Get Updates
Get notified of breaking news, exclusive insights, and must-see stories!

ମଧ୍ୟବିତ୍ତଙ୍କ ଉପରେ ମହଙ୍ଗା ମାଡ଼ : ବଢିଲା ଏଲପିଜି ଗ୍ୟାସ୍ ଦର, ଜାଣନ୍ତୁ କ'ଣ ରହିଛି ଗ୍ୟାସ୍ ଦର

ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ LPG କୁ 25.50 ଟଙ୍କା ବୃଦ୍ଧି କରିଛନ୍ତି । ଏଥି ସହିତ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 84 ଟଙ୍କା ବୃଦ୍ଧି ପାଇଛି । ଏହା ପରେ ଦିଲ୍ଲୀରେ ଏକ 14.2 କିଲୋଗ୍ରାମ ସିଲିଣ୍ଡରର ଦାମ 834.50 ଟଙ୍କାରେ ପହଞ୍ଚିଛି ।

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାରଙ୍କଠାରୁ ମିଳିଛି ଆଉ ଏକ ବଡ଼ ଝଟକା । ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ LPG କୁ 25.50 ଟଙ୍କା ବୃଦ୍ଧି କରିଛନ୍ତି । ଏଥି ସହିତ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 84 ଟଙ୍କା ବୃଦ୍ଧି ପାଇଛି । ଏହା ପରେ ଦିଲ୍ଲୀରେ ଏକ 14.2 କିଲୋଗ୍ରାମ ସିଲିଣ୍ଡରର ଦାମ 834.50 ଟଙ୍କାରେ ପହଞ୍ଚିଛି ।

LPG

ଆଜି ପ୍ରକାଶିତ ମୂଲ୍ୟ ଅନୁଯାୟୀ, ଏଲପିଜିର ମୂଲ୍ୟ 25.5 ଟଙ୍କା ବୃଦ୍ଧି ପାଇଛି । ଆଜି ଠାରୁ ଅର୍ଥାତ୍ ଜୁଲାଇ 1 ରୁ ନୂତନ ଦର ଲାଗୁ ହେବ । ଦେଶର ସର୍ବବୃହତ ଏଲପିଜି କମ୍ପାନୀ ଇଣ୍ଡେନ ୱେବସାଇଟରେ ପ୍ରକାଶିତ ମୂଲ୍ୟ ଅନୁଯାୟୀ, ଜୁଲାଇ 1 ରେ ଦିଲ୍ଲୀରେ 14.2 କିଲୋଗ୍ରାମ ଘରୋଇ ଏଲପିଜି ମୂଲ୍ୟ 834.5 ଟଙ୍କାକୁ ବୃଦ୍ଧି ପାଇଛି । ଜୁନ୍ 1 ରେ ଏହାର ମୂଲ୍ୟ 809.00 ଟଙ୍କା ରହିଥିଲା । ଏଥି ସହିତ ବ୍ୟବସାୟିକ ଗ୍ୟାସର ମୂଲ୍ୟ 76 ଟଙ୍କା ବୃଦ୍ଧି ପାଇଛି ।

ଚଳିତବର୍ଷ ଜାନୁଆରୀ 1ରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ପିଛା ଦର 694 ଟଙ୍କା ରହିଥିଲା । ଜୁଲାଇ 1 ରେ ଆଜି ଦର 834 ଟଙ୍କା ରହିଛି । ଚଳିତବର୍ଷ ୬ ମାସରେ ଗ୍ୟାସ୍ ଦର 138 ଟଙ୍କା ବଢ଼ିଛି । ସେହିପରି ଦିଲ୍ଲୀରେ 19 କେଜି ସିଲିଣ୍ଡର ଦାମ 76 ଟଙ୍କା 50 ପଇସା ବୃଦ୍ଧି ପାଇ 1550 ଟଙ୍କା ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+