ଆୟକର ବିଭାଗର ନୂଆ ପୋର୍ଟାଲ ଆରମ୍ଭ ହେଉ ହେଉ କ୍ରାସ୍, ଇନଫୋସିସ୍ କୁ ତାଗିଦ କଲେ ସୀତାରମଣ
ନୂଆ ପୋର୍ଟାଲକୁ ଯିବାବେଳେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଅନେକ ଲୋକ ଟ୍ୱିଟରରେ ଅର୍ଥ ମନ୍ତ୍ରଣାଳୟ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ନୂଆଦିଲ୍ଲୀ : ଆୟକର ବିଭାଗ ଏହାର ନୂତନ ଇ-ଫାଇଲିଙ୍ଗ ପୋର୍ଟାଲ୍ incometax.gov.in ସୋମବାର (ଜୁନ୍ 7) ରେ ଲଞ୍ଚ କରିଛି । ଟିକସଦାତାଙ୍କ ସହଜତା ପାଇଁ ଏହି ପୋର୍ଟାଲ ଆରମ୍ଭ ହେବା ପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମକରାତ୍ମକ ଆସୁଛି । ନୂଆ ପୋର୍ଟାଲକୁ ଯିବାବେଳେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଅନେକ ଲୋକ ଟ୍ୱିଟରରେ ଅର୍ଥ ମନ୍ତ୍ରଣାଳୟ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହା ପରେ ନିର୍ମଳା ସୀତାରମଣ ଏହା ଉପରେ ଧ୍ୟାନ ଦେଇଛନ୍ତି ଏବଂ ଟ୍ୱଟ୍ କରି ଇନଫୋସିସ୍ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଟ୍ୱିଟରରେ ୱେବସାଇଟ୍ ବିଷୟରେ ଅନେକ ଲୋକ ଅଭିଯୋଗ କରିବା ପରେ ନିର୍ମଳା ସୀତାରମଣ ଲେଖିଥିଲେ, ଇନଫୋସିସ୍ ଏବଂ ନନ୍ଦନ ନିଲେକଣିଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, "ଆୟକର ବିଭାଗର ନୂତନ ଇ-ଫାଇଲିଙ୍ଗ ପୋର୍ଟାଲ୍ ବହୁ ଦିନର ପ୍ରତୀକ୍ଷା ଥିଲା । ଏହା ସୋମବାର ରାତିରେ ଆରମ୍ଭ କରାଯାଇଥିଲା । ସେବେଠାରୁ, ଏଥିରେ ତ୍ରୁଟି ଦେଖାଦେଇଛି, କ୍ରମାଗତ ବାବେ ଏହାକୁ ନେଇ ଅଭିଯୋଗ ଆସୁଛି । ଇନଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକଣିଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି ଯେ ମୁଁ ଆଶା କରୁଛି ଯେ ଆପଣ ସେବା ଗୁଣବତ୍ତା ସହିତ ଟିକସଦାତାଙ୍କୁ ନିରାଶ କରିବେ ନାହିଁ । ଟିକସଦାତାଙ୍କ ସହଜତା ଆମର ପ୍ରାଥମିକତା ହେବା ଉଚିତ୍ ।
The much awaited e-filing portal 2.0 was launched last night 20:45hrs.
I see in my TL grievances and glitches.
Hope @Infosys & @NandanNilekani will not let down our taxpayers in the quality of service being provided.
Ease in compliance for the taxpayer should be our priority. https://t.co/iRtyKaURLc
— Nirmala Sitharaman (@nsitharaman) June 8, 2021
ଆୟକର ବିଭାଗର ନୂତନ ଇ-ଫାଇଲିଙ୍ଗ ପୋର୍ଟାଲ୍ Incometax.gov.in ପୁରୁଣା ITD ପୋର୍ଟାଲ୍ incometaxindiaefiling.gov.in କୁ ସ୍ଥାନିତ କରିଛି । ନୂତନ ପୋର୍ଟାଲ ଆରମ୍ଭ ହେବା ପୂର୍ବରୁ ଆଇଟିଡି ପୋର୍ଟାଲ 1 ଜୁନ୍ 2021 ରୁ 6 ଜୁନ୍ 2021 ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଯାହା ପରେ 7 ଜୁନ୍ ରେ ଏକ ନୂତନ ପୋର୍ଟାଲ୍ ଆରମ୍ଭ ହୋଇଛି । ତଥାପି, ନୂତନ ପୋର୍ଟାଲକୁ ନେଇ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଭଲ ନାହିଁ ।
Infosys GSTN ର IT ଭିତ୍ତିଭୂମି ପରିଚାଳନା କରୁଛି । ନୂତନ ସାଇଟ୍ ବିଷୟରେ, କୁହାଯାଇଛି ଯେ ସମସ୍ତ ପ୍ରକାରର ପାରସ୍ପରିକ ବୁଝାବଣା ଏବଂ ଅପଲୋଡ୍ କିମ୍ବା ବିଚାରାଧୀନ କାର୍ଯ୍ୟଗୁଡ଼ିକ ଗୋଟିଏ ଡ୍ୟାସବୋର୍ଡରେ ପ୍ରଦର୍ଶିତ ହେବ । ଯାହା ସହିତ ଟିକସଦାତା ସବୁକିଛି ଜାଣିବାକୁ ସମର୍ଥ ହେବେ ।












Click it and Unblock the Notifications