Union Budget 2021 : ପେପରଲେସ୍ ହେବ ୟୁନିଅନ୍ ବଜେଟ୍ 2021, 'ବଜେଟ୍ ମୋବାଇଲ୍ ଆପ୍ଲିକେସନ୍' ଲଞ୍ଚ କଲା କେନ୍ଦ୍ର ସରକାର
ଫେବୃଆରୀ 1 ରେ ଆର୍ଥିକ ବର୍ଷ 2021-22 ପାଇଁ ୟୁନିଅନ୍ ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍'ଲଞ୍ଚ କରିଛନ୍ତି ।
ନୂଆଦିଲ୍ଲୀ : ଫେବୃଆରୀ 1 ରେ ଆର୍ଥିକ ବର୍ଷ 2021-22 ପାଇଁ ୟୁନିଅନ୍ ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 'କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍'ଲଞ୍ଚ କରିଛନ୍ତି । ଅର୍ଥନୈତିକ ବ୍ୟାପାର ବିଭାଗ (DEA)ଙ୍କ ନିର୍ଦ୍ଦେଶରେ ଜାତୀୟ ସୂଚନା କେନ୍ଦ୍ର (NIC) ଦ୍ୱାରା ବଜେଟ୍ ଆପ୍ ପ୍ରସ୍ତୁତ କରାଯାଇଛି । ଅର୍ଥମନ୍ତ୍ରୀ ଫେବୃଆରୀ 1, 2021 ରେ ସଂସଦରେ କେନ୍ଦ୍ର ବଜେଟ୍ 2021 ଉପସ୍ଥାପନ କରିବା ପରେ ମୋବାଇଲ୍ ଆପ୍ ରେ ବଜେଟ୍ ଡକ୍ୟୁମେଣ୍ଟ୍ ଉପଲବ୍ଧ ହେବ ।
ଏହି ନୂତନ ଭାବେ ଉନ୍ମୋଚିତ ହୋଇଥିବା ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଣ୍ଡ୍ରଏଡ୍ ଡିଭାଇସରେ ଏବଂ ଆପଲ୍ ଆପ୍ ଷ୍ଟୋରରୁ ଆଇଓଏସ୍ ଡିଭାଇସ୍ - ଆଇଫୋନ୍ ଏବଂ ଆଇପ୍ୟାଡରେ ଡାଉନଲୋଡ୍ ହୋଇପାରିବ ।

ଆପ୍ କିପରି ଉପଭୋକ୍ତାମାନଙ୍କ ପାଇଁ ଲାଭଦାୟକ :
- ଏହି ଆପ୍ ଜରିଆରେ ସମ୍ବିଧାନ ଅନୁଯାୟୀ ବାର୍ଷିକ ଆର୍ଥିକ ବିବରଣୀ (ସାଧାରଣତଃ ବଜେଟ୍ ଭାବରେ ଜଣାଶୁଣା), ଡିମାଣ୍ଡ ଫର୍ ଗ୍ରାଣ୍ଟ (ଡିଜି), ଫାଇନାନ୍ସ ବିଲ୍ ଆଦି ସହିତ 14 ଟି ୟୁନିଅନ୍ ବଜେଟ୍ ଡକ୍ୟୁମେଣ୍ଟ୍ ବ୍ୟବହାରକାରୀ ମାନେ ପାଇପାରିବେ ।
- ଉପଭୋକ୍ତାମାନେ ଇଣ୍ଟରଫେସରେ ନିଜ ପସନ୍ଦ ଅନୁସାରେ ଇଂରାଜୀ କିମ୍ବା ହିନ୍ଦୀ ଭାଷାକୁ ବାଛିପାରିବେ ।
- ଉପଭୋକ୍ତା ଅନୁକୂଳ ଇଣ୍ଟରଫେସ୍ ଉପଭୋକ୍ତାମାନଙ୍କୁ ଡକ୍ୟୁମେଣ୍ଚ ଡାଉନଲୋଡ୍, ପ୍ରିଣ୍ଟ୍, ଜୁମ୍ ଇନ୍ ଏବଂ ଆଉଟ୍ ଏବଂ ସନ୍ଧାନ ବିବରଣୀ ଆଦି ପ୍ରଦାନ କରିବ ।
- ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ ।
- ଫେବୃଆରୀ 1ରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ସମାପ୍ତ ହେବା ପରେ ଆପ୍ ବ୍ୟବହାରକାରୀଙ୍କ ପାଇଁ ସମସ୍ତ ବଜେଟ୍ ଡକ୍ୟୁମେଣ୍ଟ୍ ଉପଲବ୍ଧ ହେବ ।
- ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ୟୁନିଅନ୍ ବଜେଟ୍ 2021 ସଂପୂର୍ଣ୍ଣ କାଗଜହୀନ ହେବାକୁ ଯାଉଛି ।
- ସଂସଦର ଉଭୟ ଗୃହ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସହମତି ପ୍ରକାଶ କରିଛନ୍ତି ।












Click it and Unblock the Notifications