ରୋଷେଇ ଘରେ ମହଙ୍ଗା ମାଡ଼, ପୁଣି ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର
ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ 50 ଟଙ୍କା ବୃଦ୍ଧି କରିୂବାକୁ ତୈଳ କମ୍ପାନୀ ମାନେ ଘୋଷଣା କରିଛନ୍ତି । ଏହି ବୃଦ୍ଧି ଦର ଆଜିଠାରୁ ଲାଗୁ ହେବ ।
ନୂଆଦିଲ୍ଲୀ : ସାରା ଦେଶରେ ଦରଦାମ ବୃଦ୍ଧି ଲୋମାନଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ପୁଣି ରୋଷେଇ ଘରେ ଲାଗିଛି ମହଙ୍ଗା ମାଡ଼ । ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ 50 ଟଙ୍କା ବୃଦ୍ଧି କରିୂବାକୁ ତୈଳ କମ୍ପାନୀ ମାନେ ଘୋଷଣା କରିଛନ୍ତି । ଏହି ବୃଦ୍ଧି ଦର ଆଜିଠାରୁ ଲାଗୁ ହେବ ।
ନୂତନ ମୂଲ୍ୟ ଲାଗୁ ହେବା ପରେ, ଦିଲ୍ଲୀରେ LPG ସିଲିଣ୍ଡରର ମୂଲ୍ୟ 1003 ରୁ 1053 ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ 14.2 କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ 1052.50 ଟଙ୍କା ହୋଇଛି । କୋଲକାତାରେ ସିଲିଣ୍ଡର ପିଛା 1079 ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା 1068.50 ଟଙ୍କାରେ ବିକ୍ରି ହେଉଛି ।

ଅନ୍ୟପକ୍ଷରେ, ଯଦି ଆମେ 5 କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ବିଷୟରେ ଆଲୋଚନା କରିବା, ତେବେ ଏହାର ମୂଲ୍ୟ 18 ଟଙ୍କା ବୃଦ୍ଧି ପାଇଥିବାବେଳେ 19 କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ 8.50 ଟଙ୍କା ହ୍ରାସ ପାଇଛି ।
ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 834.50 ରୁ 1053 ଟଙ୍କାକୁ ବୃଦ୍ଧି ପାଇଛି । ଶେଷ ଥର ପାଇଁ 19 ମେ ରେ 14.2 କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 4 ଟଙ୍କା ବୃଦ୍ଧି କରାଯାଇଥିଲା । ମେ 7 ରେ, ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 999.50 ଟଙ୍କା ଥିଲା । 22 ମାର୍ଚ୍ଚ 2022 ରେ 949.50 ଏହା ପରେ ପୁଣି ମାର୍ଚ୍ଚ 22 ରେ ଏହାର ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଥିଲା । ଅକ୍ଟୋବର 2021 ରୁ ଫେବୃଆରୀ 2022 ମଧ୍ୟରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 899.50 ଟଙ୍କା ଥିଲା ।












Click it and Unblock the Notifications