For Quick Alerts
Turn On Notification  
For Daily Alerts
Oneindia App Download

ରୋଷେଇ ଘରେ ମହଙ୍ଗା ମାଡ଼, ପୁଣି ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର

ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ 50 ଟଙ୍କା ବୃଦ୍ଧି କରିୂବାକୁ ତୈଳ କମ୍ପାନୀ ମାନେ ଘୋଷଣା କରିଛନ୍ତି । ଏହି ବୃଦ୍ଧି ଦର ଆଜିଠାରୁ ଲାଗୁ ହେବ ।

|

ନୂଆଦିଲ୍ଲୀ : ସାରା ଦେଶରେ ଦରଦାମ ବୃଦ୍ଧି ଲୋମାନଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ପୁଣି ରୋଷେଇ ଘରେ ଲାଗିଛି ମହଙ୍ଗା ମାଡ଼ । ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ 50 ଟଙ୍କା ବୃଦ୍ଧି କରିୂବାକୁ ତୈଳ କମ୍ପାନୀ ମାନେ ଘୋଷଣା କରିଛନ୍ତି । ଏହି ବୃଦ୍ଧି ଦର ଆଜିଠାରୁ ଲାଗୁ ହେବ ।

ନୂତନ ମୂଲ୍ୟ ଲାଗୁ ହେବା ପରେ, ଦିଲ୍ଲୀରେ LPG ସିଲିଣ୍ଡରର ମୂଲ୍ୟ 1003 ରୁ 1053 ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ 14.2 କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ 1052.50 ଟଙ୍କା ହୋଇଛି । କୋଲକାତାରେ ସିଲିଣ୍ଡର ପିଛା 1079 ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା 1068.50 ଟଙ୍କାରେ ବିକ୍ରି ହେଉଛି ।

LPG

ଅନ୍ୟପକ୍ଷରେ, ଯଦି ଆମେ 5 କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ବିଷୟରେ ଆଲୋଚନା କରିବା, ତେବେ ଏହାର ମୂଲ୍ୟ 18 ଟଙ୍କା ବୃଦ୍ଧି ପାଇଥିବାବେଳେ 19 କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ 8.50 ଟଙ୍କା ହ୍ରାସ ପାଇଛି ।

ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 834.50 ରୁ 1053 ଟଙ୍କାକୁ ବୃଦ୍ଧି ପାଇଛି । ଶେଷ ଥର ପାଇଁ 19 ମେ ରେ 14.2 କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 4 ଟଙ୍କା ବୃଦ୍ଧି କରାଯାଇଥିଲା । ମେ 7 ରେ, ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 999.50 ଟଙ୍କା ଥିଲା । 22 ମାର୍ଚ୍ଚ 2022 ରେ 949.50 ଏହା ପରେ ପୁଣି ମାର୍ଚ୍ଚ 22 ରେ ଏହାର ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଥିଲା । ଅକ୍ଟୋବର 2021 ରୁ ଫେବୃଆରୀ 2022 ମଧ୍ୟରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 899.50 ଟଙ୍କା ଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
LPG Cylinder Price Hiked By Rs 50 From Today, know detail, price
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X