କମିଲା LPG ମୂଲ୍ୟ, ସିଲିଣ୍ଡର ଦରରେ 115 ଟଙ୍କା ହ୍ରାସ
ନଭେମ୍ବର ମାସ ପ୍ରଥମ ଦିନରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ ଆଶ୍ୱସ୍ତିକର ଖବର ଆସିଛି । ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ହୋଇଛି । ବ୍ୟବସାୟିକ ଏଲପିଜି ସିଲିଣ୍ଡର ପ୍ରତି 115 ଟଙ୍କା ଶସ୍ତା ହୋଇଛି ।
ନୂଆଦିଲ୍ଲୀ : ନଭେମ୍ବର ମାସ ପ୍ରଥମ ଦିନରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ ଆଶ୍ୱସ୍ତିକର ଖବର ଆସିଛି । ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ହୋଇଛି । ବ୍ୟବସାୟିକ ଏଲପିଜି ସିଲିଣ୍ଡର ପ୍ରତି 115 ଟଙ୍କା ଶସ୍ତା ହୋଇଛି ।

ମୂଲ୍ୟ ହ୍ରା ପରେ ଦିଲ୍ଲୀରେ 19 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 1744 ଟଙ୍କା ହୋଇଛି, ଯାହା ଗତକାଲି ପର୍ଯ୍ୟନ୍ତ 1859.5 ଟଙ୍କା ଥିଲା । ତେବେ କୋଲକାତାରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର 1846 ଟଙ୍କାରେ ବିକ୍ରି ହେଉଛି । ଗତକାଲି ପର୍ଯ୍ୟନ୍ତ ଏହା 1995.50 ଟଙ୍କାରେ ବିକ୍ରି ହେଉଥିଲା । ସେହିପରି ମୁମ୍ବାଇରେ ଏହି ସିଲିଣ୍ଡର 1696 ଟଙ୍କା ଏବଂ ଚେନ୍ନାଇରେ ଏହା 1893 ଟଙ୍କା ରହିଛି ।
ଆଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ଉପରେ ମୂଲ୍ୟ ହ୍ରାସ ପାଇଥିବାବେଳେ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ 6 ଜୁଲାଇ ପରଠାରୁ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ 1053 ଟଙ୍କା ରହିଛି । କ୍ରମାଗତ ଷଷ୍ଠ ଥର ପାଇଁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ହୋଇଛି । ଏହା ପୂର୍ବରୁ ଅକ୍ଟୋବର 1 ରେ, 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର 37.50 ଟଙ୍କା ଶସ୍ତା ହୋଇଥିଲା ।












Click it and Unblock the Notifications