For Quick Alerts
Turn On Notification  
For Daily Alerts
Oneindia App Download

ଆୟକର ସ୍ଲାବରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟିକସ

ଆୟକର ସ୍ଲାବରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଏହା ଅନୁଯାୟୀ ଆୟକର ଛାଡ ସୀମା 2.5 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ ।

|

ନୂଆଦିଲ୍ଲୀ : ଆୟକରଦାତାଙ୍କ ପାଇଁ ଆଶ୍ୱସ୍ତିକର ଖବର । 2023-24 ଆର୍ଥିକ ବର୍ଷର ବଜେଟରେ ମିଳିପାରେ ଆଶ୍ୱସ୍ତି । ଆୟକର ସ୍ଲାବରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଏହା ଅନୁଯାୟୀ ଆୟକର ଛାଡ ସୀମା 2.5 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ । ଯଦି ଏପରି ହୁଏ, ତେବେ ଦେଶର ଅଧିକାଂଶ ଆୟକରଦାତା ଉପକୃତ ହେବେ ।

income tax

କୁହାଯାଉଛି, ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟରେ କେନ୍ଦ୍ରରେ ଶାସିତ ନରେନ୍ଦ୍ର ମୋଦୀ ସରକାର ବେତନ ପ୍ରାପ୍ତ ଏବଂ ମଧ୍ୟବିତ୍ତ ଲୋକଙ୍କୁ ଟିକସ ଛାଡ ଆକାରରେ ସହାୟତା ଯୋଗାଇବାକୁ ଚାହୁଁଛନ୍ତି, ଯାହା ଅର୍ଥନୀତିକୁ ମଧ୍ୟ ସାହାଯ୍ୟ କରିପାରିବ ।

ବେସରକାରୀ ଆୟକର ପ୍ରଦାନକାରୀଙ୍କୁ ଆୟକର ଛାଡ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି । ସୂଚନାନୁସାରେ, ଏହା ଅଧୀନରେ ବାର୍ଷିକ ଆୟ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ କରାଯିବ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଦେବାକୁ ପଡୁ ନାହିଁ । ଆୟକର ଛାଡର ଏହି ସୀମାକୁ 5 ଲକ୍ଷ ଟଙ୍କାକୁ କେନ୍ଦ୍ର ସରକାର ବୃଦ୍ଧି କରିପାରନ୍ତି ।

ଅନେକ ବିଶେଷଜ୍ଞଙ୍କ ଅନୁସାରେ, ଦରଦାମ ବୃଦ୍ଧି ହେତୁ ଲୋକଙ୍କ ଖର୍ଚ୍ଚ ବୃଦ୍ଧି ପାଇଛି, କିନ୍ତୁ ଜନସାଧାରଣଙ୍କ ଉପରେ ଆୟକରର ଭାର ହ୍ରାସ ହୋଇନାହିଁ । ତେଣୁ, ବ୍ୟକ୍ତିଗତ ଆୟରେ ଛାଡ ଦେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ, ଯେଉଁ କାରଣରୁ ଲୋକମାନେ ଅଧିକ ଖର୍ଚ୍ଚ କରିବେ ଏବଂ ଚାହିଦା ମଧ୍ୟ ବୃଦ୍ଧି ପାଇବ ।

ଉଲ୍ଲେଖଯୋଗ୍ୟ, ପରବର୍ତ୍ତୀ ବଜେଟ୍ କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ୍ । ଏଥିରେ ଆୟକର ସ୍ଲାବରେ ଉନ୍ନତି କରି ବେତନ ପ୍ରାପ୍ତକାରୀଙ୍କୁ ଥଇଥାନ କରିବାର ପ୍ରୟାସ କରାଯାଇପାରେ । କିଛି ସରକାରୀ ଅଧିକାରୀଙ୍କ ନାମ ଗୋପନ ରଖି ବିଜନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ କରିଛି ଯେ ଟିକସ ସୀମା ବୃଦ୍ଧି କରିବା ଦ୍ୱାରା ଲୋକଙ୍କ ପାଖରେ ଅଧିକ ଅର୍ଥ ସଞ୍ଚୟ ହେବ, ଫଳରେ ସେମାନେ ଅଧିକ ନିଭେସ କରିବାକୁ ସକ୍ଷମ ହେବେ । ବର୍ତ୍ତମାନ, ଅଧିକାଂଶ ଆୟକରଦାତା ପୁରୁଣା ଟିକସ ବ୍ୟବସ୍ଥାକୁ ଅନୁସରଣ କରୁଛନ୍ତି ଏବଂ ଖୁବ୍ କମ୍ ଲୋକ ନୂତନ ବିକଳ୍ପ ଟିକସ ବ୍ୟବସ୍ଥା ପାଇଁ ଚୟନ କରିଛନ୍ତି । ଖବର ଅନୁଯାୟୀ, କେବଳ ନୂତନ ବିକଳ୍ପ ଟିକସ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ପାଇଁ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ଉପରେ ସରକାର ଧ୍ୟାନ ଦେଇଛନ୍ତି ।

କଣ ରହିଛି ବର୍ତ୍ତମାନର ଆୟକର ସ୍ଲାବ୍

  • 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ (ଆୟକର ନାହିଁ)
  • 2.5-5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ (5%)
  • 5-7.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ (20%)
  • 7.5-10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ (20%)
  • 10-12.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ (30%)
  • 12.5-15 ଲକ୍ଷ ଏବଂ ତାଠାରୁ ଅଧିକ (30%)
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No Tax To Be Paid On Income Upto 5 Lakhs in 2023 Budget - Report
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X