ଅନଲାଇନ୍ କାରବାର କରୁଛନ୍ତି କି, ହୋଇପାରନ୍ତ ଠକାମୀର ଶିକାର... ମୋବାଇଲରେ ସେଭ୍ କରିନିଅନ୍ତୁ ଏହି ନମ୍ବର

ଯଦି ଆପଣ କୌଣସି ପ୍ରକାରର ସାଇବର ଅପରାଧର ଶିକାର ହୁଅନ୍ତି କିମ୍ବା ଅନଲାଇନ୍ ଠକେଇରେ ପଡ଼ନ୍ତି, ତେବେ ଆପଣ 155260 କୁ କଲ କରି ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ ।

ନୂଆଦିଲ୍ଲୀ : ଦେଶ ଦ୍ରୁତ ଗତିରେ ଡିଜିଟାଲ ଇଣ୍ଡିଆ ଆଡକୁ ଗତି କରୁଛି । ଲୋକମାନେ ଘରେ ବସି ମୋବାଇଲରୁ ଟଙ୍କା ନେଣଦେଣ ଏବଂ କାରବାର କରୁଛନ୍ତି । ମୋବାଇଲ୍ ଫୋନ୍ ବ୍ୟାଙ୍କରେ ପରିଣତ ହେଉଥିବାବେଳେ ବ୍ୟାଙ୍କଗୁଡିକରେ ଲୋକଙ୍କ ଧାଡି ଛୋଟ ହେବାରେ ଲାଗିଛି । ଯେଉଁ ବେଗରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବିସ୍ତାର ହେଉଛି, ଅନଲାଇନ୍ ଠକେଇ ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଅନଲାଇନ୍ ଠକେଇ ଅଭିଯୋଗ ମଧ୍ୟ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଲୋକଙ୍କ ଠକେଇ ଅଭିଯୋଗ ଶୀଘ୍ର ପଞ୍ଜୀକୃତ ହେବା ପାଇଁ ଲୋକଙ୍କୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।.

Cyber-Crime

ଅନଲାଇନ୍ ଏବଂ ସାଇବର ଠକେଇ ଭଳି ଅପରାଧର ମୁକାବିଲା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ସହ ଜଡିତ ଅଭିଯୋଗର ସହଜ ତଥା ଶୀଘ୍ର ସମାଧାନ ପାଇଁ ଏକ ଜାତୀୟ ହେଲ୍ପଲାଇନ ନମ୍ବର ଜାରି କରିଛି । ଯଦି ଆପଣ କୌଣସି ପ୍ରକାରର ସାଇବର ଅପରାଧର ଶିକାର ହୁଅନ୍ତି କିମ୍ବା ଅନଲାଇନ୍ ଠକେଇରେ ପଡ଼ନ୍ତି, ତେବେ ଆପଣ 155260 କୁ କଲ କରି ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ ।

ଗୃହ ମନ୍ତ୍ରଣାଳୟ ଲୋକମାନଙ୍କୁ ସାଇବର ଅପରାଧ କିମ୍ବା ଅନଲାଇନ୍ ଠକେଇ ଭଳି ଅପରାଧର ଅଭିଯୋଗ ଶୀଘ୍ର ପଞ୍ଜିକରଣ କରିବାକୁ ଏହି ନମ୍ବର ପ୍ରଦାନ କରିଛି । ପ୍ରାୟତଃ ଅନଲାଇନ୍ ଠକେଇ ବିଷୟରେ କେଉଁଠାରେ ଅଭିଯୋଗ କରିବେ ସେ ନେଇ ସାଧାରଣ ଲୋକ ଜାଣିପାରନ୍ତି ନାହିଁ । ଏପରି ପରିସ୍ଥିତିରେ, ଏହି ହେଲ୍ପଲାଇନ ନମ୍ବର ଲୋକଙ୍କ ପାଇଁ ବହୁତ ସହାୟକ ହେବ । ଏହି ହେଲ୍ପଲାଇନ ନମ୍ବର ଅପ୍ରେଲ୍ 2021 ରେ ଲଞ୍ଚ କରାଯାଇଥିଲା । ଏହା ବର୍ତ୍ତମାନ 7 ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି । କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ମଧ୍ୟେ ରହିଛନ୍ତି ଛତିଶଗଡ, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+