ଘରେ ବସି ଏହି ସରଳ ଉପାୟରେ ନିଜେ ବନାନ୍ତୁ ପ୍ୟାନ୍ କାର୍ଡ
ଯଦି ଆପଣଙ୍କର ପ୍ୟାନ୍ କାର୍ଡ ନାହିଁ, ତେବେ ବ୍ୟତିବସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଆପଣ ଘରେ ବସି ନିଜର ପ୍ୟାନ୍ କାର୍ଡ ଆବେଦନ କରିପାରିବେ ।
ଆଧାର କାର୍ଡ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ପରି, ଆପଣଙ୍କ ପାଖରେ ମଧ୍ୟ ପ୍ୟାନ୍ କାର୍ଡ ରହିବା ଆବଶ୍ୟକ । ଆୟକର ଦାଖଲ କରିବା ଠାରୁ ବ୍ୟାଙ୍କ ସମ୍ୱନ୍ଧୀୟ ଅନେକ କାର୍ଯ୍ୟ ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଭାବେ ଆବଶ୍ୟକ ପଡ଼ିଥାଏ । ତେଣୁ ଜଣେ ସଚେତନ ନାଗରିକ ହିସାବରେ ଆମ ସମସ୍ତଙ୍କ ପ୍ୟାନ୍ କାର୍ଡ ରହିବା ଆବଶ୍ୟକ । ଯଦି ଆପଣଙ୍କର ପ୍ୟାନ୍ କାର୍ଡ ନାହିଁ, ତେବେ ବ୍ୟତିବସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଆପଣ ଘରେ ବସି ନିଜର ପ୍ୟାନ୍ କାର୍ଡ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଅନୁଷ୍ଠାନ କିମ୍ବା ସରକାରୀ କାର୍ଯ୍ୟାଳୟର ଚକ୍କର କାଟିବାକୁ ପଡ଼ିବ ନାହିଁ ।

ଆପଣ ଅନଲାଇନ୍ ମାଧ୍ୟମରେ ଘରେ ବସି ମାତ୍ର 5ରୁ 10 ମିନିଟ୍ ସମୟରେ ପ୍ୟାନ୍ କାର୍ଡ ଆବେଦନ କରିବା ସହ ଏହାକୁ ଡାଉନଲୋଡ୍ କରିପାରିବେ । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଘରେ ବସି କିପରି ଆବେଦନ କରିବେ ପ୍ୟାନ୍ କାର୍ଡ । ନିମ୍ନରେ ପ୍ୟାନ୍ କାର୍ଡ ଆବେଦନ କରିବା ଠାରୁ ଡାଉନଲୋଡ୍ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ସୋପାନ ଅନୁଯାୟୀ ଦିଆଯାଇଛି । ଏହାକୁ ଅନୁସରଣ କରନ୍ତୁ ଏବଂ 5 ମିନିଟରେ ବନାନ୍ତୁ ପ୍ୟାନ୍ କାର୍ଡ ।
- ଆପଣଙ୍କୁ ପ୍ରଥମେ ଆୟକର ବିଭାଗର ଅଫିସିଆଲ୍ ୱେବସାଇଟ୍ https://www.incometaxindiaefiling.gov.in/e-PAN/ କୁ ଯିବାକୁ ହେବ । ଏହା ଏକ ଇ-ଫାଇଲ୍ ୱେବସାଇଟ୍ ।
