ଭାରତରେ LPG ଦୁନିଆର ସବୁଠାରୁ ମହଙ୍ଗା, ପିପିପି ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଜାଣନ୍ତୁ
ପେଟ୍ରୋଲ ଦର ପରିସ୍ଥିତି ଏପରି ଯେ ଜଣେ ଭାରତୀୟଙ୍କ ଦୈନିକ ଆୟର ¼ ଭାଗ ଏକ ଲିଟର ପେଟ୍ରୋଲରେ ଚାଲିଯାଉଛି । ଦୁନିଆର ଅଧିକାଂଶ ଦେଶ ତୁଳନାରେ ଡିଜେଲର ମୂଲ୍ୟ ମଧ୍ୟ ଭାରତରେ ସର୍ବାଧିକ
ନୂଆଦିଲ୍ଲୀ : ଭାରତର ଏଲପିଜି ସାରା ବିଶ୍ୱରେ ସବୁଠାରୁ ମହଙ୍ଗା । ଏପରିକି ଆମେରିକା ଓ ୟୁରୋପ ପରି ବିକଶିତ ଦେଶର ନାଗରିକ ମାନେ ମଧ୍ୟ ଆମ ତୁଳନାରେ ବହୁତ୍ କମ୍ ମୂଲ୍ୟରେ ଏଲପିଜି କିଣୁଛନ୍ତି ବୋଲି ପର୍ଚେଜିଂ ପାୱାର ପେରିଟି ଦର୍ଶାଇଛି ।
ଏହା ବ୍ୟତୀତ ପେଟ୍ରୋଲ ଦର ପରିସ୍ଥିତି ଏପରି ଯେ ଜଣେ ଭାରତୀୟଙ୍କ ଦୈନିକ ଆୟର ¼ ଭାଗ ଏକ ଲିଟର ପେଟ୍ରୋଲରେ ଚାଲିଯାଉଛି । ଦୁନିଆର ଅଧିକାଂଶ ଦେଶ ତୁଳନାରେ ଡିଜେଲର ମୂଲ୍ୟ ମଧ୍ୟ ଭାରତରେ ସର୍ବାଧିକ । ଉଲ୍ଲେଖନୀୟ ବିଷୟ ହେଉଛି, ନିକଟ ଅତୀତରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ଯଥେଷ୍ଟ ବୃଦ୍ଧି ହୋଇଛି ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏହାର କରାଣ ବୋଲି କୁହାଯାଉଛି ।

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ଖବର ଅନୁଯାୟୀ, ପିପିପି (ପର୍ଚେଜିଂ ପାୱାର ପେରିଟି ) ଆଧାରରେ ଏଲପିଜି ଭାରତରେ ସବୁଠାରୁ ମହଙ୍ଗା । ଘରୋଇ ବଜାରରେ ସ୍ଥାନୀୟ ମୁଦ୍ରାର କ୍ରୟ କ୍ଷମତା ଆଧାରରେ ଦେଶରେ ଲିଟର ପିଛା LPG ର ମୂଲ୍ୟ ଦୁନିଆର କୌଣସି ସ୍ଥାନରେ ନାହିଁ । ଏହି ଆଧାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନ୍ୟ ଦେଶ ତୁଳନାରେ ଭାରତରେ ଆକାଶ ଛୁଆଁ ହୋଇଛି । ପିପିପି ଆଧାରରେ ଭାରତ ପରେ LPG ମୂଲ୍ୟରେ ତୁର୍କୀ, ଫିଜି, ମେଲଡୋଭା ଏବଂ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ର ନାମ ରହିଛି । କିନ୍ତୁ, ୟୁରୋପର କେତେକ ଦେଶରେ ସ୍ୱିଜରଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଫ୍ରାନ୍ସ, କାନାଡା ଇତ୍ୟାଦିରେ LPG ର ମୂଲ୍ୟ ସେଠାରେ ଥିବା ଲୋକଙ୍କ କ୍ରୟ ଶକ୍ତି ତୁଳନାରେ ବହୁତ ଶସ୍ତା ରହିଛି ।
54 ଦେଶ ତୁଳନାରେ ଭାରତରେ ସବୁଠାରୁ ମହଙ୍ଗା LPG
ଏହି ରିପୋର୍ଟରେ 54 ଟି ଦେଶରେ ଏଲପିଜି ମୂଲ୍ୟ ଉପରେ ଆଧାର କରି କୁହାଯାଇଛି ଯେ ପିପିପି ଅନୁଯାୟୀ ଭାରତରେ ଗୋଟିଏ ଲିଟର ଗ୍ୟାସର ମୂଲ୍ୟ 3.5 ଆନ୍ତର୍ଜାତୀୟ ଡଲାର ଅଟେ, ଯାହା ବିଶ୍ୱରେ ସର୍ବାଧିକ । ମାର୍ଚ୍ଚ ଶେଷରେ ଘରୋଇ ବ୍ୟବହାର ପାଇଁ ଏଲପିଜି ସିଲିଣ୍ଡର ଗ୍ୟାସର ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଛି । ଯଦି ଆମେ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରଗୁଡ଼ିକ ବିଷୟରେ କହିବା, ତେବେ 14.2 କିଲୋଗ୍ରାମ ଗ୍ୟାସ୍ ବିଶିଷ୍ଟ LPG ସିଲିଣ୍ଡର ବର୍ତ୍ତମାନ ହାରାହାରି 950 ଟଙ୍କାରେ ବିକ୍ରି ହେଉଛି । ଅର୍ଥାତ୍ ଏକ କିଲୋଗ୍ରାମ ଗ୍ୟାସର ମୂଲ୍ୟ ପ୍ରାୟ 67 ଟଙ୍କା । ଯେତେବେଳେ କି, ଏହା ସ୍ପେନ୍ରେ 1.4, ଇଟାଲୀରେ 1.2, ବ୍ରିଟେନରେ 1, ଫ୍ରାନ୍ସରେ 1 ଏବଂ ଜର୍ମାନୀରେ ଲିଟର ପିଛା 1.4 ଡଲାର ରହିଛି ।

ଏକ ଲିଟର ପେଟ୍ରୋଲରେ ଖର୍ଚ୍ଚ ହେଉଛି ଦୈନିକ ଆୟର 1/4 ଅଂଶ
ଏହି ପିପିପି ଆଧାରରେ ଭାରତରେ ପେଟ୍ରୋଲର ମୂଲ୍ୟ ବିଶ୍ୱରେ ତୃତୀୟ ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ଡିଜେଲ ମିଳୁଥିବା ଦେଶ ମଧ୍ୟରେ ଭାରତ 8 ମ ସ୍ଥାନରେ ରହିଛି । ପିପିପି ଡଲାର ମୂଲ୍ୟ ଆଧାରରେ ଦେଶରେ ଏକ ଲିଟର ପେଟ୍ରୋଲ 5.2 ଡଲାର ଏବଂ ଡିଜେଲ ପ୍ରତି ଲିଟର 4.6 ଡଲାରରେ ମିଳୁଛି । ଏହାକୁ ଆଧାର କରି ରିପୋର୍ଟରେ ଦର୍ଶାଯାଇଛି ଯେ ଜଣେ ଭାରତୀୟଙ୍କ ଦୈନିକ ରୋଜଗାରର ପ୍ରାୟ ଏକ ଚତୁର୍ଥାଂଶ (23.5%) ଏକ ଲିଟର ପେଟ୍ରୋଲରେ ଖର୍ଚ୍ଚ ହେଉଛି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications