Get Updates
Get notified of breaking news, exclusive insights, and must-see stories!

ଓଡିଆ ପୁଅଙ୍କ ଉପଦେଶ ମାନିବେ ସରକାର : ଗୋଟିଏ ଝଟକାରେ ୮.୫୦ ଟଙ୍କା ଶସ୍ତା ହେବ ପେଟ୍ରୋଲ

ସାଧାରଣ ଲୋକଙ୍କୁ ତେଲ ଦର ବୃଦ୍ଧିରୁ ଆଶ୍ୱସ୍ତି ଦେବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପରାମର୍ଶ ପାଳନ କରିବାକୁ ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି । ମୂଲ୍ୟ ହ୍ରାସ ଉପରେ ଟିକସ ହ୍ରାସ କରିବା ନେଇ ସେ ପରାମର୍ଶ ଦେଇଛନ୍ତି ।

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ନେଇ ସାରା ଦେଶ ଏବେ ଚିନ୍ତାରେ । କେବେ କମିବ ପେଟ୍ରୋଲ ଓ ଡିଜେଲ ଦର ତାକୁ ନେଇ ସମସ୍ତଙ୍କ ନଜର । ଏହି ସମୟରେ ସାଧାରଣ ଲୋକଙ୍କୁ ତେଲ ଦର ବୃଦ୍ଧିରୁ ଆଶ୍ୱସ୍ତି ଦେବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପରାମର୍ଶ ପାଳନ କରିବାକୁ ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି । ରଏଟର୍ସ ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଅର୍ଥ ମନ୍ତ୍ରଣାଳୟ ବିଚାର କରୁଛି । ଗତ ଦଶ ମାସ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଛି, ଯେଉଁଥିପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆକାଶକୁ ଛୁଇଁଛି । ଅନେକ ସହରରେ ପେଟ୍ରୋଲ 100 ରୁ ଅଧିକ ଏବଂ ଡିଜେଲ 90 ଟଙ୍କାରୁ ଅଧିକ ବିକ୍ରି ହେଉଛି ।

Shasikanta-Das

ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ଏକାଠି କଥା ହେବା ଉଚିତ୍ । ମୂଲ୍ୟ ହ୍ରାସ ଉପରେ ଟିକସ ହ୍ରାସ କରିବା ନେଇ ସେ ପରାମର୍ଶ ଦେଇଛନ୍ତି ।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ 60 ପ୍ରତିଶତ ଟିକସ ରହିଛି । ପେଟ୍ରୋଲ ମୂଲ୍ୟ ଉପରେ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ଭାଲ୍ୟୁ ଆଡ୍ ଟ୍ୟାକ୍ସ ଅର୍ଥାତ୍ ଭ୍ୟାଟ୍ ଆଦାୟ କରିଥାନ୍ତି । ଗତ 12 ମାସ ମଧ୍ୟରେ ମୋଦୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଦୁଇଥର ବୃଦ୍ଧି କରିଛନ୍ତି । 2020 ମାର୍ଚ୍ଚରୁ ମେ ମଧ୍ୟରେ ପେଟ୍ରୋଲ ଉପରେ ଲିଟର ପ୍ରତି ଏକ୍ସାଇଜ୍ ଡ୍ୟୁଟି 13 ଟଙ୍କା ଏବଂ ଡିଜେଲରେ 16 ଟଙ୍କା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ପେଟ୍ରୋଲ ଉପରେ ମୋଟ 32 ଟଙ୍କା 90 ପଇସା ଏବଂ ଡିଜେଲ ଉପରେ ଲିଟର ପିଛା 31ଟଙ୍କା 80 ପଇସା ଲାଗୁ ହେଉଛି ।

ବର୍ତ୍ତମାନ କେତେ ରହିଛି ଟ୍ୟାକ୍ସ ?

