ଚାଷୀଙ୍କ ପାଇଁ ପେନସନ ଯୋଜନା : ମାସକୁ ଦେବେ ମାତ୍ର ୫୫ ଟଙ୍କା, ଅବସର ପରେ ମିଳିବ ବର୍ଷକୁ ୩୬ ହଜାର
ସରକାରୀ ଚାକିରି କରୁଥିବା ଲୋକମାନଙ୍କ ପରି କୃଷକମାନେ ମଧ୍ୟ ପ୍ରତି ମାସରେ ପେନସନ ପାଇପାରିବେ । ଏଥିପାଇଁ କେନ୍ଦ୍ର ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା ରହିଛି ।
ଅବସର ପରେ ମଧ୍ୟ ଚାକିରୀ କରୁଥିବା ଲୋକଙ୍କ ପାଇଁ କୌଣସି ଅସୁବିଧା ନାହିଁ, କାରଣ ସେମାନେ ପେନସନ୍ ପାଇଥାନ୍ତି । ଏହି ପେନସନ୍ କେବଳ ସେମାନଙ୍କର ଚାକିରି ଏବଂ ବେତନର ଏକ ଅଂଶ । ଆପଣ ଜାଣନ୍ତି କି ସରକାରୀ ଚାକିରି କରୁଥିବା ଲୋକମାନଙ୍କ ପରି କୃଷକମାନେ ମଧ୍ୟ ପ୍ରତି ମାସରେ ପେନସନ ପାଇପାରିବେ । ଏଥିପାଇଁ କେନ୍ଦ୍ର ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା ରହିଛି ।
କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି - ପ୍ରଧାନମନ୍ତ୍ରୀ କିଷାନ ମାନଧନ୍ ଯୋଜନା । ଏହି ଯୋଜନା ଅଧୀନରେ (PM Kisan Maan Dhan Scheme) 60 ବର୍ଷ ବୟସ ପରେ ପେନସନ ବ୍ୟବସ୍ଥା ରହିଛି । ଯଦି 18 ରୁ 40 ବର୍ଷ ବୟସର କୌଣସି କୃଷକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବୟସ ଅନୁଯାୟୀ ପ୍ରତ୍ୟେକ ମାସରେ ପ୍ରିମିୟମ୍ ଭରିବେ ତେବେ, 60 ବର୍ଷ ବୟସ ପରେ ସେ ପ୍ରତି ମାସରେ 3000 ଟଙ୍କା ତଥା ବାର୍ଷିକ 36000 ଟଙ୍କା ପେନସନ୍ ପାଇପାରିବେ ।

ଏହି ପେନସନ୍ ପାଣ୍ଠି ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଦ୍ୱାରା ପରିଚାଳିତ ହେଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ 21 ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି । ତେବେ ଆପଣ ଯଦି ଜଣେ ଚାଷୀ, ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି... ଜାଣନ୍ତୁ କିପରି ଏହି ଯୋଜନାରେ ସାମିଲ ହୋଇପାରିବେ...
କ'ଣ ଏହି ଯୋଜନା, କେତେ ଟଙ୍କା ଦେବାକୁ ଅଂଶଧନ ?
