Get Updates
Get notified of breaking news, exclusive insights, and must-see stories!

LPG price: ଆର୍ଥିକ ବର୍ଷ ଆରମ୍ଭରୁ କମିଲା ଏଲପିଜି ଦର, ଜାଣନ୍ତୁ କେତେ ବଦଳିଲା ଦାମ୍

LPG price: ଆର୍ଥିକ ବର୍ଷ 2024-25 ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ଅପ୍ରେଲ ପହିଲାରୁ କମିଲା ଏଲପିଜି ଦର । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଏହି ଦର ହ୍ରାସ ବ୍ୟବସାୟିକ ସିଲିଣ୍ଡର ଉପରେ ହୋଇଛି, କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

LPG price

ଦର ହ୍ରାସ ପରେ ଦିଲ୍ଲୀରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 30 ଟଙ୍କା, କୋଲକାତାରେ 32 ଟଙ୍କା, ମୁମ୍ବାଇରେ 31.50 ଟଙ୍କା ଏବଂ ଚେନ୍ନାଇରେ 30 ଟଙ୍କା ହ୍ରାସ ହୋଇଛି ।

ନୂଆ ଦର ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 1764 ଟଙ୍କା ହୋଇଛି । ଅନ୍ୟପକ୍ଷରେ କୋଲକାତାରେ ଏହାର ମୂଲ୍ୟ 1879 ଟଙ୍କା ଥିବାବେଳେ ମୁମ୍ବାଇରେ ଏହାର ଦର 1717 ଟଙ୍କା ଥିବାବେଳେ ଚେନ୍ନାଇରେ ଏହାର ମୂଲ୍ୟ 1930 ଟଙ୍କା ରେ ପହଞ୍ଚିଛି । ନୂଆ ଦର ଆଜି ଠାରୁ ହିଁ ଲାଗୁ ହେବ ।

ଆପଣଙ୍କୁ କହିରଖୁଛୁ ଯେ ମାର୍ଚ୍ଚ ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ । ସେତେବେଳେ ଏଲପିଜି ସିଲିଣ୍ଡରର ମୂଲ୍ୟ 25.50 ଟଙ୍କା ବୃଦ୍ଧି ପାଇଥିଲା, କିନ୍ତୁ ଆଜି ମୂଲ୍ୟ ହ୍ରାସ ହେତୁ ଗ୍ରାହକ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+