Get Updates
Get notified of breaking news, exclusive insights, and must-see stories!

ଆପଣଙ୍କ ଆଧାର କାର୍ଡ ଅସଲି କିମ୍ବା ନକଲି ନେଇ ଦ୍ୱନ୍ଦରେ ଅଛନ୍ତି କି ? ଜାଣନ୍ତୁ କିପରି କରିବେ ଏହାର ଯାଞ୍ଚ

ଆପଣଙ୍କ ପାଖରେ ଥିବା ଆଧାରକାର୍ଡ କେତେ ଦୂର ଠିକ୍ ତାହ ମଧ୍ୟ ଯାଞ୍ଚ କରିନେବା ଆବଶ୍ୟକ । ଯଦି ଆପଣଙ୍କ ଆଧାର କାର୍ଡ ନକଲି ହୋଇଥାଏ ତେବେ ମଧ୍ୟ ଆପଣ ଉପରୋକ୍ତ ସୁବିଧାରୁ ବଞ୍ଚିତ ହେବେ ।ତେବେ ଜାଣନ୍ତୁ,କିପରି ଜାଣିବେ ଆପଣଙ୍କ ଆଧାରକାର୍ଡ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ

ଆଜିକାଲି ଆଧାରକାର୍ଡ ସାରା ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଭାବେ ପରିଗଣିତ ହେଉଛି । ସ୍କୁଲରେ ପିଲାଙ୍କର ନାମ ଲେଖା ଠାରୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ହେଉ କିମ୍ବା କୌଣସି ସରକାରୀ ଯୋଜନାର ସୁବିଧା ପାଇବା ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ । ତେଣୁ ଆମେ ସମସ୍ତେ ଆଧାର କାର୍ଡ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବା ସହ ସମସ୍ତଙ୍କର ଆଧାର କାର୍ଡ କରିବା ଜରୁରୀ । ନଚେତ୍ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହି ଆଧାର କାର୍ଡ ଭାରତ ସରକାରଙ୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଜାରି କରିଯାଉଥିବା ଆଧାର କାର୍ଡରେ କୌଣସି ବ୍ୟକ୍ତିଙ୍କର ଡେମୋଗ୍ରାଫିକ୍ ଏବଂ ବାୟୋମେଟ୍ରିକ୍ ସୂଚନା ରହିଥାଏ । ଏଥିସହିତ ଆପଣଙ୍କ ପାଖରେ ଥିବା ଆଧାରକାର୍ଡ କେତେ ଦୂର ଠିକ୍ ତାହ ମଧ୍ୟ ଯାଞ୍ଚ କରିନେବା ଆବଶ୍ୟକ । ଯଦି ଆପଣଙ୍କ ଆଧାର କାର୍ଡ ନକଲି ହୋଇଥାଏ ତେବେ ମଧ୍ୟ ଆପଣ ଉପରୋକ୍ତ ସୁବିଧାରୁ ବଞ୍ଚିତ ହେବେ । ତେବେ ଜାଣନ୍ତୁ, କିପରି ଜାଣିବେ ଆପଣଙ୍କ ଆଧାର କାର୍ଡ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ...

Aadhaar

ଆପଣଙ୍କ ଆଧାର କାର୍ଡ ଅସଲି କିମ୍ବା ନକଲି ଯାଞ୍ଚ କରିବେ କିପରି ?

ଆପଣ ଘରେ ବସି ଆପଣଙ୍କ ଆଧାର କାର୍ଡର ତଥ୍ୟ ସମ୍ପର୍କରେ ଜାଣିବା ସହ ଏହା ଅସଲି କିମ୍ବା ନକଲି ମଧ୍ୟ ପରଖୀ ପାରିବେ । ଜାଣନ୍ତୁ କିପରି କରିବେ ଏହାର ଯାଞ୍ଚ...

