For Quick Alerts
Turn On Notification  
For Daily Alerts
Oneindia App Download

ସେପ୍ଟେମ୍ବର ପ୍ରଥମ ଦିନରେ ମହଙ୍ଗା ମାଡ଼, ବଢିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ

ସେପ୍ଟେମ୍ବର ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡର ମହଙ୍ଗା ହୋଇଛି । ଆଜି ଅଣ-ସବସିଡି ଘରୋଇ ଏଲପିଜି ସିଲିଣ୍ଡର 25 ଟଙ୍କା ବୃଦ୍ଧି ହୋଇଛି ।

|

ନୂଆଦିଲ୍ଲୀ : ସେପ୍ଟେମ୍ବର ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡର ମହଙ୍ଗା ହୋଇଛି । ଆଜି ଅଣ-ସବସିଡି ଘରୋଇ ଏଲପିଜି ସିଲିଣ୍ଡର 25 ଟଙ୍କା ବୃଦ୍ଧି ହୋଇଛି । ଯାହା ପରେ ଜାତୀୟ ରାଜଧାନୀରେ 14.2 କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ 884.50 ଟଙ୍କାକୁ ବୃଦ୍ଧି ପାଇଛି । କେବଳ ଘରୋଇ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇନାହିଁ, ଆଜିଠାରୁ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି । ବର୍ତ୍ତମାନ ଏହାର ହାର 1693 ଟଙ୍କାକୁ ବୃଦ୍ଧି ପାଇଛି ।

LPG

ଏହା ପୂର୍ବରୁ ଅଗଷ୍ଟ 18 ରେ, LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଅଗଷ୍ଟ 18 ରେ, ଏଲପିଜି ସିଲିଣ୍ଡରର ମୂଲ୍ୟ 25 ଟଙ୍କା ବୃଦ୍ଧି ପାଇଥିଲାବେଳେ ଏହା ପୂର୍ବରୁ ଜୁଲାଇ 1 ରେ ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା ।

ଆଜି ଏଲପିଜି ଦର ବୃଦ୍ଧି ପରେ ଘରୋଇ ସିଲିଣ୍ଡର କୋଲକାତାରେ 911 ଟଙ୍କା, ମୁମ୍ବାଇରେ 884 ଟଙ୍କା 50 ପଇସା, ଚେନ୍ନାଇରେ 900 ଟଙ୍କା 50 ପଇସା ହୋଇଛି । ଚଳିତ ବର୍ଷ ଆରମ୍ଭରୁ ଏଯାବତ୍ ମୋଟ 190 ଟଙ୍କା ବୃଦ୍ଧି ହେଲାଣି ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଦେଶରେ ଏଲପିଜି ଗ୍ୟାସ ଅପେକ୍ଷା ଦେଶରେ ବୈଦ୍ୟୁତିକ ରନ୍ଧନ ଶସ୍ତା ଅଟେ । ସୂଚନାଯୋଗ୍ୟ ଯେ ପେଟ୍ରୋଲିୟମ କମ୍ପାନୀଗୁଡିକ ମାସର ପ୍ରଥମ ଦିନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
LPG Price Hiked 25 Rupees In September, Know Details
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X