ଅଚଳ ହୋଇପାରେ ପୁରୁଣା 100, 10 ଏବଂ 5ଟଙ୍କିଆ ନୋଟ୍

ଅଚଳ ହୋଇଯିବ ପୁରୁଣା 100, 10 ଏବଂ 5ଟଙ୍କିଆ ନୋଟ୍ । ଏନେଇ ପ୍ରସ୍ତୁତି କରୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇର ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ବି ମହେଶ ।

ଅଚଳ ହୋଇଯିବ ପୁରୁଣା 100, 10 ଏବଂ 5ଟଙ୍କିଆ ନୋଟ୍ । ଏନେଇ ପ୍ରସ୍ତୁତି କରୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇର ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ବି ମହେଶ । କେନ୍ଦ୍ରୀୟ ବ୍ୟାଙ୍କ ଏ ସମସ୍ତ ପୁରୁଣା ନୋଟ୍ ଗୁଡ଼ିକ ଫେରାଇ ନେବା ପାଇଁ ଯୋଜନା କରୁଥିବା ନେଇ ମହେଶ ଶୁକ୍ରବାର ସୂଚନା ଦେଇଛନ୍ତି । ମାର୍ଚ୍ଚ-ଅପ୍ରେଲ ମାସ ସୁଦ୍ଧା ଆରବିଆଇ ଏ ସମସ୍ତ ପୁରୁଣା ନୋଟ୍ ଗୁଡ଼ିକ ଫେରାଇ ନେବାକୁ ପ୍ରସ୍ତୁତି କରୁଛି । ଏହା ପରେ ଏ ସମସ୍ତ୍ ନୋଟ୍ ଅଚଳ ହୋଇଯିବ ।

10-rupee-Note

ନେତ୍ରାବତୀ ହଲରେ ଜିଲ୍ଲା ଲିଡ୍ ବ୍ୟାଙ୍କ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ସୁରକ୍ଷା କମିଟି (DLSC) ଏବଂ ଜିଲ୍ଲା ସ୍ତରୀୟ ମୁଦ୍ରା ପରିଚାଳନା କମିଟି (DLMC) ର ଏକ ବୈଠକରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ଏହି ସୂଚନା ଦେଇଛନ୍ତି।

ଆରବିଆଇ ପାଇଁ ଏକ ସମସ୍ୟା ହୋଇଛି 10 ଟଙ୍କିଆ କଏନ୍

ବି ମହେଶ କହିଛନ୍ତି ଯେ, 10 ଟଙ୍କିଆ ମୁଦ୍ରା ପ୍ରଚଳନ ହେବାର 15 ବର୍ଷ ପରେ ମଧ୍ୟ ଟ୍ରେଡର ଏବଂ ବ୍ୟବସାୟୀମାନେ ଏହି ମୁଦ୍ରାକୁ ଗ୍ରହଣ କରୁନାହାଁନ୍ତି, ଯାହା ବ୍ୟାଙ୍କ ଏବଂ ଆରବିଆଇ ପାଇଁ ଏକ ସମସ୍ୟା ପାଲଟିଛି ।
ସେ କହିଛନ୍ତି, "ମୁଦ୍ରାର ବୈଦ୍ଧତା ବିଷୟରେ ବ୍ୟାପୁଥିବା ଗୁଜବ ବିଷୟରେ ବ୍ୟାଙ୍କ ଲୋକଙ୍କୁ ସଚେତନ କରାଇବା ଉଚିତ । ଏହା ସହିତ ବ୍ୟାଙ୍କ ଜନସାଧାରଣଙ୍କ ମଧ୍ୟରେ 10 ଟଙ୍କିଆ ମୁଦ୍ରାକୁ ପ୍ରୋତ୍ସାହିତ କରିବାର ଉପାୟ ଖୋଜିବା ଉଚିତ ।"

2019 ରେ ଆରବିଆଇ ଜାରି କରିଥିଲା ନୂଆ 100 ଟଙ୍କିଆ ନୋଟ୍

2019 ରେ ଆରବିଆଇ ଲାଭେଣ୍ଡର ରଙ୍ଗର ନୂଆ 100 ଟଙ୍କିଆ ନୋଟ୍ ଜାରି କରିଥିଲା । କେନ୍ଦ୍ରୀୟ ବ୍ୟାଙ୍କ ନୂତନ 100 ଟଙ୍କିଆ ନୋଟ୍ ଜାରି କରିବା ନେଇ ଘୋଷଣା କରି କହିଥିଲା ଯେ, ପୂର୍ବରୁ ପ୍ରଚଳନ ହୋଇଥିବା 100 ଟଙ୍କିଆ ନୋଟ୍ ମଧ୍ୟ ଆଇନଗତ ଭାବେ ବୈଧ ରହିବ । ଏହା ବ୍ୟତୀତ ଆରବିଆଇ 2016 ମସିହା 8 ନଭେମ୍ବରରେ ବିମୁଦ୍ରୀକରଣ ପରେ ନୂଆ 2000 ଏବଂ 200 ଟଙ୍କା ନୋଟ୍ ଜାରି କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+