ଜାରି ରହିଛି ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ କଣ ରହିଛି ଆଜି ପେଟ୍ରୋଲ-ଡିଜେଲ ଦର
ଲଗାତାର 18 ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ସୋମବାର ଦିନ ତୈଳ ମୂଲ୍ୟ ମଧ୍ୟ ସ୍ଥିର ରହିଛି । ଆପଣଙ୍କୁ କହି ରଖୁଛୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି ।
ନୂଆଦିଲ୍ଲୀ : ଲଗାତାର 18 ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ସୋମବାର ଦିନ ତୈଳ ମୂଲ୍ୟ ମଧ୍ୟ ସ୍ଥିର ରହିଛି । ଆପଣଙ୍କୁ କହି ରଖୁଛୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି । ସଦ୍ୟତମ ପରିସ୍ଥିତି ଅନୁଯାୟୀ, ସୋମବାର ଦିନ ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା 78.51 ଡଲାର ରହିଛି, ତେଣୁ ଆସନ୍ତା ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପ୍ରତି 101 ଟଙ୍କା 81 ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି 91 ଟଙ୍କା 62 ପଇସାରେ ବିକ୍ରି ହେଉଛି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ ଏବଂ ଡିଜେଲର ଦରରେ ହ୍ରାସ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 24 ଟି ରାଜ୍ୟ ସାଧାରଣ ଲୋକଙ୍କ ପାଇଁ ଇନ୍ଧନ ମୂଲ୍ୟରେ ଭ୍ୟାଟ୍ ହ୍ରାସ କରିବାକୁ ଘୋଷଣା କରିଛନ୍ତି ।
ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 103.97 ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଲିଟର ପିଛା 109.98 ଟଙ୍କା, କୋଲକାତାରେ 104.67 ଟଙ୍କା, ଚେନ୍ନାଇରେ ପ୍ରତି ଲିଟର ପିଛା 101.40 ଟଙ୍କା, ବେଙ୍ଗାଲୁରୁରେ 100.58 ଟଙ୍କା, ଲକ୍ଷ୍ନୌରେ ପ୍ରତି ଲିଟର ପିଛା 95.28 ଟଙ୍କା ଥିବାବେଳେ ହାଇଦ୍ରାବାଦରେ ଲିଟର ପିଛା 108.20 ଟଙ୍କା ରହିଛି ।
ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପ୍ରତି 86 ଟଙ୍କା 67 ପଇସା ରହିଛି । ଏହା ସହିତ ମୁମ୍ବାଇରେ 94.14 ଟଙ୍କା, କୋଲକାତାରେ 89.79 ଟଙ୍କା, ଚେନ୍ନାଇରେ 91.42 ଟଙ୍କା, ବାଙ୍ଗାଲୁରୁରେ 85.01 ଟଙ୍କା, ଲକ୍ଷ୍ନୌରେ 86.80 ଟଙ୍କା ଏବଂ ହାଇଦ୍ରାବାଦରେ 94.62 ଟଙ୍କା ରହିଛି ।












Click it and Unblock the Notifications