- ଏଠାରେ ଆପଣ Instant Pan Through Aadhaar ବିକଳ୍ପ ପାଇବେ, ଏଥିରେ ଟ୍ୟାପ୍ କରନ୍ତୁ ଏବଂ ତା'ପରେ Get New Pan ଉପରେ କ୍ଲିକ୍ କରନ୍ତୁ । ଏହା ପରେ ସ୍କ୍ରିନରେ ଏକ ଫର୍ମ ଖୋଲିବ ।
- ଏହି ଫର୍ମରେ ଆପଣଙ୍କୁ ଆଧାର କାର୍ଡ ନମ୍ବର ପୂରଣ କରିବାକୁ ପଡିବ, ଏହା ପରେ ତଳେ ଦିଆଯାଇଥିବା କ୍ୟାପଚା କୋର୍ଡକୁ ଭରନ୍ତୁ ।
- ପରବର୍ତ୍ତୀ ସୋପାନରେ Generate OTP ଉପରେ କ୍ଲିକ୍ କରିବା ପରେ ଆଦାର କାର୍ଡରେ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବରରେ ଏକ OTP ପାଇବେ ଏହାକୁ ସେଠାରେ ଖାଲି ଥିବା ସ୍ଥାନରେ ଭରନ୍ତୁ ଏବଂ Continue ଉପରେ କ୍ଲିକ୍ କରି ପରବର୍ତ୍ତୀ ସୋପାନକୁ ଯାଆନ୍ତୁ ।
- ଏହା ପରେ ସମସ୍ତ ସୂଚନା ଆପଣଙ୍କ କମ୍ପ୍ୟୁଟର ସ୍କ୍ରନରେ ଆସିଯିବ । ଏଠାରେ ଆପଣଙ୍କର ନାମ, ଜନ୍ମ ତାରିଖ, ଠିକଣା ଇତ୍ୟାଦି ଉପଲବ୍ଧ ଥିବ । ଏହା ପରେ, ପ୍ୟାନ୍ କାର୍ଡ ପାଇଁ ରିକ୍ୱେଷ୍ଟ ନମ୍ବର ମିଳିବ ।
- ସମସ୍ତ ସୋପାନ ଶେଷ ହେବାର 15 ଦିନ ମଧ୍ୟରେ ଆପଣଙ୍କୁ ପ୍ୟାନ୍ କାର୍ଡର କପି ମିଳିଯିବ । କିନ୍ତି ଆପଣ ସେହି ସମୟରେ ମଧ୍ୟ ଅନଲାଇନରୁ ଆପଣଙ୍କ ପ୍ୟାନ୍ କାର୍ଡ ଡାଉନଲୋଡ୍ କରିପାରିବେ ।
କିପରି କରିବେ ଡାଉନଲୋଡ୍ ?
ଆପଣଙ୍କର ପ୍ୟାନ୍ କାର୍ଡର ସ୍ଥିତି ଜାଣିବା କିମ୍ବା ଡାଉନଲୋଡ୍ କରିବାକୁ, ୱେବସାଇଟ୍ ର ମୁଖ୍ୟପୃଷ୍ଠାକୁ ଯାଆନ୍ତୁ । ଯେଉଁଠାରୁ ଆପଣ ଏକ ନୂଆ ପ୍ୟାନ୍ କାର୍ଡ ବନାଇବାକୁ ବିକଳ୍ପ ବାଛିଥିଲେ, ତା ନିକଟରେ ଥିବା ଚେକ୍ ଷ୍ଟାଟସ୍ ବିକଳ୍ପ ଚୟନ କରନ୍ତୁ । ଏହା ପରେ ଏକ ଫର୍ମ ଖୋଲିବ ।
ଏଥିରେ, ଆଧାର କୋଡ୍ ଏବଂ CAPTCHA କୋଡ୍ ଭରିବାକୁ ହେବ । OTP ରିକ୍ୱେଷ୍ଟ ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ମୋବାଇଲକୁ ଆସିଥିବା OTPକୁ ସେଠାରେ ପୂରଣ କରିବାକୁ ହେବ । ଏହା ପରେ ଆପଣ ପ୍ୟାନ୍ କାର୍ଡର ସ୍ଥିତି ଯାଞ୍ଚ କରିପାରିବେ । ଯଦି ଏକ ପାନ୍ କାର୍ଡ ହୋଇଯାଇଛି, ତେବେ ଆପଣ ଏଠାରୁ ଡାଉନଲୋଡ୍ ମଧ୍ୟ କରିପାରିବେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications