Get Updates
Get notified of breaking news, exclusive insights, and must-see stories!

ଦୈନନ୍ଦିନ ଜୀବନକୁ ସରଳ କରୁଥିବା କେତେକ ମୋବାଇଲ ଆପ୍ଲିକେସନ୍

ବାହାରକୁ ବୁଲିବାକୁ ଯିବା, ଆପଣଙ୍କ ଲୋକେସନ୍ ସେୟାର କରିବା ଇତ୍ୟାଦି କାମ ପାଇଁ ଆମେ ସାଧାରଣତଃ ଅନେକ କାର୍ଯ୍ୟ ପାଇଁ ମଧ୍ୟ ଗୁଗୁଲ ସର୍ଚ୍ଚ କରିଥାନ୍ତି । ତେବେ ଏଥିରୁ ମୁକ୍ତି ପାଇ ଏହି ସବୁ ସୁବିଧା ପାଇବା ନେଇ ଆମେ ଆପଣଙ୍କୁ କହିବୁ କେତେକ ଆପ୍ ବିଷୟରେ ।

ଆଜିକାଲି ସମସ୍ତେ ପ୍ରାୟ ମୋବାଇଲ ବ୍ୟବହାର କରୁଛନ୍ତି । ବାହାରକୁ ବୁଲିବାକୁ ଯିବା, ଆପଣଙ୍କ ଲୋକେସନ୍ ସେୟାର କରିବା ଇତ୍ୟାଦି କାମ ପାଇଁ ଆମେ ସାଧାରଣତଃ ଇଣ୍ଟରନେଟର ସାହାଯ୍ୟ ଲୋଡ଼ିଥାନ୍ତି । ଏହା ବ୍ୟତୀତ ଅନେକ କାର୍ଯ୍ୟ ପାଇଁ ମଧ୍ୟ ଆମେ ଗୁଗୁଲ ସର୍ଚ୍ଚ କରିଥାନ୍ତି । ତେବେ ଏଥିରୁ ମୁକ୍ତି ପାଇ ଏହି ସବୁ ସୁବିଧା ପାଇବା ନେଇ ଆମେ ଆପଣଙ୍କୁ କହିବୁ କେତେକ ଆପ୍ ବିଷୟରେ । ଯାହାକି ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁ ସହାୟକ ହୋଇପାରିବ । ତେବେ ଜାଣନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ଆପ୍ ବିଷୟରେ ...

Application

Manything ଆପ୍ ବିଷୟରେ ଜାଣନ୍ତୁ...

ଆପଣଙ୍କ ଫୋଲନରେ ଅହି ଆପ୍ କୁ ଡାଉନଲୋଡ୍ କରିବାକୁ ପଡିବ । ଏହା ଆପଣଙ୍କ ଫୋନରେ ଏକ ସିସିଟିଭି କ୍ୟାମେରା ପରି କାମ କରିବ । ଏଥିପାଇଁ ଫୋନରେ ୱାଇ-ଫାଇ ରହିବା ଆବଶ୍ୟକ । ଏହି ମେନିଥିଙ୍ଗ ଆପ୍ ସେବା ସମ୍ପୂର୍ଣ୍ଣ ମାଗଣା । ଏହି ଆପ୍ ମାଧ୍ୟମରେ ସେହି ସ୍ଥାନର ଗତିବିଧି ଏବଂ ସାଉଣ୍ଡ ବିଷୟରେ ଜଣାପଡ଼ିଥାଏ । ଏହା ବ୍ୟତୀତ, ଯେତେବେଳେ କିଛି ଅସ୍ୱାଭାବିକ ପରିସ୍ଥିତି ହେଲେ ଏହି ଆପ୍ ଆପଣଙ୍କୁ ଆଲର୍ଟ ପଠାଇଥାଏ । ଏହି ଆପ୍ ଜରିଆରେ ଆପଣ ନିଜର ମୁଖ୍ୟ ହ୍ୟାଣ୍ଡସେଟରେ କଏଦ ହୋଇଥିବା ଲାଇଭ୍ ଷ୍ଟ୍ରିମ୍ ବିଷୟରେ ଏକ ସ୍ପଷ୍ଟ ଦୃଶ୍ୟ ପାଇପାରିବେ ।

