Odisha Budget 2021 Live Updates : କ୍ଷମା ମାଗିବା ଦାବିରେ ଗୃହ ଆରମ୍ଭରୁ ଅଚଳାବସ୍ଥା
ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ:ଗୃହରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ: କ୍ଷମା ମାଗିବାକୁ ଦାବି କରି ଗୃହ ଆରମ୍ଭରୁ ଅଚଳାବସ୍ଥା
ଭୁବନେଶ୍ୱର :odisha budget 2021 : ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ କ୍ଷମା ଦାବି କରି ଆଜି ମଧ୍ୟ ଗୃହ ଆରମ୍ଭରୁ ଅଚଳାବସ୍ଥା । ଗୃହର ମଧ୍ୟଭାଗରେ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ନାରାବାଜି କରିଛନ୍ତି । ଏହା ପରେ ସାଢେ 11 ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପଚି ।
ଆତ୍ମହତ୍ୟା ଉଦ୍ୟମ କରି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାର ଗରିମା ଓ ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛନ୍ତି । ଏଣୁ ସେ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି । ଗୃହ ଚାଲିଥିବା ବେଳେ ଚାଷୀ ପ୍ରସଙ୍ଗରେ ସାନିଟାଇଜର ପିଇ ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ଘଟଣାପରେ ରାଜନୈତିକ ମାହୋଲ ସରଗରମ ରହିଛି ।
ଫେବୃଆରୀ 22 ତାରିଖରେ ବିଧାନସଭାରେ ଆର୍ଥିକ ବର୍ଷ 2021-22 ପାଇଁ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ରାଜ୍ୟ ସରକାରଙ୍କ ବଜେଟ୍ ଉପସ୍ଥାପନ କରିଛନ୍ତି ।
ରାଜ୍ୟ ସରକାର 2021-22 ଆର୍ଥିକ ବର୍ଷ ଲାଗି 1 ଲକ୍ଷ 70 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଏଥିମଧ୍ୟରୁ କୃଷି ଏବଂ କୃଷକଙ୍କ ପାଇଁ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ପାଇଁ 18ଶହ କୋଟି ଟଙ୍କା, ପ୍ରଶାସନିକ ବ୍ୟୟ ନିମନ୍ତେ 85 ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 75 ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି 3 ହଜାର 50 କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ 6 ହଜାର 9 ଶହ 50 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବିଧାନସଭା ବଜେଟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରୀ 18ରୁ 27 ମଧ୍ୟରେ ଅଧିବେଶନ ହେବାକୁ ଥିବା ବେଳେ ମାର୍ଚ୍ଚ 12ରୁ ଏପ୍ରିଲ 9 ଯାଏଁ ଦ୍ଵିତୀୟ ପର୍ଯ୍ୟାୟରେ ଅଧିବେଶନ ହେବ। ମାର୍ଚ୍ଚ 1 ରୁ 11 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ । ମାର୍ଚ୍ଚ 31ରେ ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ମୋଟ ବ୍ୟୟ ମଞ୍ଜୁର ବିଲ ।
ଚଳିତ ଥର ଗୃହରେ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ରହିବ । ସଦସ୍ୟଙ୍କର ତାରକା ଚିହ୍ନିତ ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଆଯିବ । ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ରବିବାରକୁ ଛାଡ଼ି ଶନିବାର ଓ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ଅଧିବେଶନ ବସିବ । ଏଥର ବିଧାନସଭା ଦୈନିକ 5 ଘଣ୍ଟା ଏବଂ ବିଶେଷ ଆଲୋଚନା ଥିବା ନିର୍ଦ୍ଧାରିତ ଦିନରେ 6 ଘଣ୍ଟା ଚାଲିବ ଗୃହ କାର୍ଯ୍ୟ ଚାଲିବ ।
ଚଳିତ ବଜେଟକୁ ପେପର ଲେସ୍ କରିବା ସହ ଇ-ବିଧାନସଭା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଓକାକ, ଲୋକସେବା ଭବନର ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ୟ୍ୟାଳୟ ନବୀନ ନିବାସ, ବିରୋଧୀ ଦଳ ନେତା ଓ ବିଧାୟକଙ୍କ କାର୍ୟ୍ୟାଳୟ ଏବଂ ଜିଲାପାଳଙ୍କ କାର୍ୟ୍ୟାଳୟ ପ୍ରଭୃତିରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନାରେ ଭାଗ ନେବାର ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications