Get Updates
Get notified of breaking news, exclusive insights, and must-see stories!

ରୋଷେଇ ଘରେ ପୁଣି ମହଙ୍ଗା ମାଡ଼, ବଢିଲା ଘରୋଇ ଏବଂ ବ୍ୟାବସାୟିକ LPG ସିଲିଣ୍ଡର ମୂଲ୍ୟ

ତୈଳ କମ୍ପାନୀଗୁଡିକ ଉଭୟ ଘରୋଇ ଏବଂ ବ୍ୟାବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଘରୋଇ ଏଲପିଜି ସିଲିଣ୍ଡର ଉପରେ 3.50 ଟଙ୍କା ଏବଂ ବ୍ୟାବସାୟିକ ଏଲପିଜି ସିଲିଣ୍ଡର ଉପରେ 8 ଟଙ୍କା ବୃଦ୍ଧି କରାଯାଇଛି ।

ନୂଆଦିଲ୍ଲୀ : ସାଧାରଣ ଜନତାଙ୍କ ଉପରେ ପୁଣି ବାଜିଛି ମହଙ୍ଗା ମାଡ଼ । ତୈଳ କମ୍ପାନୀଗୁଡିକ ଉଭୟ ଘରୋଇ ଏବଂ ବ୍ୟାବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଘରୋଇ ଏଲପିଜି ସିଲିଣ୍ଡର ଉପରେ 3.50 ଟଙ୍କା ଏବଂ ବ୍ୟାବସାୟିକ ଏଲପିଜି ସିଲିଣ୍ଡର ଉପରେ 8 ଟଙ୍କା ବୃଦ୍ଧି କରାଯାଇଛି । ଏକ ମାସ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଦ୍ୱିତୀୟ ଥର ବୃଦ୍ଧି କରାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ ଏହି ମାସ ଆରମ୍ଭରେ 7 ମଇରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଥିଲା ।

LPG

ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଭୁବନେଶ୍ୱରରେ ଘରୋଇ LPG ସିଲିଣ୍ଡର ମୂଲ୍ୟ 1 ହଜାର 29 ଟଙ୍କା 50 ପଇସା ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ 14.2 କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର 1003 ଟଙ୍କାରେ ବିକ୍ରି ହେବ, ଯାହା ପୂର୍ବରୁ 999.50 ଟଙ୍କା ଥିଲା । ଏଥି ସହିତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ କୋଲକାତାରେ 1029 ଟଙ୍କା, ଚେନ୍ନାଇରେ 1018.50 ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଗତ ବର୍ଷ ଅପ୍ରେଲ ମାସରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ଏହା ହେଉଛି ଦ୍ୱିତୀୟ ବୃଦ୍ଧି । ଅପ୍ରେଲ 2021 ରେ, ବାଣିଜ୍ୟିକ LPG ର ମୂଲ୍ୟ ସିଲିଣ୍ଡର ପିଛା 190 ଟଙ୍କା ବୃଦ୍ଧି କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+