ଦେଶରେ କ୍ରମାଗତ 14 ଦିନ ହେଲା ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦର
ଓଡ଼ିଶାରେ ମଧ୍ୟ ପେଟ୍ରୋଲ 100 ଅତିକ୍ରମ କରି 102 ଟଙ୍କା 66 ପଇସା ଥିବାବେଳେ ଓ ଡିଜେଲ ଲିଟର ପିଛା 97 ଟଙ୍କା 95 ପଇସା ରହିଛି ।
ନୂଆଦିଲ୍ଲୀ : ଦେଶରେ ଅନେକ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଗତ କିଛି ଦିନ ହେବ ଶହେ ପାର୍ ହୋଇଛି । ରାଜଧାନୀ ଦିଲ୍ଲୀରେ ଯେଉଁଠାରେ ପେଟ୍ରୋଲର ମୂଲ୍ୟ ସର୍ବନିମ୍ନ ଥିଲା, ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା 102 ଟଙ୍କା ପାଖାପାଖି ପହଞ୍ଚିଛି । ତେବେ ଗତ ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ, ଯାହା ଜନସାଧାରଣଙ୍କ ପାଇଁ ଟିକେ ଆରାମଦାୟକ ।
ଉଲ୍ଲେଖଥାଉ କି, ଯଦିଓ ଗତ 10 ଦିନରେ ଏହି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ, ତଥାପି ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲ ଦର ମହଙ୍ଗା ସାବ୍ୟସ୍ତ ହୋଇଛି ।

ଜୁଲାଇ 18 ଠାରୁ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ରହିଛି ସ୍ଥିର
ଜୁଲାଇ 31 ରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି । ଜୁଲାଇ 18 ଠାରୁ ଦେଶରେ ତୈଳ ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ତେବେ ମୂଲ୍ୟ ମଧ୍ୟ ହ୍ରାସ ପାଇନାହିଁ । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 101.84 ଟଙ୍କା ରହିଛି । ଏହା ବ୍ୟତୀତ ଡିଜେଲର ମୂଲ୍ୟ ଲିଟର ପିଛା 89.87 ଟଙ୍କା ରହିଛି । ଏଥି ସହିତ ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 107.83 ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା 97.45 ଟଙ୍କା ରହିଛି ।
ଆପଣଙ୍କୁ କହିରଖୁଛୁ ଯେ ଅପ୍ରେଲ 29 ରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା ଅତିକ୍ରମ କରିଥିଲା । ମୁମ୍ବାଇରେ ପେଟ୍ରୋଲ ପ୍ରଥମେ 100 ଟଙ୍କା ଅତିକ୍ରମ କରିଥିଲା ।
ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା 102.08 ଟଙ୍କା ଏବଂ ଡିଜେଲ ଲିଟର ପିଛା 93.02 ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା 102.49 ଟଙ୍କା ଏବଂ ଡିଜେଲ ଲିଟର ପିଛା 94.39 ଟଙ୍କାରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା 105.25 ଟଙ୍କା ଏବଂ ଡିଜେଲ ଲିଟର ପିଛା 95.26 ଟଙ୍କା ରହିଛି । ସେହିଭଳି ଭୋପାଳରେ ଡିଜେଲ ମୂଲ୍ୟ ଲିଟର ପିଛା 98.67 ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା 110.20 ଟଙ୍କା ରହିଛି । ଏହା ବ୍ୟତୀତ ଚଣ୍ଡିଗଡ଼ରେ ଡିଜେଲ ଲିଟର ପିଛା 89.50 ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା 97.93 ଟଙ୍କା ରହିଛି । ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା 98.02 ଟଙ୍କା ଏବଂ ଡିଜେଲ ଲିଟର ପିଛା 90.26 ଟଙ୍କା ରହିଛି । ପାଟନାରେ ପେଟ୍ରୋଲ ଲିଟର ପିଛା 105.24 ଟଙ୍କା ଏବଂ ଡିଜେଲ ଲିଟର ପିଛା 95.57 ଟଙ୍କା ରହିଛି ।
ଓଡ଼ିଶାରେ ମଧ୍ୟ ପେଟ୍ରୋଲ 100 ଅତିକ୍ରମ କରି 102 ଟଙ୍କା 66 ପଇସା ଥିବାବେଳେ ଓ ଡିଜେଲ ଲିଟର ପିଛା 97 ଟଙ୍କା 95 ପଇସା ରହିଛି ।
-
ଆମେରିକା ଏବଂ ଇରାନ ବିବାଦ ;ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ












Click it and Unblock the Notifications