18 ରୁ 40 ବର୍ଷ ବୟସର କୃଷକମାନେ ଏହି କୃଷକ ପେନସନ୍ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ଯେଉଁ ଚାଶୀ ପାଖରେ ସର୍ବାଧିକ 2 ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ରହିଛି ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ଅନୁଯାୟୀ ସେମାନଙ୍କୁ ସର୍ବନିମ୍ନ 20 ବର୍ଷ ଏବଂ ସର୍ବାଧିକ 40 ବର୍ଷ ପାଇଁ ପ୍ରାୟ 55 ରୁ 200 ଟଙ୍କା ପର୍ଯ୍ୟନ୍ତ ଅଂଶଧନ ବାବଦକୁ ଦେବାକୁ ପଡିବ ।
ଏହି ଅଂଶଧନ କୃଷକଙ୍କ ବୟସ ଉପରେ ନିର୍ଭର କରେ । ଉଦାହରଣ ସ୍ୱରୂପ, ଯଦି ଆପଣ 18 ବର୍ଷ ବୟସରେ ଯୋଗ ଦିଅନ୍ତି, ତେବେ ମାସିକ ଅବଦାନ 55 ଟଙ୍କା ଅର୍ଥାତ୍ ବାର୍ଷିକ ଅବଦାନ 660 ଟଙ୍କା ହେବ । ସେହିପରି ଯଦି ଆପଣ 40 ବର୍ଷ ବୟସରେ ଏହି ଯୋଜନାରେ ଯୋଡ଼ି ହେବାକୁ ଚାହାନ୍ତି, ତେବେ ଆପଣଙ୍କୁ ମାସକୁ 200 ଟଙ୍କା ଅର୍ଥାତ୍ ବାର୍ଷିକ 2400 ଟଙ୍କା ଦେବାକୁ ପଡିବ ।
ଏହି ଯୋଜନା ଅଧୀନରେ କୃଷକଙ୍କ ଅଂଶଧନ ଯେତ୍କ୍ ରହିବ କେନ୍ଦ୍ର ସରକାର ମଧ୍ୟ ସେହି ପରିମାଣର ଅଂଶଧନ ଦାଖଲ କରିବେ । ଯଦି ପିଏମ କିସାନ ଆକାଉଣ୍ଟରେ ଆପଣଙ୍କର ଅବଦାନ 55 ଟଙ୍କା, ତେବେ ସରକାର ମଧ୍ୟ ଆପଣଙ୍କ ଆକାଉଣ୍ଟରେ 55 ଟଙ୍କା ଦାଖଲ କରିବେ ।
ଯୋଜନାର ଲାଭ ଉଠାଇବାକୁ କରନ୍ତୁ ପଞ୍ଜିକରଣ
ଏହି କିସାନ ମାନଧନ ପେନସନ୍ ଯୋଜନାର ଲାଭ ପାଇବାକୁ ହେଲେ କୃଷକଙ୍କୁ ନିକଟତମ ସାଧାରଣ ସେବା କେନ୍ଦ୍ର (CSC)ରେ ନିଜକୁ ପଞ୍ଜିକରଣ କରିବାକୁ ହେବ । ଏଥିପାଇଁ କୃଷକଙ୍କ ଆଧାର କାର୍ଡ ଏବଂ ଖସରା-ଖତିୟାନର କପି ଆବଶ୍ୟକ । ଏଥି ସହିତ କୃଷକଙ୍କୁ ନିଜର ଦୁଇଟି ପାସପୋର୍ଟ ଆକାରର ଫଟୋ ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ନେବାକି ପଡ଼ିବ ।
କୃଷକମାନେ ମନେରଖିବା ଉଚିତ୍ ଯେ ସେମାନଙ୍କୁ ପଞ୍ଜିକରଣ ପାଇଁ କୌଣସି ଅଲଗା ଦେୟ ଦେବାକୁ ପଡ଼ିବ ନାହିଁ । ପଞ୍ଜୀକରଣ ସମୟରେ ଚାଷୀଙ୍କ ସ୍ୱତନ୍ତ୍ର ପେନସନ୍ ନମ୍ବର ଏବଂ ପେନସନ୍ କାର୍ଡ ପ୍ରସ୍ତୁତ କରାଯିବ ।
ଯଦି ଅଧାରୁ ଅଂଶଧନ ଦେବା ବନ୍ଦ କରିଦେବେ, ତେବେ କ'ଣ ହେବ ?
ଯଦି କୌଣସି କାରଣରୁ କିଛି ଦିନ ପରେ ଜଣେ କୃଷକ ଅଂଶଧନ ଦେବାକୁ ଅସମର୍ଥ ହୁଅନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ଏହି ଯୋଜନା ଛାଡିବାକୁ ଚାହାଁନ୍ତି, ତେବେ ତାଙ୍କ ଟଙ୍କା ବୁଡ଼ିବ ନାହିଁ । ସେ ସମୟ ପର୍ଯ୍ୟନ୍ତ ସେ ଦାଖଲ କରିଥିବା ଟଙ୍କାକୁ, ସେ ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟରେ ଥିବା ସୁଧ ହିସାବରେ ଫେରିପାଇପାରିବେ । ଯଦି ପଲିସି ଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ସେ ଭଲି ପରିସ୍ଥିତିରେ ତାଙ୍କ ପତ୍ନୀଙ୍କୁ ପୂର୍ବ ଯୋଜନା ଅନୁଯାୟୀ 50 ପ୍ରତିଶତ ଟଙ୍କା ମିଳିବ ।












Click it and Unblock the Notifications