାଇ ନାହାଁନ୍ତି, ତେବେ ଆପଣ ସେଠାରେ ଥିବା 'More'ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
  • ଏଠାରେ ଆପଣ PIN Change / PIN Generate କରିବାର ବିକଳ୍ପ ପାଇପାରିବେ ।

କ'ଣ ରହିଛି ପିନ୍ ସେଟିଂ କରିବାର ପ୍ରକ୍ରିୟା ?

  • ଉପରୋକ୍ତ ସୋପାନରେ ଆପଣ ପାଇଥିବା PIN Change / PIN Generate ବିକଳ୍ପ ଉପରେ କ୍ଲିକ୍ କରିବା ପରେ ସେଠାରେ ଆପଣଙ୍କୁ ଆପଣଙ୍କ ଆକାଉଣ୍ଟ ନମ୍ବର ଓ ସଥିରେ ଦେଇଥିବା ମୋବାଇଲ ନମ୍ବର ଦେବାକୁ ହେବ ।
  • ଏହା ସଠିକ୍ କି ନାହିଁ ନିଶ୍ଚିତ କରିବା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ OTP ମେସେଜ ଆସିବ ।
  • ସେଠାରେ ଏହି OTP ଦେବାପରେ ସ୍କ୍ରିନରେ PIN ସେଟ୍ କରିବାର ବିକଳ୍ପ ଦେଖାଇବ ।
  • ଏହା ପରେ, ଆପଣ ବ୍ୟାଙ୍କ ଆକାଉଣ୍ଟ ଅନୁଯାୟୀ ଏକ ଚାରି କିମ୍ବା ଛଅ ଅଙ୍କ ବିଶିଷ୍ଟ PIN ନମ୍ବର ଦେଇପାରିବେ ।
  • ଏଟିଏମ୍ ଆପଣଙ୍କୁ ପୁନର୍ବାର PIN ନମ୍ବର ପ୍ରବେଶ କରିବାକୁ କହିବ ।
  • ଏହାକୁ ନିଶ୍ଚିତ କରିବା ପରେ, ଆପଣ ପରଦାରେ ଏକ ବାର୍ତ୍ତା ଦେଖିବେ ଯେଉଁଥିଲେ ଲେଖାଥିବ ଆପଣଙ୍କ ପିନ୍ ସେଟ୍ ହୋଇଯାଇଛି ବା ଫିନ୍ ପରିବର୍ତ୍ତନ ହୋଇଯାଇଛି ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+