ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ, ଜାଣନ୍ତୁ କଣ ରହିଛି ଦାମ
ତୈଳ କମ୍ପାନୀଗୁଡିକ ବୁଧବାର ପେଟ୍ରୋଲ ମୂଲ୍ୟ ଲିଟର ପିଛା 18 ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 17 ପଇସା ହ୍ରାସ କରିଛନ୍ତି ।
ନୂଆଦିଲ୍ଲୀ : ଗତ 24 ଦିନ ଧରି ସ୍ଥିର ରହିଥିବା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ବୁଧବାର ଦିନ ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବ । କାରଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇଛି । ତୈଳ କମ୍ପାନୀଗୁଡିକ ବୁଧବାର ପେଟ୍ରୋଲ ମୂଲ୍ୟ ଲିଟର ପିଛା 18 ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 17 ପଇସା ହ୍ରାସ କରିଛନ୍ତି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଘରୋଇ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇଛି । ଗତ 15 ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ 10 ପ୍ରତିଶତ ହ୍ରାସ ଘଟିଛି । ଯେଉଁ କାରଣରୁ ଅଶୋଧିତ ତୈଳ ବ୍ୟାରେଲ ପିଛା 71 ଡଲାରରୁ 64 ଡଲାରକୁ ଖସି ଆସିଛି । ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇପାରେ ବୋଲି କୁହାଯାଉଛି ।
ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା 91 ଟଙ୍କା 9 ପଇସା ରହିଛି । ସେହିପରି ଡିଜେଲ ଲିଟର ପିଛା 88 ଟଙ୍କା 79 ପଇସା ରେକର୍ଡ ହୋଇଛି । ଏହା ପୂର୍ବରୁ ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 91 ଟଙ୍କା 86 ପଇସାରେ ବିକ୍ରି ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା 88 ଟଙ୍କା 75 ପଇସା ରହିଥିଲା ।












Click it and Unblock the Notifications