For Quick Alerts
Turn On Notification  
For Daily Alerts
Oneindia App Download

ଟ୍ୱିଟର କର୍ମଚାରୀଙ୍କ ସାମୁହିକ ଇସ୍ତଫା, ସମସ୍ତ କାର୍ଯ୍ୟାଳୟ ବନ୍ଦ କଲା କମ୍ପାନୀ ! ଏବେ କଣ କରିବେ ଏଲନ୍ ମସ୍କ ?

ବର୍ତ୍ତମାନ ଖବର ଆସିଛି ଯେ ଶହ ଶହ ଟ୍ୱିଟର କର୍ମଚାରୀ ସାମୁହିକ ଇସ୍ତଫା ଦେଇଛନ୍ତି । ଖବର ଅନୁଯାୟୀ, ସାମୁହିକ ଇସ୍ତଫା ପରେ ଟ୍ୱିଟର ଏହାର ସମସ୍ତ କାର୍ଯ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଦେଇଛି ।

|

ନୂଆଦିଲ୍ଲୀ : ଟ୍ୱିଟର ସହ ଏଲନ୍ ମସ୍କଙ୍କ ଚୁକ୍ତି ପରଠାରୁ କମ୍ପାନୀ ସବୁବେଳେ ଚର୍ଚ୍ଚାରେ ରହିଆସୁଛି । ଏଥିସହ, ଏହା ସହ ଜଡିତ ବିବାଦ ଶେଷ ହେବାର ନାଁ ନେଉନାହିଁ । ବର୍ତ୍ତମାନ ଖବର ଆସିଛି ଯେ ଶହ ଶହ ଟ୍ୱିଟର କର୍ମଚାରୀ ସାମୁହିକ ଇସ୍ତଫା ଦେଇଛନ୍ତି । ଖବର ଅନୁଯାୟୀ, ସାମୁହିକ ଇସ୍ତଫା ପରେ ଟ୍ୱିଟର ଏହାର ସମସ୍ତ କାର୍ଯ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଦେଇଛି ।

Twitter

ଦି ବର୍ଜ ଏବଂ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଟ୍ୱିଟର କର୍ମଚାରୀଙ୍କୁ ଗୁରୁବାର ଦିନ 2 ଟା ପର୍ଯ୍ୟନ୍ତ ଏକ ଗୁଗୁଲ୍ ଫର୍ମ ଦିଆଯାଇଥିଲା, ସେଥିରେ ଲେଖାଥିଲା ସେମାନେ ଟ୍ୱିଟରରେ ରହିବାକୁ ଚାହୁଁଛନ୍ତି କି ? କର୍ମଚାରୀମାନେ ଗୁଗୁଲ୍ ଫର୍ମରେ "ହଁ" ବାଛିବାକୁ ଥିଲା । କିନ୍ତୁ ଏହା ବଦଳରେ କର୍ମଚାରୀମାନେ ବିଦାୟ ବାର୍ତ୍ତା ପୋଷ୍ଟ କରିବା ଆରମ୍ଭ କଲେ ।

ଏହା ମଧ୍ୟ ଦାବି କରାଯାଇଛି ଯେ ଏଥିପାଇଁ କର୍ମଚାରୀମାନଙ୍କୁ ଗୁରୁବାର ଅପରାହ୍ନ 2 ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ବହୁ ସଂଖ୍ୟକ କର୍ମଚାରୀ ଇସ୍ତଫା ଦେଇଛନ୍ତି । କର୍ମଚାରୀମାନଙ୍କୁ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସେମାନେ ଟ୍ୱିଟରକ ରୋମାଞ୍ଚକର ଯାତ୍ରା ପାଇଁ ସାଇନ୍ ଇନ୍ କରିପାରିବେ କିମ୍ବା କମ୍ପାନୀଠାରୁ ଅଲଗା ହୋଇପାରିବେ ବୋଲି ଦାବି କରାଯାଇଛି ।

ଏହାପୂର୍ବରୁ ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କ ସୋଶାଲ ମିଡିଆ ପ୍ଲାଟଫର୍ମରେ କମ୍ପାନୀ ଦେବାଳିଆ ହେବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ଏଲନ୍ ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଏକ କଲ୍‌ରେ କହିଥିଲେ ଯେ ସେ ଦେବାଳିଆ ହେବାକୁ ଏଡ଼ାଇ ପାରିବେ ନାହିଁ ।

ଖବର ଅନୁଯାୟୀ ବୁଧବାର ଏଲୋନ୍ ମସ୍କଙ୍କ ସହ ଟ୍ୱିଟର ସ୍ପେସ୍ ଚାଟ୍ କୁ ପରିଚାଳନା କରିଥିବା ୟୋଏଲ୍ ରୋଥ୍ ଏବଂ ରବିନ୍ ହ୍ୱିଲର୍ ଦୁଇଜଣ ଇସ୍ତଫା ଦେଇଛନ୍ତି । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ କରିଛି ଯେ 44 ବିଲିୟନ ଡଲାରର ଟ୍ୱିଟର ଚୁକ୍ତିର ଦୁଇ ସପ୍ତାହ ପରେ ବିଲିୟନେୟାର ଏଲନ ମସ୍କ ତାଙ୍କ କର୍ମଚାରୀମାନଙ୍କୁ ଏକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ଯେ ସେ କମ୍ପାନୀର ଦେବାଳିଆତାକୁ ଏଡ଼ାଇ ପାରିବେ ନାହିଁ ।

ଏହାପୂର୍ବରୁ ଗୁରୁବାର ଦିନ ଟ୍ୱିଟରର ମୁଖ୍ୟ ସୁରକ୍ଷା ଅଧିକାରୀ ଲି କିସନର୍ ଟ୍ୱିଟ୍ କରି କହିଛନ୍ତି ଯେ ସେ ଇସ୍ତଫା ଦେଇଛନ୍ତି । ମୁଖ୍ୟ ଗୋପନୀୟତା ଅଧିକାରୀ ଡାମିଆନ୍ କିରନ୍ ଏବଂ ମୁଖ୍ୟ ଅନୁପାଳନ ଅଧିକାରୀ ମାରିଆନ୍ ଫୋଗାର୍ଟି ମଧ୍ୟ ଇସ୍ତଫା ଦେଇଛନ୍ତି । ଏଥି ସହିତ, ଏଲନ୍ ମସ୍କ କନଫରେନ୍ସ କଲ୍ ରେ କର୍ମଚାରୀମାନଙ୍କୁ ଆହୁରି କହିଛନ୍ତି ଯେ ଆସନ୍ତା ଆର୍ଥିକ ବର୍ଷରେ ଟ୍ୱିଟରକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିପାରେ ।

ଟ୍ୱିଟରର କ୍ଷତିକୁ ଦୃଷ୍ଟିରେ ରଖି ଏଲନ୍ ମସ୍କ କମ୍ପାନୀର କର୍ମଚାରୀମାନଙ୍କୁ ସପ୍ତାହରେ ଅତି କମରେ 40 ଘଣ୍ଟା ଅଫିସରେ କାମ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ କୌଣସି କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ଅନୁମତି ଦିଆଯିବ ନାହିଁ । ଏହି ସମୟରେ, ନିୟାମକ ଫେଡେରାଲ ବାଣିଜ୍ୟ ଆୟୋଗ (FTC) ଟ୍ୱିଟରର ଏହି ପ୍ରସଙ୍ଗକୁ ଗମ୍ଭାରତାର ସହ ନେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mass Resignation Of Twitter Employees, Company has closed all its offices temporarily
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X