ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ପୁଣି ବଢିଲା ଏଲପିଜି ଦର, ଜାଣନ୍ତୁ କେତେ ଟଙ୍କା ରହିଛି ମୂଲ୍ୟ

LPG Price hike : ପୁଣି ବାଜିଲା ମହଙ୍ଗା ମାଡ଼ । ଦୀପାବଳି ପୂର୍ବରୁ ପଡ଼ିଛି ସରକାରଙ୍କ ମହଙ୍ଗା ଛାଟ । ପୁଣି ବଢିଲା ଏଲପିଜି ଦର । ପେଟ୍ରୋଲିୟମ୍ କମ୍ପାନୀ ଏଲପିଜି ଗ୍ୟସ୍ ସିଲିଣ୍ଡର ଦରରେ ବୃଦ୍ଧଇ କରିଛନ୍ତି । ସିଲିଣ୍ଡର ପ୍ରତି 101.50 ଟଙ୍କା ବୃଦ୍ଧି ହୋଇଛି । ଏହା ପରେ ଏବେ ସିଲିଣ୍ଡର ପ୍ରତି 1833 ଟଙ୍କାରେ ବିକ୍ରି ହେବ । ପୂର୍ବରୁ ଏହା 1731 ଥିଲା ।

LPG Price hike

19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ଦରରେ ବୃଦ୍ଧି ହୋଇଛି । ଘରୋଇ ବ୍ୟବହାର ପାଇଁ ଏଲିପିଜି ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ । ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୁମ୍ବାଇରେ 1,785.50 ଟଙ୍କା, କୋଲକାତାରେ 1,943 ଟଙ୍କା ଏବଂ ଚେନ୍ନାଇରେ 1,999.50 ଟଙ୍କାରେ ଉପଲବ୍ଧ ହେବ ।
ଆପଣଙ୍କୁ କହି ରଖୁଛୁ ଅକ୍ଟୋବରରେ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରିଥିଲେ । ସେତେବେଳେ ସିଲିଣ୍ଡର ପ୍ରତି 209 ଟଙ୍କା ବୃଦ୍ଧି କରାଯାଇଥିଲା । ଏହା ପରେ ଏବେ ଆଉ ଏକ ଝଟକା ଦେଇଛନ୍ତି । ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଏବଂ ପାର୍ବଣ ଋତୁକୁ ଆଖି ଆଗରେ ରଖି ବର୍ତ୍ତମାନ ଏଲପିଜି ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ଆକଳନ କରାଯାଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+