ଟ୍ୱିଟର ଆକାଉଣ୍ଟ ଭେରିଫିକେସନ୍ ଆରମ୍ଭ : ଜାଣନ୍ତୁ କିପରି କରିବେ ଆବେଦନ

ପ୍ରାୟ 3 ବର୍ଷର ବ୍ୟବଧାନ ପରେ ଟ୍ୱିଟର ପକ୍ଷରୁ ପବ୍ଲିକ୍ ଭେରିଫିକେସନ୍ ଆରମ୍ଭ ହୋଇଛି । ବର୍ତ୍ତମାନ ଯେକୌଣସି ଲୋକ ନିଜ ଟୁଇଟର୍ ଆକାଉଣ୍ଟକୁ ଭେରିଫାୟାଡ୍ ଟୁଇଟର୍ ଆକାଉଣ୍ଟ କରିପାରିବେ ।

ନୂଆଦିଲ୍ଲୀ : ଆପଣଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଠିକ୍ ଦରକାର କି ? ଏଥିପାଇଁ ଆପଣଙ୍କ ଆକାଉଣ୍ଟ ଭେରିଫାଏଡ୍ ହୋଇଥିବା ଆବଶ୍ୟକ । ଆପଣ ଚାହିଁଲେ ଆପଣଙ୍କ ଟ୍ୱିଟର ଆକାଉଣ୍ଟକୁ ଭେରିଫାୟାର୍ଡ କରାଇପାରିବେ । ଏନେଇ ପ୍ରାୟ 3 ବର୍ଷର ବ୍ୟବଧାନ ପରେ ଟ୍ୱିଟର ପକ୍ଷରୁ ପବ୍ଲିକ୍ ଭେରିଫିକେସନ୍ ଆରମ୍ଭ ହୋଇଛି । ବର୍ତ୍ତମାନ ଯେକୌଣସି ଲୋକ ନିଜ ଟୁଇଟର୍ ଆକାଉଣ୍ଟକୁ ଭେରିଫାୟାଡ୍ ଟୁଇଟର୍ ଆକାଉଣ୍ଟ କରିପାରିବେ । ମାତ୍ର ଏଥିପାଇଁ କିଛି ନିୟମାବଳୀ ରହିଛି ଯାହା ଆପଣଙ୍କୁ ଆବେଦନ କରିବାକୁ ପଡିବ । 2017 ରେ ଟ୍ୱିଟର ପକ୍ଷରୁ ପବ୍ଲିକ୍ ଭେରିଫିକେସନ୍ ବନ୍ଦ କରିଦିଆଯାଇଥିବା ବେଳେ ଏବେ ପୁଣି ଥରେ ଆରମ୍ଭ କରାଯାଇଛି । ପବ୍ଲିକ୍ ଭେରିଫିକେସନ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିୂବା ନେଇ ଗତ ସପ୍ତାହରେ ଟ୍ୱିଟର ପକ୍ଷରୁ ସୂଚନା ଦିଆଯାଇଥିଲା ।

twitter

ସେପଟେ ଟ୍ୱିଟର କହିଛି ଯେ, ପ୍ରଥମ ପର୍ଯ୍ୟାୟରେ 6 ଟି ବର୍ଗର ଲୋକମାନେ ଭେରିଫାୟାର୍ଡ ଆକାଉଣ୍ଟ ପାଇଁ ଆବେଦନ କରିପାରିବେ । ସେଗୁଡିକ ହେଲା ସରକାରୀ କମ୍ପାନୀ, ବ୍ରାଣ୍ଡସ୍, ନନ୍ ପ୍ରଫିଟ୍ ଅର୍ଗାନାଇଜେସନ୍, ନ୍ୟୁଜ୍, ମନୋରଞ୍ଜନ, ଖେଳ, ଅର୍ଗାନାଇଜର୍ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷ । ଯେଉଁମାନଙ୍କର ଅନୁଗାମୀ(ଫଲୋର୍ସ) ଅଧିକ ରହିଥିବେ ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ଭେରିଫାୟାଡ୍ ଆକାଉଣ୍ଟ କରିବା ପାଇଁ ଟ୍ୱିଟରରେ ଆପଣଙ୍କ ନାମ ସ୍ପଷ୍ଟ ରହିବା ଆବଶ୍ୟକ, ପ୍ରୋଫାଇଲ୍ ପିକ୍ଚର ଏବଂ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଇଡି ଭେରିଫାୟାର୍ଡ ହୋଇଥିବା ଜରୁରୀ ଅଟେ । ଯଦି ଗତ 6 ମାସ ଯାଏଁ ଆପଣ ଟ୍ୱିଟରରେ ଆକ୍ଟିଭ୍ ରହିଛନ୍ତି ତେବେ ମଧ୍ୟ ଆପଣ ଭେରିଫାୟାର୍ଡ ଆକାଉଣ୍ଟ ପାଇଁ ଆବେଦନ କରିପାରିବେ ।

କିପରି କରିବେ ଆବେଦନ :

ଟ୍ୱିଟର ଆକାଉଣ୍ଟରେ ଆପଣମାନେ ସେଟିଙ୍ଗରେ ଭେରିଫିକେସନ୍ ଆପ୍ଲିକେସନ୍ ଦେଖିବାକୁ ପାଇବେ । ସବୁ ୟୁଜର୍ମାନଙ୍କ ଆକାଉଣ୍ଟରେ ଏହା ଶୋ' କରିବ । ଏହାପରେ ଭେରିଫିକେସନ୍ ଆପ୍ଲିକେସନ୍ କୁ ଯାଇ ଆପଣମାନେ ସେଥିରେ ଥିବା ଅପସନ୍ ସବୁକୁ ନିଜ ହିସାବରେ ଚୟନ କରିବେ । ମାତ୍ର ଏଥିପାଇଁ ଆବଶ୍ୟକ ପ୍ରମାଣପତ୍ରର ବିବରଣୀ ଦେବାକୁ ପଡ଼ିବ । ପରେ ଆପଣ ଦେଇଥିବା ସୂଚନା ସବୁକୁ ଟ୍ୱିଟର ଯାଞ୍ଚ କରିବା ପରେ ଆପଣ ଆକାଉଣ୍ଟକୁ ଭେରିଫାୟାର୍ଡ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+