Get Updates
Get notified of breaking news, exclusive insights, and must-see stories!

Odisha Budget 2021 : ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟସରକାର ବ୍ୟୟବରାଦ କଲେ 9ହଜାର 164 କୋଟି

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଲାଗି ସର୍ବମୋଟ 9ହଜାର 164 କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଘୋଷଣା କରିଛନ୍ତି । ଯାହାକି ଗତବର୍ଷ ତୁଳନାରେ 19 ପ୍ରତିଶତ ଅଧିକ ରହିଛି ।

ଭୁବନେଶ୍ୱର : ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ 2021-22 ପାଇଁ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଲାଗି ସର୍ବମୋଟ 9ହଜାର 164 କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଘୋଷଣା କରିଛନ୍ତି । ଯାହାକି ଗତବର୍ଷ ତୁଳନାରେ 19 ପ୍ରତିଶତ ଅଧିକ ରହିଛି ।

ସ୍ୱାସ୍ଥ୍ୟ ବିଭାଗ ପାଇଁ ଆଗତ ହୋଇଥିବା ବଜେଟ୍ ରେ ରାଜ୍ୟ ସରକାରଙ୍କ 'ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା' ପାଇଁ 1 ହଜାର 353 କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ 'ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ' ମାଧ୍ୟମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ପାଇଁ 1 ହଜାର 572 କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ସେହିପରି 'ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ' ଯୋଜନା ପାଇଁ ରଖାଯାଇଛି 1 ହଜାର 755 କୋଟି ଟଙ୍କା ।

Niranjan-Pujari

ନିର୍ମଳ ଯୋଜନାରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପରିମଳ ବ୍ୟବସ୍ଥାର ମାନର ଉନ୍ନତି, ଲଣ୍ଡ୍ରୀ, ସୁରକ୍ଷା, ଉଦ୍ୟାନ ଓ ଲିଫ୍ଟ ସେବା ପାଇଁ 370 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟକୁ 'ଏମ୍ସ ପ୍ଲସ୍' ପ୍ରତିଷ୍ଠାନରେ ପରିଣତ କରିବା ସହ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆଗାମୀ 3 ବର୍ଷ ମଧ୍ୟରେ 3500 କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ଏଥିମଧ୍ୟରୁ 2021-22 ଆର୍ଥିକ ବର୍ଷ ବଜେଟରେ ରହିଛି 500 କୋଟି ଟଙ୍କା ।

ନିରାମୟ ଯୋଜନା ଅଧିନରେ ନିଃଶୁଳ୍କ ଔଶଧ ପାଇଁ 600 କୋଟି, ନିଦାନ ଯୋଜନା ଅଧିନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ 229 କୋଟି ଏବଂ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ଅଧିନରେ 162 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ସେହିପରି ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟାନୁଷ୍ଠାନ ଏବଂ ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ଉନ୍ନତ ମାନର ସରଞ୍ଜାମ ସାହାଯ୍ୟରେ ସମୁନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ 117 କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

କୋଭିଡ-19 ର ପରିଚାଳନା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେବା ପାଇଁ ଜନସ୍ୱାସ୍ଥ୍ୟ ମୁକାବିଲା ପାଣ୍ଠି ଅଧିନରେ 63 କୋଟି ଟଙ୍କା ଯୋଗାଇଦିଆଯିବା ନେଇ ରାଜ୍ୟ ବଜେଟରେ ଘୋଷଣା କରାଯାଇଛି ।

ନିଶୁଳଅକ ଟ୍ରମା ଚିକିତ୍ସା ପାଇଁ FTTF ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଏବଂ ରାସ୍ତା ଦୁର୍ଘଟଣାରେ ଆହତଙ୍କୁ ସେବା ସୁବିଧା ଯୋଗାଇବା ପାଇଁ 40 କୋଟି ଟଙ୍କାର ଆବଣ୍ଟନ କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+