ପ୍ରୋଟନ୍ ଭିପିଏନ୍ ମଧ୍ୟ ଏକ ଭଲ ଆପ୍

ଆଣ୍ଡ୍ରଏଡ୍ ପାଇଁ ଅନେକ VPN ସେବା ଅଛି । କିନ୍ତୁ ପ୍ରୋଟନ୍ VPN ଆପ୍ ଜରିଆରେ ଆପଣ ବିନା କୌଣସି ବ୍ୟାଣ୍ଡୱିଡଥ୍ ସୀମା ମଧ୍ୟରେ ମାଗଣାରେ ବ୍ୟବହାର କରିପାରିବେ । ଏହା ସୁରକ୍ଷା ଏବଂ ଗୋପନୀୟତା ଉପରେ ଅଧିକ ଧ୍ୟାନ ଦେଇଥାଏ । ଏହା ଆପଣଙ୍କ କାର୍ଯ୍ୟକଳାପକୁ ଟ୍ରାକ୍ କରେ ନାହିଁ କିମ୍ବା ରେକର୍ଡ କରେ ନାହିଁ । ଏହା ଆପଣଙ୍କୁ ବିଶ୍ୱବ୍ୟାପୀ ଶହ ଶହ ସର୍ଭର ଯୋଗାଇଥାଏ । ଏହାର 'ସୁରକ୍ଷିତ କୋର୍' ଆପଣଙ୍କର ଗୋପନୀୟତା ବଜାୟ ରଖେ ।

Ava-24/7 Accessibility

Ava ଏପରି ଏକ ଆପ୍ ଯାହା କମ୍ ଶୁଣିପାରୁଥିବା ଥିବା ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ସାମ୍ନାରେ ଥିବା ବ୍ୟକ୍ତି କହୁଥିବା କଥାକୁ ସ୍କ୍ରିନରେ ଦେଖାଇଥାଏ । ଆପଣ ଯଦି କୌଣସି ବଧୀର କିମ୍ବା କମ୍ ଶୁଣିପାରୁଥିବା ବ୍ୟକ୍ତି ସହ କଥା ହେଉଛନ୍ତି, ତେବେ ଆପଣ ଏହି ଆପ୍ ଜରିଆରେ ତାହାର ପାଠ୍ୟ ସଂସ୍କରଣ କରି ଦେଖାଇପାରିବେ ।

Cerberus Personal Safty

ସର୍ବେରସ୍ ବ୍ୟକ୍ତିଗତ ସୁରକ୍ଷା ଏକ ଅତ୍ୟନ୍ତ ଆକର୍ଷଣୀୟ ଆପ୍ । ଏହା ମାଧ୍ୟମରେ ଆପଣ ଆପଣଙ୍କର ସାଙ୍ଗ ଏବଂ ପରିବାର ସହିତ ରିଅଲ୍-ଟାଇମ୍ ଲୋକେସନ୍ ସେୟାର କରିପାରିବେ । ଏଥିରେ ଏକ ମ୍ୟାପ୍ ବ୍ରାଉଜର ରହିଛି ଯାହାକି ଆପଣଙ୍କ ଲୋକ୍ସନକୁ ଟ୍ରାକ୍ କରିପାରେ ।

TravelSafe : ଭ୍ରମଣ ଉପଯୋଗୀ ଆପ୍

ବିଶେଷକରି ଯେତେବେଳେ ଆପଣ ବିଦେଶ ଭ୍ରମଣ କରିବାକୁ ଯାଉଛନ୍ତି, ଟ୍ରାଭେଲ୍ ସେଫ୍ ଆପ୍ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ଏଥିରେ ବିଶ୍ୱର ସମସ୍ତ ଜରୁରୀକାଳୀନ ସେବା ବିଷୟରେ ସୂଚନା ତାଲିକାଭୁକ୍ତ କରାଯାଇଛି । ଏଥିରେ ପୋଲିସ, ଚିକିତ୍ସା ଏବଂ ଅଗ୍ନିଶମ ସେବା ନମ୍ବର ଏବଂ ଯାତ୍ରୀଙ୍କ ଘର ପାଇଁ ଦୂତାବାସ ଯୋଗାଯୋଗ ନମ୍ବର ମଧ୍ୟ ଉପଲବ୍ଧ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+