ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ କରିନାହାଁନ୍ତିକି ଆଧାର କାର୍ଡ, ଜାଣନ୍ତୁ ଘରେ ବସି କିପରି କରିବେ ଲିଙ୍କ
ସଡକ ପରିବହନ ମନ୍ତ୍ରଣାଳୟର ଏକ ଡ୍ରାଫ୍ଟ ଆଦେଶ ଅନୁଯାୟୀ, ଯେଉଁମାନେ ପୋର୍ଟାଲ ମାଧ୍ୟମରେ ଯୋଗାଯୋଗହୀନ ସେବା ପାଇବାକୁ ଇଚ୍ଛୁକ, ସେମାନଙ୍କୁ ଆଧାର କାର୍ଡ ଲିଙ୍କ କରିବାକୁ ହେବ ।
ନୂଆଦିଲ୍ଲୀ : ଆଜିକାଲି ଆଧାର କାର୍ଡ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ଭାବେ କାର୍ଯ୍ୟ କରୁଛି । ପ୍ୟାନ କାର୍ଡ ହେଉ ଅବା ବ୍ୟାଙ୍କ ଆକାଉଣ୍ଟ ଅଥବ ଡ୍ରାଇଭିଂ ଲାଇସେନ୍ସ ସବୁଥିରେ ଲିଙ୍କ କରିବାକୁ ହେଉଛି ଆଧାର କାର୍ଡ । ସଡ଼କ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଖସିପଳାଉଥିବା ଡ୍ରାଇଭରମାନଙ୍କର ଚିହ୍ନଟ ଏବଂ ଜାଲିଆତିକୁ ରୋକିବା ପାଇଁ ଡ୍ରାଇଭିଂ ଲାଇସେନ୍ସ ସହ ଆଧାର କାର୍ଡର ଲିଙ୍କ ବର୍ତ୍ତମାନ ବାଧ୍ୟତାମୂଳକ କରାଯାଇଛି । ଏହା ମାଧ୍ୟମରେ ଡ୍ରାଇଭର ବିଷୟରେ ସମ୍ପୂର୍ଣ୍ଣ ସୂଚନା ଅନଲାଇନରେ ଉପଲବ୍ଧ ହେବ । ସଡକ ପରିବହନ ମନ୍ତ୍ରଣାଳୟର ଏକ ଡ୍ରାଫ୍ଟ ଆଦେଶ ଅନୁଯାୟୀ, ଯେଉଁମାନେ ପୋର୍ଟାଲ ମାଧ୍ୟମରେ ଯୋଗାଯୋଗହୀନ ସେବା ପାଇବାକୁ ଇଚ୍ଛୁକ, ସେମାନଙ୍କୁ ଆଧାର କାର୍ଡ ଲିଙ୍କ କରିବାକୁ ହେବ ।

ତେବେ ଆପଣଙ୍କ ଆଧାର କାର୍ଡ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ୍ ହୋଇନାହିଁ କି ? ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ସହିତ ଆଧାର କାର୍ଡ ଲିଙ୍କ୍ କରିବାକୁ ଚାହୁଁଛନ୍ତି କି ? ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଆପଣଙ୍କୁ ଜଣାଇବୁ ଘରେ ବସି କିପରି ପାଇବେ ଏହି ସୁବିଧା ।
ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହିତ ଯୋଡିବାକୁ ହେଲେ ଆପଣଙ୍କୁ ରାଜ୍ୟ ପରିବହନ ବିଭାଗର ୱେବସାଇଟ୍ ପରିଦର୍ଶନ କରିବାକୁ ପଡିବ । ଡଜାଣି ରଖନ୍ତୁ, ଆଧାର ସହିତ ଡ୍ରାଇଭିଂ ଲାଇସେନ୍ସ ଲିଙ୍କ କରିବା ବ୍ୟତୀତ ପରିବହନ ମନ୍ତ୍ରଣାଳୟ ମଧ୍ୟ ଅନ୍ୟ କେତେକ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । ଯାହା ଅଧୀନରେ ବର୍ତ୍ତମାନ HSRP ନମ୍ବର ପ୍ଲେଟ୍ ଲଗାଇବା କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାଧ୍ୟମରେ ଗାଡି ଚୋରି ଏବଂ ଠକେଇକୁ ରୋକାଯାଇପାରିବ । ଯେଉଁ ଗାଡିଗୁଡିକର ନମ୍ବର ପ୍ଲେଟ୍ 0 କିମ୍ବା 1 ର ଶେଷରେ ଅଛି, ଏହାକୁ 15 ଜୁଲାଇ 2021 ସୁଦ୍ଧା ସ୍ଥାପନ କରିବା ଆବଶ୍ୟକ ହେବ । ଦୁଇ ଚକିଆ ଯାନ ଏବଂ କାର ମାଲିକଙ୍କୁ ଏଥିପାଇଁ ପରିବହନ ବିଭାଗର ୱେବସାଇଟ୍ ପରିଦର୍ଶନ କରିବାକୁ ପଡିବ । କିନ୍ତି ଏହି ଦୁଇଟି ସେବାର ପ୍ରକ୍ରିୟା ଭିନ୍ନ ଭିନ୍ନ । ତଥାପି, ପ୍ରାୟ ପ୍ରତ୍ୟେକ ରାଜ୍ୟ ପାଇଁ ମୌଳିକ ପ୍ରକ୍ରିୟା ସମାନ ରହିଛି ।
ଡ୍ରାଇଭିଂ ଲାଇସେନ୍ସ ସହିତ ଆଧାରକୁ ସଂଯୋଗ କରିବାର ଉପାୟ...
ସୋପାନ 1 : ରାଜ୍ୟ ସଡକ ପରିବହନ ବିଭାଗର ୱେବସାଇଟକୁ ଯାଆନ୍ତୁ ।
ସୋପାନ 2 : ବର୍ତ୍ତମାନ 'ଲିଙ୍କ୍ ଆଧାର' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 3 : ଡ୍ରପ୍ ଡାଉନ୍ ମେନୁରୁ "ଡ୍ରାଇଭିଂ ଲାଇସେନ୍ସ" ଚୟନ କରନ୍ତୁ ।
ସୋପାନ 4 : ଡ୍ରାଇଭିଂ ଲାଇସେନ୍ସ ନମ୍ବର ପ୍ରବେଶ କରନ୍ତୁ ଏବଂ 'ସବିଶେଷ ତଥ୍ୟ' ଉପରେ କ୍ଲିକ୍ କରନ୍ତୁ ।
ସୋପାନ 5 : 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।
ସୋପାନ 6 : ପ୍ରକ୍ରିୟା ସମାପ୍ତ କରିବାକୁ 'ସବମିଟ୍ ' ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 7 : ପଞ୍ଜୀକୃତ ମୋବାଇଲରେ ଏକ OTP ମିଳିବ । OTP ପ୍ରବେଶ କରନ୍ତୁ ।
ଏହାପରେ ସବମିଟ୍ କରି ଆପଣ ନିଜ ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହ ଅତି ସହଜରେ ଲିଙ୍କ କରିପାରିବେ ।












Click it and Unblock the Notifications