ବଢୁଛି ପେଟ୍ରୋଲ ଓ ଡିଜେଲ ଦର, ଭୁବନେଶ୍ୱର ସମେତ କେତେକ ସ୍ଥାନରେ ଶତକ ଆଉ ଅଳ୍ପ ଦୂର
ଆଜିବି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ଅଙ୍କୁଶ ଲାଗିନି । ଦେଶର କେତେକ ପ୍ରମୁଖ ସହରରେ ପେଟ୍ରୋଲ ଦର ଲିଟର ପ୍ରତି 90ଟଙ୍କାରୁ 98 ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଡିଜେଲ ଦର ପ୍ରାୟତଃ 80 ରୁ 90 ଟଙ୍କା ପର୍ଯ୍ୟନ୍ତ ରହିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ୱର : ଆଜିବି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ଅଙ୍କୁଶ ଲାଗିନି । ଦେଶର କେତେକ ପ୍ରମୁଖ ସହରରେ ପେଟ୍ରୋଲ ଦର ଲିଟର ପ୍ରତି 90ଟଙ୍କାରୁ 98 ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଡିଜେଲ ଦର ପ୍ରାୟତଃ 80 ରୁ 90 ଟଙ୍କା ପର୍ଯ୍ୟନ୍ତ ରହିଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ବଢୁଛି ।

ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଦର
ଆଜି ମଧ୍ୟପ୍ରଦେଶରେ ପ୍ରଦେଶରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ 99 ଟଙ୍କା ରହିଛି । ସେହିପରି ଶତକ ଛୁଇଁବାକୁ ଆଉ ଅଳ୍ପ ଦୂରରେ ଥିବା ରାଜ୍ୟ ମଧ୍ୟରେ ମହାରାଷ୍ଚ୍ରରେ ଲିଟର ପ୍ରତି 97 ଟଙ୍କା 63 ପଇସା, ରାଜସ୍ଥାନରେ 97ଟଙ୍କା 47 ପଇସା, ତେଲେଙ୍ଗାନାରେ 94 ଟଙ୍କା 54 ପଇସା, ତାମିଲନାଡ଼ୁରେ 93 ଟଙ୍କା 38 ପଇସା, କର୍ଣ୍ଣାଟକରେ 93 ଟଙ୍କା 59 ପଇସା, ବିହାରରେ 93 ଟଙ୍କା 25 ପଇସା ରହିଛି । 90 ଟଙ୍କା ଦର ଉପରକୁ ଅଧିକ ଥିବା ଅନ୍ୟ ରାଜ୍ୟ ମଧ୍ୟରେ ଓଡ଼ିଶାରେ ପେଟ୍ରୋଲ ଲିଟର ପ୍ରତି 91 ଟଙ୍କା 66 ପଇସା ଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ରହିଛି 90 ଟଙ୍କା 93 ପଇସା । ସେହପରି ଦେଶର ଅନ୍ୟତମ ପ୍ରମୁଥ ସହର କୋଲକାତାରେ ପେଟ୍ରୋଲ ଲିଟର ପିଛା 91 ଟଙ୍କା 9 ପଇସା ରହିଥିବା ନେଇ 'ଇକୋନୋମିକ୍ ଟାଇମ୍ସ' ସୂଚନା ଦେଇଛି ।
ବିଭିନ୍ନ ରାଜ୍ୟରେ ଡିଜେଲ୍ ଦର
ଅନ୍ୟ ପକ୍ଷରେ ଦେଶରେ ଡିଜେଲ ମହଙ୍ଗା ମାଡ଼ରେ ମଧ୍ୟ ଗ୍ରାହକ ଅଣ୍ଟା ସଳଖି ପାରୁନାହାନ୍ତି । ଆଜି ରେକର୍ଡ ହୋଇଥିବା ଡିଜେଲ ଲିଚର ପ୍ରତି ଦର ମଧ୍ୟରେ ରାଜସ୍ଥାନରେ ସର୍ବାଧିକ 89 ଟଙ୍କା 82 ପଇସା ରହିଛି । ସେହିପରି ଦେଶର ଅନ୍ୟତମ ବୃହକ ରାଜ୍ୟ ମଧ୍ୟପ୍ରଦେଶରେ ଡିଜେଲ ଲିଟର ପିଛା 89 ଟଙ୍କା 65 ପଇସା, ତେଲେଙ୍ଗାନାରେ 88 ଟଙ୍କା 69 ପଇସା, ମହାରାଷ୍ଟ୍ରରେ 88 ଟଙ୍କା 67 ପଇସା, ଛତିଶଗଡ଼ରେ 88 ଟଙ୍କା 08 ପଇସା, କେରଳରେ 86 ଟଙ୍କା 7 ରହିଥିବା ରେକର୍ଡ ହୋଇଛି ।
ସେହିପରି ଡିଜେଲ ଦର ଲିଟର ପିଛା 80 ଟଙ୍କା ଉପରେ ଥିବା ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଆଜି ଓଡ଼ିଶାରେ ଡିଜେଲ୍ ଲିଟର ପ୍ରତି 88 ଟଙ୍କା 63 ଟଙ୍କା ରହିଛି । ସେହିପରି ଦେଶର ଜାତୀୟ ରାଜଧାନୀରେ ଡିଜେଲ 81 ଟଙ୍କା 32 ପଇସା ରହିଥିବା ସହ ଅନ୍ୟ ପ୍ରମୁଖ ସହର କୋଲକାତାରେ 84 ଟଙ୍କା 20 ପଇସା ରହିଛି ।












Click it and Unblock the Notifications