ଘରେ ବସି ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ୍ କରନ୍ତୁ ଆଧାର କାର୍ଡ
ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସଡକ ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିଥାନ୍ତି । ତେଣୁ ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହିତ ଲିଙ୍କ କରିବାର ପ୍ରକ୍ରିୟା ସାମାନ୍ୟ ଭିନ୍ନ ହୋଇପାରେ ।
ବର୍ତ୍ତମାନ ସମୟରେ ପ୍ରତ୍ୟେକ ପରିଚୟ ପ୍ରମାଣ ସହିତ ଆଧାର କାର୍ଡକୁ ଲିଙ୍କ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏପରିକି ଡ୍ରାଇଭିଂ ଲାଇସେନ୍ସରେ ମଧ୍ୟ ଆଧାର କାର୍ଡ ଲିଙ୍କ କରିବା ଜରୁରୀ ହେବା ସହ ଏହା ବହୁତ ଫଳପ୍ରଦ ହୋଇପାରୁଛି । ଆମେ ଆପଣଙ୍କୁ କହୁ ରଖୁଛୁ ଯେ, ସରକାର ଡ୍ରାଇଭିଂ ଲାଇସେନ୍ସ ସହ ଆଧାର କାର୍ଡ ଲିଙ୍କ କରିବା ପ୍ରକ୍ରିୟାକୁ ଏତେ ସରଳ କରିଦେଇଛନ୍ତି, ଫଳରେ ଉପଭୋକ୍ତାଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି । ଏହି ପ୍ରକ୍ରିୟାରେ ଆପଣ ଘରେ ବସି ଅନଲାଇନରେ ଆଧାର କାର୍ଡ ସହ ଡ୍ରାଇଭିଂ ଲାଇସେନ୍ସକୁ ଲିଙ୍କ କରିପାରିବେ । ତେବେ ଜାଣନ୍ତୁ ଏନେଇ କଣ ରହିଛି ପ୍ରକ୍ରିୟା ...

ଏହା ଜାଣିରଖନ୍ତୁ, ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସଡକ ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିଥାନ୍ତି । ତେଣୁ ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହିତ ଲିଙ୍କ କରିବାର ପ୍ରକ୍ରିୟା ସାମାନ୍ୟ ଭିନ୍ନ ହୋଇପାରେ । କିନ୍ତୁ ଆମେ ଆପଣଙ୍କୁ କେତେକ ମୌଳିକ ପଦକ୍ଷେପ ବିଷୟରେ କହୁଛୁ, ଯେଉଁଥିରେ ଆପଣ ସହଜରେ ଡ୍ରାଇଭିଂ ଲାଇସେନ୍ସ ସହ ଆଧାର କାର୍ଡକୁ ଲିଙ୍କ କରିପାରିବେ ।
ନିମ୍ନରେ ଦିଆଯାଇଥିବା ପଦକ୍ଷେପକୁ ଅନୁସରଣ କରି ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହିତ ଲିଙ୍କ୍ କରନ୍ତୁ
- ପ୍ରଥମେ sarathi.parivahan.gov.in ୱେବସାଇଟ୍ କୁ ଯାଆନ୍ତୁ
- ବର୍ତ୍ତମାନ ଆପଣଙ୍କୁ ଲାଇସେନ୍ସ ପ୍ରଦାନ କରିଥିବା ରାଜ୍ୟ ଚୟନ କରନ୍ତୁ
- ବର୍ତ୍ତମାନ Apply Online ଉପରେ କ୍ଲିକ୍ କରନ୍ତୁ
- ତା'ପରେ Services on Driving Licence (Renewal/Duplicate/Aedl/Others)ଉପରେ କ୍ଲିକ୍ କରନ୍ତୁ
- ବର୍ତ୍ତମାନ ଆପଣଙ୍କ ରାଜ୍ୟର ସବିଶେଷ ତଥ୍ୟ ପୁରଣ କରି Continue କରନ୍ତୁ
- ଏହା ପରେ, ଡ୍ରାଇଭିଂ ଲାଇସେନ୍ସ ନମ୍ବର ଏବଂ ଜନ୍ମ ତାରିଖ ଦେଇ 'ବିବରଣୀ ପ୍ରାପ୍ତ ' ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
- ଡ୍ରାଇଭିଂ ଲାଇସେନ୍ସ ବିବରଣୀ ଆସିବା ପରେ ପରବର୍ତ୍ତୀ ପ୍ରକ୍ରିୟାକୁ ଆନୁସରଣ କରନ୍ତୁ
- ଏଠାରେ ଆପଣଙ୍କ ଆଧାର କାର୍ଡର 12 ଅଙ୍କ ବିଶିଷ୍ଟ ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବର ଦାଖଲ କରନ୍ତୁ
- ମନେରଖନ୍ତୁ ଏଥିରେ ଦେଇଥିବା ମୋବାଇଲ ନମ୍ବର ଆପଣଙ୍କ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ
- ଏହା ପରେ ଏକ OTP ଆସିବ, ଏହାକୁ ପ୍ରବେଶ କରିବା ପରେ ନିଶ୍ଚିତ କରିବାକୁ ହେବ
- ଯଦି ଆପଣ ଅନଲାଇନ୍ କରିବାକୁ ଚାହୁଁନାହାଁନ୍ତି ତେବେ ଆପଣ RTO କାର୍ଯ୍ୟାଳୟକୁ ଯାଇ ମଧ୍ୟ ଏହା କରିପାରିବେ
ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଯଦି ଗୋଟିଏ ରାଜ୍ୟର ଡ୍ରାଇଭର ଅନ୍ୟ ରାଜ୍ୟରେ ଦୁର୍ଘଟଣାରେ ମଦ୍ୟପାନ କରି ପଳାୟନ କରିବା ପରେ ସେ ଅନ୍ୟ ରାଜ୍ୟରୁ ନକଲ ଲାଇସେନ୍ସ କରିଦେଇଥାଏ । କିନ୍ତୁ ଏହା କରିବା ଫଳରେ ଡିଜିଟାଲ ମାଧ୍ୟମରେ ତାର ସମ୍ପୂର୍ଣ୍ଣ ତଥ୍ୟ ଭୁଲ୍ ଦେଖାଇବ ଏବଂ ସେ ଏହା କରିବାରେ ଅସମର୍ଥ ହେବ ।












Click it and Unblock the Notifications