Get Updates
Get notified of breaking news, exclusive insights, and must-see stories!

ପୁଣି ପଡ଼ିଲା ମହଙ୍ଗା ମାଡ଼, ଏଲପିଜି ସିଲିଣ୍ଡରେ ବଢିଲା 15 ଟଙ୍କା, ଜାଣନ୍ତୁ କଣ ରହିଛି ନୂଆ ଦର

ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 15 ଟଙ୍କା ବୃଦ୍ଧି କରିଛନ୍ତି । ଯାହାକି ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ବଜେଟ୍ ବିଗାଡ଼ି ଥିବା ବେଳେ ପୁଣି ଏଲପିଜି ସିଲିଣ୍ଡରର ଦାମ ବଢିଛି । ଯାହାକୁ ନେଇ ସାଧାରଣ ଉପଭୋକ୍ତା ଚିନ୍ତିତ ।

ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 15 ଟଙ୍କା ବୃଦ୍ଧି କରିଛନ୍ତି । ଯାହାକି ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ସବସିଡି ବିନା 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 899.50 ଟଙ୍କାକୁ ବୃଦ୍ଧି ପାଇଛି । ପେଟ୍ରୋଲିୟମ କମ୍ପାନୀଗୁଡିକ ଅନୁଯାୟୀ, ଏଲପିଜି ସିଲିଣ୍ଡର ଉପରେ ବୃଦ୍ଧି ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ 5 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ 502 ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡର ପ୍ରତି 886 ଟଙ୍କାରେ ପହଞ୍ଚିଛି ।

LPG

ଗତ 9 ମାସରେ ବଢିଛି 205 ଟଙ୍କା

ଦୁଇ ମାସ ତଳେ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହା ଚତୁର୍ଥ ବୃଦ୍ଧି । ଏହାପୂର୍ବରୁ ଗତ ମାସ ସେପ୍ଟେମ୍ବର 1 ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 25 ଟଙ୍କା ବୃଦ୍ଧି କରାଯାଇଥିଲା । ଯଦି ଆମେ ଚଳିତ ବର୍ଷ ଜାନୁୟାରୀ 1 ରୁ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧିକୁ ହିସାବ କରୁ, ତେବେ ଗତ 9 ମାସ ମଧ୍ୟରେ ଗ୍ୟାସ୍ ସିଲିଣ୍ଡର ଉପରେ ମୋଟ 205 ଟଙ୍କା ବୃଦ୍ଧି ହୋଇଛି । ଠିକ୍ 5 ଦିନ ପୂର୍ବରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା ।

ବିଭିନ୍ନ ସହରରେ କ'ଣ ରହିଛି ସିଲିଣ୍ଡରର ନୂଆ ଦର ?

ଏହି ହାର ବୃଦ୍ଧି ପରେ ଦିଲ୍ଲୀର ଏଲପିଜି ସିଲିଣ୍ଡର ପ୍ରତି 899 ଟଙ୍କା 50 ପଇସା, ମୁମ୍ବାଇରେ 899 ଟଙ୍କା 50 ପଇସା, ନୋଏଡ଼ାରେ 882 ଟଙ୍କା 50 ପଇସା, ଗୁରୁଗ୍ରାମରେ 893 ଟଙ୍କା 50 ପଇସା, ବାଙ୍ଗାଲୁରୁରେ 887 ଟଙ୍କା 50 ପଇସା, ଚଣ୍ଡିଗଡ଼ରେ 894 ଟଙ୍କା, ଜୟପୁରରେ 888 ଟଙ୍କା 50 ପଇସା, ପାଟନାରେ 974 ଟଙ୍କା 50 ପଇସା, କୋଲକାତାରେ 911 ଟଙ୍କା, ଚେନ୍ନାଇରେ 900 ଟଙ୍କା 50 ପଇସା, ହାଇଦ୍ରାବାଦରେ 937 ଟଙ୍କା, ଲକ୍ଷ୍ନୌରେ 922 ଟଙ୍କା 50 ପଇସା ରହିଛି ।

ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି

ଉଲ୍ଲେଖନୀୟ କଥା ହେଉଛି, ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବୁଧବାର ଦିନ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ମୂଲ୍ୟ 26 ପଇସା ରୁ 30 ପଇସା ବୃଦ୍ଧି ପାଇଛି ଏବଂ ଡିଜେଲ 34 ପଇସା ରୁ 37 ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+