For Quick Alerts
Turn On Notification  
For Daily Alerts
Oneindia App Download

ପଡ଼ିପାରେ ମହଙ୍ଗାର ଡବଲ୍ ମାଡ଼ ! 143 ଜିନିଷ ଉପରେ ଜିଏସଟି ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି ମୋଦୀ ସରକାର

ଜିଏସଟି ହାର 143 ଟି ଆଇଟମ୍ ଉପରେ ବୃଦ୍ଧି କରାଯାଇପାରେ । ଏଭଳି ପରିସ୍ଥିତିରେ ହ୍ୟାଣ୍ଡବ୍ୟାଗ, ଡ଼ିଓ, ଚକୋଲେଟ୍, ଗୁଡ଼, ପାପଡ଼, କଷ୍ଟାର୍ଡ ଭଳି ଦ୍ରବ୍ୟ ମହଙ୍ଗା ହୋଇପାରେ ।

|

ନୂଆଦିଲ୍ଲୀ : ଏଲପିଜି ଏବଂ ପେଟ୍ରୋଲ - ଡିଜେଲର ମୂଲ୍ୟ ବୃଦ୍ଧି ପରେ ମୁଦ୍ରାସ୍ଫୀତିର ଆଶଙ୍କା ଥିବା ଲୋକମାନେ ଆଉ ଏକ ମହଙ୍ଗା ମାଡ଼ର ଶିକାର ହୋଇପାରନ୍ତି । କାରଣ ମୋଦୀ ସରକାର ଅନେକ ଜିନିଷ ଉପରେ ଜିଏସଟି ହାର ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଏହା ଅଧିନରେ ଜିଏସଟି ହାର 143 ଟି ଆଇଟମ୍ ଉପରେ ବୃଦ୍ଧି କରାଯାଇପାରେ । ଏଭଳି ପରିସ୍ଥିତିରେ ହ୍ୟାଣ୍ଡବ୍ୟାଗ, ଡ଼ିଓ, ଚକୋଲେଟ୍, ଗୁଡ଼, ପାପଡ଼, କଷ୍ଟାର୍ଡ ଭଳି ଦ୍ରବ୍ୟ ମହଙ୍ଗା ହୋଇପାରେ ।

GST

ସୂଚନାନୁସାରେ, ଜିଏସଟି ପରିଷଦ ବର୍ତ୍ତମାନ 143 ଟି ଆଇଟମ୍ ଉପରେ ଜିଏସଟି ହାର ବୃଦ୍ଧି ପାଇଁ ରାଜ୍ୟଗୁଡିକର ମତାମତ ଲୋଡିଛି । ଏହି ଉତ୍ପାଦଗୁଡ଼ିକ ଉପରେ ଜିଏସଟି ହାର ବୃଦ୍ଧି ହୋଇପାରେ । ଇଣ୍ଡିଆନ୍ ଏକ୍ସପ୍ରେସ ସୂତ୍ରରୁ ପ୍ରକାଶ ଯେ ଏକ ରିପୋର୍ଟ ଅନୁଯାୟୀ, ମୋଟ 143 ଟି ଆଇଟମ୍ ମଧ୍ୟରୁ 92 ପ୍ରତିଶତ ଆଇଟମ୍ ଉପରେ 18 ପ୍ରତିଶତ ବଦଳରେ 28 ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ଯେଉଁ ଜିନିଷଗୁଡ଼ିକ ଉପରେ ଜିଏସଟି ହାର ବଢିପାରେ, ସେଗୁଡ଼ିକ ମଧ୍ୟରେ କଷ୍ଟାର୍ଡ ପାଉଡର, ଘଣ୍ଟା, ପାମ୍ପଡ଼, ସୁଟକେସ୍, ଗୁଡ଼, ହ୍ୟାଣ୍ଡବ୍ୟାଗ, ଅତର/ ଡିଓ, ପାୱାର ବ୍ୟାଙ୍କ, ରଙ୍ଗୀନ ଟିଭି ସେଟ୍ (32 ଇଞ୍ଚ ତଳେ), ଚକୋଲେଟ୍, ସେରାମିକ୍, ୱାସ୍ ବେସିନ୍, ବେସନ, ଚୁଇଙ୍ଗମ୍, ଅଖରୋଟ୍, କଲା ଚଷମା ରହିଛି । ଚଷମା ପାଇଁ ଫ୍ରେମ୍, ଅଣ-ମଦ୍ୟପାନୀୟ ଏବଂ ଚମଡା ପୋଷାକ ଏବଂ ଆସେସୋରିଜ୍ ରହିଛି ।

ଏହା ବ୍ୟତୀତ, ଯେଉଁସବୁ ଜିନିଷ ବର୍ତ୍ତମାନ ପର୍ଯ୍ୟନ୍ତ ଜିଏସଟି ଅଧୀନରେ ନଥିଲେ, ସେମାନଙ୍କୁ ମଧ୍ୟ ଟ୍ୟାକ୍ସ ଦିଆଯିବ । ବାସ୍ତବରେ ଗୁଣ୍ଡ ଏବଂ ପାମ୍ପଡ଼ ଉପରେ ବର୍ତ୍ତମାନ ଜିଏସଟି ଲାଗୁ ନାହିଁ । କିନ୍ତୁ ବର୍ତ୍ତମାନ ଏହାକୁ 5 ପ୍ରତିଶତ ଜିଏସଟି ସ୍ଲାବରେ ରଖାଯାଇପାରେ । ରିପୋର୍ଟରେ କୁହାଯାଇଛି ଯେ ଅଖରୋଟ ଉପରେ ଜିଏସଟି ହାର 5 ପ୍ରତିଶତରୁ 12 ପ୍ରତିଶତ, କଷ୍ଟାର୍ଡ ପାଉଡର ଉପରେ 5 ପ୍ରତିଶତରୁ 18 ପ୍ରତିଶତ ଏବଂ କାଠ ଟେବୁଲ ଏବଂ ବାସନ ପାଇଁ 12 ପ୍ରତିଶତରୁ 18 ପ୍ରତିଶତକୁ ବୃଦ୍ଧି ହୋଇପାରେ ।

ରିପୋର୍ଟରେ କୁହାଯାଇଛି ଯେ ଜିଏସଟି ପରିଷଦର ଏହି ବୈଠକ ଆସନ୍ତା ମାସରେ ଅନୁଷ୍ଠିତ ହେବ । ଏହି ବୈଠକରେ 5 ପ୍ରତିଶତ ସ୍ଲାବ୍ ହଟାଇବା ଏବଂ ସର୍ବନିମ୍ନ 3 ପ୍ରତିଶତ ସ୍ଲାବ୍ ତିଆରି କରିବା ପାଇଁ ମଧ୍ୟ ବିଚାର କରାଯାଇପାରେ । ଏହା ବ୍ୟତୀତ 5 ପ୍ରତିଶତ ସ୍ଲାବ୍ ସ୍ଥାନରେ 8 ପ୍ରତିଶତ ବଦଳାଇବାକୁ ନିଷ୍ପତ୍ତି ନିଆଯାଇପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Modi government is preparing to increase GST on 143 items
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X