For Quick Alerts
Turn On Notification  
For Daily Alerts
Oneindia App Download

ସିଗନାଲ୍ ଆପ୍ କ'ଣ ? କିପରି କରିବେ ଏହାର ବ୍ୟବହାର ?

ବର୍ତ୍ତମାନ ହ୍ୱାଟସ୍ଆପ୍ ନିଜର ଗୋପନୀୟତା ନୀତିକୁ ନେଇ ବିବାଦ ଘେରକୁ ଆସିଛି । ଏହି ସମୟରେ ଏହାର ବିକଳ୍ପ ଭାବରେ ଅନ୍ୟ ଏକ ଆପ୍ ବଜାରରେ ଉପଲବ୍ଧ ହୋଇଛି । ଯାହାର ନା ସିଗନାଲ୍ ଆପ୍ ।

|

ହ୍ୱାଟସ୍ ଆପ୍ ହେଉଛି ଦୁନିଆର ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ । ଗତ 10 ବର୍ଷ ଧରି ସୋଶାଲ୍ ମିଡ଼ିଆରେ ଏହା ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ବହୁ ଲୋକପ୍ରିୟ ହୋଇପାରିଛି । ସାଧାରଣ ମେସେଜ୍, ଭଏସ୍ ମେସେଜ୍ ଏବଂ ଭିଡ଼ିଓ କଲିଂ ଭଲି ବୈଶିଷ୍ଟ ରଖୁଥିବା ଏହି ମେସେଜିଂ ଆପ୍ ପ୍ରାୟତଃ ସମସ୍ତ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ଦ୍ୱାରା ଆଦୃତ ହୋଇପାରିଛି । କିନ୍ତୁ ବର୍ତ୍ତମାନ ଏହା ନିଜର ଗୋପନୀୟତା ନୀତିକୁ ନେଇ ବିବାଦ ଘେରକୁ ଆସିଛି । ଏହି ସମୟରେ ଏହାର ବିକଳ୍ପ ଭାବରେ ଅନ୍ୟ ଏକ ଆପ୍ ବଜାରରେ ଉପଲବ୍ଧ ହୋଇଛି । ଯାହାର ନା ସିଗନାଲ୍ ଆପ୍ ।

signalapp

ହ୍ୱାଟସଆପର ବିକଳ୍ପ ଭାବେ ହେବ ଉଭା

ଏହି ସିଗନାଲ ଆପଟି ହ୍ୱାଟସଆପ୍ ମେସେଜିଂ ଆପ୍ ର ବିକଳ୍ପ ଭାବେ ବିବେଚିତ ହେବ । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ମତଭେଦ ପରେ ହ୍ୱାଟସଆପର ସହ-ପ୍ରତିଷ୍ଠାତା ବ୍ରାଏନ୍ ଆକ୍ଟନ କମ୍ପାନୀରୁ ଇସ୍ତଫା ଦେଇଛନ୍ତି । ଏହା ପରେ ବ୍ରାଏନ୍ ସିଗନାଲ୍ କମ୍ପାନୀ ସହ ମିଶି ସିଗନାଲ୍ ଆପ ସେଟ୍ ଅପ୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏହି ଆପରେ ହ୍ୱାଟସ୍ଆପ୍ ଭଳି ସମସ୍ତ ବୈଶିଷ୍ଟ ରହିଛି । ଏପରିକି ହ୍ୱାଟସ୍ଆପରେ ଆସିଥିବା ନୂଆ ବୈଶିଷ୍ଟ ଗୁଡ଼ିକ ମଧ୍ୟ ଆପଣ ଏହି ଆପରେ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଆପ୍ ବିଷୟରେ ଅଧିକ ତଥ୍ୟ...

କିପରି ଡାଉନଲୋଡ୍ କରିବେ ସିଗନାଲ୍ ଆପ୍ ?

  • ଆପଣ ଏହି ଆପ୍ଲିକେସନକୁ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆଇଓଏସ୍ ଷ୍ଚୋରରୁ ଡାଉନଲୋଡ୍ କରିପାରିବେ ।
  • ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ଆପର ସାଇଜ୍ 97MB ହୋଇଥିବାବେଳେ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଏହି ଆପର ଆକାର 133MB ରହିଛି ।
  • ଆପରେ ଅଡିଓ, ଭିଡିଓ କଲ୍ ଭଳି ସମସ୍ତ ବୈଶିଷ୍ଟ୍ୟ ଉପଲବ୍ଧ ।
  • ବିଶେଷ କଥା ହେଲା ଆପଣ ଏହି ଆପକୁ ଏକା ସାଙ୍ଗରେ ଏକାଧିକ ଡିଭାଇସରେ ବ୍ୟବହାର କରିପାରିବେ । ଏଥିସହିତ ଆପଣ ଡିଭାଇସ୍ ଗୁଡ଼ିକୁ ଲିଙ୍କ ମଧ୍ୟ କରିପାରିବେ ।

