• search
For Quick Alerts
Turn On Notification  
For Daily Alerts

ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ, ଅପ୍ରେଲ ପହିଲାରୁ ଲାଗୁ ହେବ ଦାମ

|

ନୂଆଦିଲ୍ଲୀ : ଗତ କିଛି ମାସ ମଧ୍ୟରେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବହୁତ ବୃଦ୍ଧି ପାଇଥିଲା । ବର୍ତ୍ତମାନ ସରକାର ଏଲପିଜି ଉପଭୋକ୍ତାଙ୍କୁ ଏହି ଦର ବୃ୍ଦ୍ଧିରୁ କିଛିଟା ରିହାତି ଦେଇଛନ୍ତି । ଇଣ୍ଡିଆନ୍ ଅଏଲ୍ ଲିମିଟେଡ୍ ରିପୋର୍ଟ କରିଛି ଯେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା 10 ଟଙ୍କା ହ୍ରାସ କରାଯାଇଛି । ନୂତନ ମୂଲ୍ୟ 1 ଏପ୍ରିଲ 2021 ରୁ କାର୍ଯ୍ୟକାରୀ ହେବ ।

LPG

କମ୍ପାନୀ ଟ୍ୱିଟର ମାଧ୍ୟମରେ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ 10 ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛି । ଏହି ନୂତନ ବ୍ୟବସ୍ଥା ଏପ୍ରିଲ 1 ରୁ କାର୍ଯ୍ୟକାରୀ ହେବ । ଏହି ରିହାତି ପରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 809 ଟଙ୍କା ହେବ, ଯାହା ବର୍ତ୍ତମାନ 819 ଟଙ୍କା ରହିଛି । ଦିଲ୍ଲୀ ବ୍ୟତୀତ ଅନ୍ୟ ବଜାରରେ ମଧ୍ୟ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି ।

ଏହି ରିହାତି ପରେ ବର୍ତ୍ତମାନ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 809 ଟଙ୍କା ହେବ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା 819 ଟଙ୍କା ଥିଲା । ଏଥି ସହିତ କୋଲକାତାରେ 835 ଟଙ୍କା 50 ପଇସା, ମୁମ୍ବାଇରେ 809 ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା 825 ଟଙ୍କା ହେବ । ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 692 ଟଙ୍କା ଥିଲା । ଯାହା ଫେବୃଆରୀରେ ସିଲିଣ୍ଡର ପିଛା 719 ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଫେବୃଆରୀ 15 ରେ ଏହାର ମୂଲ୍ୟ 769 ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ପରେ 25 ଫେବୃଆରୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 794 ଟଙ୍କାକୁ ବୃଦ୍ଧି କରାଯାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ 819 ଟଙ୍କାକୁ ହ୍ରାସ କରାଯାଇଛି ।

ଏଥି ସହିତ ମାର୍ଚ୍ଚରେ ଇଣ୍ଡେନର 19 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 1614 ଟଙ୍କା, କୋଲକାତାରେ 1681.50 ଟଙ୍କା, ମୁମ୍ବାଇରେ 1563.50 ଟଙ୍କା ଏବଂ ଚେନ୍ନାଇରେ 1730.50 ଟଙ୍କା ରହିଛି । ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, ଯଦି ଆପଣ ଏଲପିଜି ସିଲିଣ୍ଡର ଅର୍ଥାତ୍ ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ଏଥିରେ 50 ଟଙ୍କା କ୍ୟାସବ୍ୟାକ୍ ପାଇପାରିବେ । ଏହା କରିବା ପାଇଁ ଆପଣଙ୍କୁ ଆମାଜନ ପେ ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରିବାକୁ ପଡିବ । ଆପଣ ଆମାଜନ ପେରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦେବା ମାତ୍ରେ ଆପଣ 50 ଟଙ୍କାର କ୍ୟାସବ୍ୟାକ୍ ର ଲାଭ ପାଇବେ, ଏବଂ ଏହିପରି ଆପଣ ଗ୍ୟାସ୍ ସିଲିଣ୍ଡରକୁ 50 ଟଙ୍କା ଶସ୍ତା ଶସ୍ତା ପାଇପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube

English summary
LPG Price Decrease, It Will effect from 1st April.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X