ମାର୍ଚ୍ଚ 1 ରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 91ଟଙ୍କା 17ପଇସା ଥିଲା । ତେଲର ବେସ୍ ପ୍ରାଇସ୍ ବା ପ୍ରାଥମିକ ଦର 33 ଟଙ୍କା 26 ପଇସା ଥିବାବେଳେ ଏଥିରେ 32 ଟଙ୍କା 90 ପଇସା ଏକ୍ସାଇଜ୍ ଜ୍ୟୁଟି ଏବଂ 21 ଟଙ୍କା 04 ପଇସା ଭ୍ୟାଟ୍ ଲଗାଯାଇଛି । ସେହିଭଳି ଡିଜେଲର ମୂଲ୍ୟ ଲିଟର ପିଛା 81 ଟଙ୍କା 47 ଟଙ୍କାରେ ବିକ୍ରି ହୋଇଛି । ଏଥିରେ ଡିଜେଲର ମୂଳ ମୂଲ୍ୟ 34 ଟଙ୍କା 97 ପଇସା ରହିଥିବାବେଳେ ଏକ୍ସାଇଜ୍ ଡ୍ୟୁଟି 31 ଟଙ୍କା 80 ପଇସା ଏବଂ ଭ୍ୟାଟ୍ 11 ଟଙ୍କା 94 ପଇସା ଲାଗୁ ହୋଇଛି ।

ସରକାରଙ୍କ ରୋଜଗାର ଉପରେ ପଡ଼ିବନି କୌଣସି ପ୍ରଭାବ

ତେଲ ଦରରେ ଲିଟର ପିଛା 8ଟଙ୍କା 50 ପଇସା ପର୍ଯ୍ୟନ୍ତ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କଲେ ଏହା ରାଜସ୍ୱ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଶ୍ଳେଶକ ମାନେ ମତ ପ୍ରକାଶ କରିଛନ୍ତି । ଆଇସିଆଇସିଆଇ ସିକ୍ୟୁରିଟିଜ୍ ମତ ଅନୁସାରେ, 'ଆମେ ଅନୁମାନ କରୁଛୁ ଯେ ଯଦି 2021-22 ଆର୍ଥିକ ବର୍ଷରେ ଯାନବାହାନ ଇନ୍ଧନ ଉପରେ ଏକ୍ସାଇଜ୍ ଡ୍ୟୁଟି କଟ୍ ନହୁଏ, ତେବେ ଏହା 4 ଲକ୍ଷ 35 ହଜାର କୋଟିରେ ପହଞ୍ଚିଯିବ, ଯେଉଁଠି ବଜେଟର ଆକଳନ 3ଲକ୍ଷ 20 ହଜାର କୋଟି । ସେହି ଅନୁଯାୟୀ, ଯଦି 2021 ଏପ୍ରିଲ 1 ତାରିଖ କିମ୍ବା ତା'ପୂର୍ବରୁ ଲିଟର ପିଛା 8ଟଙ୍କା 50 ପଇସା ହ୍ରାସ କରାଯାଏ, ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଆକଳନ ହୋଇଥିବା ବଜେଟ୍ ହାସଲ କରିପାରିବ ।'

15 ମାସରେ 9 ଥର ବଢିଛି ଏକ୍ସସାଇଜ୍ ଡ୍ୟୁଟି

ନଭେମ୍ବର 2014 ରୁ ଜାନୁୟାରୀ 2016 ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହେବାର ସୁଯୋଗ ନେଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କକୁ 9 ଥର ବୃଦ୍ଧି କରିଛନ୍ତି । ମୋଟାମୋଟି ଭାବେ 15 ମାସରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି 11 ଟଙ୍କା 77 ପଇସା ଏବଂ ଡିଜେଲ ଉପରେ 13 ଟଙ୍କା 47 ପଇସା ବୃଦ୍ଧି କରାଯାଇଛି । ଏହା ଦ୍ୱାରା ସରକାରୀ ଖର୍ଚ୍ଚରେ ଭଲ ବୃଦ୍ଧି ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+