Get Updates
Get notified of breaking news, exclusive insights, and must-see stories!

11000 କର୍ମଚାରୀଙ୍କୁ ଛଟେଇ କରିପାରେ ମାଇକ୍ରୋସଫ୍ଟ

ଆର୍ଥିକ ସଙ୍କଟରୁ ରକ୍ଷା ପାଇବାକୁ କର୍ମୀଚରୀ ଛଟେଇ କରିପାରେ ଟେକ୍ କମ୍ପାନୀ ମାଇକୋର୍ସଫ୍ଟ । କମ୍ପାନୀ 11000 କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଛି ।

ନୂଆଦିଲ୍ଲୀ: ଆର୍ଥିର ସଙ୍କଟ ଯୋଗୁଁ କର୍ମଚାରୀ ଛଟେଇ କରୁଛନ୍ତି ଟେକ୍ କମ୍ପାନୀ । ଟ୍ୱିଟର, ଫେସବୁକ୍ ଏବଂ ଆମାଜନ ଭଳି ବଡ଼ ବଡ଼ ସଂସ୍ଥା ଛଟେଇ କରିବା ପରେ ବର୍ତ୍ତମାନ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ମଧ୍ୟ ଛଟେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ମାଇକ୍ରୋସଫ୍ଟ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ବ୍ଲୁମବର୍ଗ ଏହାର ରିପୋର୍ଟରେ କହିଛି ଯେ ବୁଧବାର ଠାରୁ ମାଇକ୍ରୋସଫ୍ଟ ଏହାର ଇଞ୍ଜିନିୟରିଂ ବିଭାଗରେ ଛଟେଇ କରିପାରେ । କିନ୍ତୁ ମାଇକ୍ରୋସଫ୍ଟରୁ ଏହା ଏକ ଗୁଜବ ବୋଲି କୁହାଯାଇଛି । କମ୍ପାନୀର ମୁଖପାତ୍ର ଏହାକୁ ଗୁଜବ କହି ଏ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ।

microsoft

ମାଇକ୍ରୋସଫ୍ଟରେ ପ୍ରାୟ 2,20,000 କର୍ମଚାରୀ ଅଛନ୍ତି । ଇଣ୍ଡଷ୍ଟ୍ରି ଟ୍ରାକର୍ସ କହିଛନ୍ତି ଯେ ଗତ ବର୍ଷ ମାଇକ୍ରୋସଫ୍ଟ ଦୁଇଥର କର୍ମଚାରୀଙ୍କୁ ଛଟେଇ କରିଥିଲା । ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୈୟମାସିକ ରିପୋର୍ଟ ଘୋଷଣା ହେବାର ଏକ ସପ୍ତାହ ପୂର୍ବରୁ ମାଇକ୍ରୋସଫ୍ଟରେ ଛଟେଇ କରିବା ନେଇ ଘୋଷଣା କରିବ ।

ୱେଡବସ ର ଆନାଲିଷ୍ଟ ଡାନ ଇବେସ୍ ନିବେଶକଙ୍କୁ ଏକ ନୋଟରେ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ଆମେ ବିଶାଳ ସେଲ୍ସଫୋର୍ସ ଏବଂ ଆମାଜନ କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ କରିବା ଦେଖଛୁ । ଆଗାମୀ ଦିନରେ ଟେକ୍ ସେକ୍ଟରରେ 5 ରୁ 10 ପ୍ରତିଶତ କର୍ମଚାରୀଙ୍କ ଛଟେଇ ହୋଇପାରେ । ଏହି ବୈଷୟିକ କମ୍ପାନୀଗୁଡିକ ମଧ୍ୟରୁ ଅନେକ 1980 ଦଶକର ରକ୍ ଷ୍ଟାରଙ୍କ ପରି ଟଙ୍କା ଖର୍ଚ୍ଚ କରୁଥିଲେ, ଯେଉଁମାନେ ବର୍ତ୍ତମାନ ସେମାନଙ୍କ ଖର୍ଚ୍ଚ ହ୍ରାସ କରିବାକୁ ପଡ଼ୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+