1. ଆପଣଙ୍କୁ ପ୍ରଥମେ ଏହି URL ଉପରେ କ୍ଲିକ୍ କରିବାକୁ ହେବ - https://resident.uidai.gov.in/aadhaarverification
2. ଏହି ଲିଙ୍କରେ କ୍ଲିକ୍ କରିବା ପରେ ଆପଣଙ୍କ ସାମ୍ନାରେ ଆଧାରର ଏକ ପେଜ୍ ଖୋଲିବ ।
3. ଏହା ପରେ My Aadhaarକୁ ଯାଇ Verify an Aadhaar Number ବିକଳ୍ପକୁ ଚୟନ କରନ୍ତୁ ।
4. ଏହା ପରେ ଏଥିରେ ଆପଣଙ୍କ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରନ୍ତୁ ।
5. ଏହା ତଳେଥିବା CAPTCHA (ସୁରକ୍ଷା କୋଡ୍) ପ୍ରବେଶ କରନ୍ତୁ ।
6. ଏହା ପରେ Proceed To Verify ଉପରେ କ୍ଲିକ୍ କରନ୍ତୁ ।
7. ଯଦି ଆପଣଙ୍କର ଆଧାର ନମ୍ବର ସଠିକ୍ ଅଛି, ତେବେ ଏକ ନୂତନ ପୃଷ୍ଠା ଖୋଲିବ ।
8. ଯେଉଁଥିରେ ଆପଣ ଏକ ବାର୍ତ୍ତା ପାଇବେ ଯେ ଆପଣଙ୍କର ଆଧାର ନମ୍ବର 9908XXXXXXXX ପରି ଅଟେ ।
9. ଯଦି ଆପଣଙ୍କ ଆଧାର କାର୍ଡ ଠିକ୍ ଥିବ, ତେବେ ଆପଣଙ୍କର ବୟସ, ଲିଙ୍ଗ ଏବଂ ଠିକଣା ଦେଖିପାରିବେ ।
10. ଏହି ଉପାୟରେ ଆପଣ ଜାଣିପାରିବେ ଯେ ଆପଣଙ୍କର ଆଧାର କାର୍ଡ ପ୍ରକୃତ ନା ନକଲି ।

ଏହି ବ୍ୟତୀତ ଆପଣଙ୍କ ଆଧାର କାର୍ଡ କେବେ ଏବଂ କେଉଁଠି ବ୍ୟବହାର କରାଯାଇଛି ତାହାର ତଥ୍ୟ ମଧ୍ୟ ଆପଣ ଜାଣିପାରିବେ । ତେବେ ଜାଣନ୍ତୁ କିପରି କରିବେ ଏହାର ଯାଞ୍ଚ...

1. ପ୍ରଥମେ ଆପଣ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ - https://resident.uidai.gov.in/notification-aadhaar
2. ଆପଣଙ୍କର ଆଧାର ନମ୍ବର ପ୍ରବେଶ କରନ୍ତୁ ଏବଂ ଏହାର ତଳେ ଥିବା ବାକ୍ସରେ ସୁରକ୍ଷା କୋଡ୍ ଦିଅନ୍ତୁ ।
3. ଏହା ରେ OTP Generate ଉପରେ କ୍ଲିକ୍ କରନ୍ତୁ ।
4. ଆପଣଙ୍କ ରେଡିଷ୍ଟର ମୋବାଇଲ ନମ୍ବରକୁ ଆସିଥିବା OTPକୁ ଏଠାରେ ଦାଖଲ କରନ୍ତୁ ଏବଂ ପରବର୍ତ୍ତୀ ବିକଳ୍ପକୁ ଚୟନ କରନ୍ତୁ ।
6. ଏହା ସହିତ, ଆପଣଙ୍କୁ କାରବାରର ଅବଧି ଏବଂ ସଂଖ୍ୟା ମଧ୍ୟ ପୂରଣ କରିବାକୁ ପଡିବ ।
7. ଏହା ପରେ, ଆପଣ ମନୋନୀତ ତାରିଖ, ସମୟ ଏବଂ ଆଧାର ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+