For Quick Alerts
Turn On Notification  
For Daily Alerts
Oneindia App Download

ଷ୍ଟକ୍ ମାର୍କେଟରେ ସାମିଲ ହେଲା LIC, ବଜାର ଆରମ୍ଭରୁ ନିବେଶକଙ୍କୁ ଝଟକା

ତାଲିକାଭୁକ୍ତ ହେବା ମାତ୍ରେ LIC ର ଷ୍ଟକ୍ ର୍ ଜବରଦସ୍ତ କାରବାର ଆରମ୍ଭ ହୋଇଛି । ପ୍ରି-ଓପନିଂରେ, ଷ୍ଟକ୍ 872 ଟଙ୍କାରେ ଖୋଲି 918 ଟଙ୍କା ଉଚ୍ଚରେ ପହଞ୍ଚିଥିବାବେଳେ ସର୍ବନିମ୍ନ 860 ଟଙ୍କାରେ ପହଞ୍ଚିଛି ।

|

ମୁମ୍ବାଇ : ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ର ସେୟାରଗୁଡିକ ଆଜି ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି । ଏହି ଅବସରରେ ଉଦବୋଧନ ଦେଇ ବିନିଯୋଗ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ତୁହିନ୍ କାନ୍ତ ପାଣ୍ଡେ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସହିତ LIC ର IPO ଅନୁରୂପ ଅଟେ । ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଉଦୀୟମାନ ବଜାର ମଧ୍ୟରୁ ଅନ୍ୟତମ, ଏହି ଦଶନ୍ଧି ମଧ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଏକ ହେବ ।

LIC

872 ଟଙ୍କାରେ ଲିଷ୍ଟିଂ ହେଲା ଦେଶର ସବୁଠାରୁ ବଡ଼ IPO । ଏନଏସଇରେ 872 ଟଙ୍କାରେ ଲିଷ୍ଟିଂ ହୋଇଥିବା ବେଳେ, ବିଏସଇରେ ଆହୁରି କମ୍ ଅର୍ଥାତ୍ 867 ରେ ଲିଷ୍ଟିଂ ହୋଇଛି । ଏଲଆଇସିର IPO ଦର 902 ରୁ 949 ଟଙ୍କା ଥିଲା । ଆଶା କରାଯାଉଥିଲା ଏଲଆଇସି 1000 ଟଙ୍କା ପରେ ଲିଷ୍ଟିଂ ହେବ । ବଜାରରୁ ଗ୍ରାହକ ଲାଭ ପାଇବେ, କିନ୍ତୁ ସେଭଳି କିଛି ହେଲା ନାହିଁ ।

10 ଟା ସମୟରେ ଖୋଲା ବଜାରରେ ଷ୍ଟକ୍ ଏକ ଅଭିବୃଦ୍ଧି ଦେଖାଇବା ଆରମ୍ଭ କରିଥିଲା, ଲୋକମାନେ ଆଶା କରୁଥିଲେ ଯେ ସେମାନେ ଏହି ଷ୍ଟକ୍ ଠାରୁ ଭଲ ଲାଭ ପାଇବେ । ତଥାପି, ଏହା ଦେଖିବାକୁ ବାକି ରହିଲା କି LIC ର ଷ୍ଟକ୍ ଲୋକଙ୍କ ଆଶା ପୂରଣ କରି ପାରୁଛି କି ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
LIC Listed IN Share market
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X