For Quick Alerts
Turn On Notification  
For Daily Alerts
Oneindia App Download

ରୋଷେଇ ଘରେ ପୁଣି ମହଙ୍ଗା ମାଡ଼, ବଢିଲା ଘରୋଇ ଏବଂ ବ୍ୟାବସାୟିକ LPG ସିଲିଣ୍ଡର ମୂଲ୍ୟ

ତୈଳ କମ୍ପାନୀଗୁଡିକ ଉଭୟ ଘରୋଇ ଏବଂ ବ୍ୟାବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଘରୋଇ ଏଲପିଜି ସିଲିଣ୍ଡର ଉପରେ 3.50 ଟଙ୍କା ଏବଂ ବ୍ୟାବସାୟିକ ଏଲପିଜି ସିଲିଣ୍ଡର ଉପରେ 8 ଟଙ୍କା ବୃଦ୍ଧି କରାଯାଇଛି ।

|

ନୂଆଦିଲ୍ଲୀ : ସାଧାରଣ ଜନତାଙ୍କ ଉପରେ ପୁଣି ବାଜିଛି ମହଙ୍ଗା ମାଡ଼ । ତୈଳ କମ୍ପାନୀଗୁଡିକ ଉଭୟ ଘରୋଇ ଏବଂ ବ୍ୟାବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଘରୋଇ ଏଲପିଜି ସିଲିଣ୍ଡର ଉପରେ 3.50 ଟଙ୍କା ଏବଂ ବ୍ୟାବସାୟିକ ଏଲପିଜି ସିଲିଣ୍ଡର ଉପରେ 8 ଟଙ୍କା ବୃଦ୍ଧି କରାଯାଇଛି । ଏକ ମାସ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଦ୍ୱିତୀୟ ଥର ବୃଦ୍ଧି କରାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ ଏହି ମାସ ଆରମ୍ଭରେ 7 ମଇରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଥିଲା ।

LPG

ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଭୁବନେଶ୍ୱରରେ ଘରୋଇ LPG ସିଲିଣ୍ଡର ମୂଲ୍ୟ 1 ହଜାର 29 ଟଙ୍କା 50 ପଇସା ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ 14.2 କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର 1003 ଟଙ୍କାରେ ବିକ୍ରି ହେବ, ଯାହା ପୂର୍ବରୁ 999.50 ଟଙ୍କା ଥିଲା । ଏଥି ସହିତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ କୋଲକାତାରେ 1029 ଟଙ୍କା, ଚେନ୍ନାଇରେ 1018.50 ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଗତ ବର୍ଷ ଅପ୍ରେଲ ମାସରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ଏହା ହେଉଛି ଦ୍ୱିତୀୟ ବୃଦ୍ଧି । ଅପ୍ରେଲ 2021 ରେ, ବାଣିଜ୍ୟିକ LPG ର ମୂଲ୍ୟ ସିଲିଣ୍ଡର ପିଛା 190 ଟଙ୍କା ବୃଦ୍ଧି କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
LPG Price Hiked Again, Twice In A Month, Know Detail Price
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X