ଆପ୍ ଭର୍ସନ୍ (ଆଇଓଏସ୍) - 5.0.3
ଆପ୍ ଭର୍ସନ୍ (ଆଣ୍ଡ୍ରଏଡ୍) - 5.0.8

ଗୁଗୁଲ୍ ପ୍ଲେ ଷ୍ଟୋରରେ ଥିବା ସିଗନାଲ୍ ଆପକୁ 4.5 ରେଟିଂ ମିଳିଛି । ଏହାକୁ 10 ମିଲିୟନରୁ ଅଧିକ ବ୍ୟବହାରକାରୀ ଡାଉନଲୋଡ୍ କରିସାରିଲେଣି ।

ସିଗନାଲ୍ ଆପ୍ କିପରି ବ୍ୟବହାର କରିବେ ..?

  • ଆପଣ ଯେଉଁଭଳି ଭାବରେ ହ୍ୱାଟସ୍ ଆପ୍ ବ୍ୟବହାର କରନ୍ତି, ଏହି ଆପକୁ ସମାନ ଢଙ୍ଗରେ ବ୍ୟବହାର କରିପାରିବେ ।
  • ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋର୍‌କୁ ଯାଇ ଏହାକୁ ଡାଉନଲୋଡ୍ କରିପାରିବେ ।
  • ତା'ପରେ ଆପଣଙ୍କର ମୋବାଇଲ୍ ନମ୍ବର ପଞ୍ଜିକରଣ କରିବାକୁ ହେବ ।
  • ଏହା ପରେ ଦିଆଯାଇଥିବା ମୋବାଇଲ ନମ୍ବରକୁ ଏକ ଭେରିଫିକେସନ୍ କୋର୍ଡ ଆସିବ ଏହା ଦେବା ପରେ ଆପଣଙ୍କ ମୋବାଇଲରେ ଏହି ଆପକୁ ବ୍ୟବହାର କରିବାକୁ ଅନୁମତି ପାଇପାରିବେ ।
  • ଯଦିଓ ଏହାର ଇଣ୍ଟରଫେସ୍ ହ୍ୱାଟସ୍ ଆପ୍ ଠାରୁ ଭିନ୍ନ, କିନ୍ତୁ ଆପଣ ଏଥିରେ ହ୍ୱାଟସ୍ଆପ୍ ଭଳି ସମସ୍ତ ବୈଶିଷ୍ଟ୍ୟ ପାଇବେ ।
  • ହ୍ୱାଟସ୍ଆପ ଭଳି ସର୍ଚ୍ଚ ଅପ୍ସନକୁ ଯାଇ ଆପଣଙ୍କ ସମସ୍ତ କଣ୍ଟାକ୍ଟ ଲିଷ୍ଟ ପାଇବା ସହ ମେସେଜ୍, ଫଟୋ, ଭିଡ଼ିଓ ସେୟାର କରିପାରିବେ ।

ସିଗନାଲ୍ ଆପର ବିଶେଷତା

  • ଏହି ଆପର ବିଶେଷତ୍ୱ ​​ହେଉଛି ଏଥିରେ ଆପଣଙ୍କର ତଥ୍ୟ ସର୍ଭରରେ ଗଚ୍ଛିତ ହୋଇ ରହେ ନାହିଁ ।
  • ତେଣୁ ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟତୀତ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ କେହି ପାଇପାରିବେ ନାହିଁ ।
  • ଆପଣ ନିଜ ଡିଭାଇସରେ ମେସେଜ୍ , ଫଟୋ, ଆପର ଭିଡିଓକୁ ବ୍ୟାକଅପ୍ ଜରିଆରେ ସେଭ୍ କରି ରଖିପାରିବେ ।
  • ଗୋଟିଏ କଥା ଧ୍ୟାନ ଦେବାକୁ ହେବ... ଫୋନରେ ବ୍ୟାକ୍ ଅପ୍ କରିବା ସମୟରେ ଆପଣଙ୍କୁ 30 ଅଙ୍କ ବିଶିଷ୍ଟ ବ୍ୟାକ୍ ଅପ୍ କୋଡ୍ ମିଳିବ । ଆପଣଙ୍କୁ ଏହାକୁ କୌଣସି ସ୍ଥାନରେ ସୁରକ୍ଷିତ ଭାବେ ରଖିବାକୁ ପଡ଼ିବ । ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଆପ୍ ରି ଇନଷ୍ଟଲ୍ କରିବେ ଡାଟା କୋଡ୍ ମାଧ୍ୟମରେ ସମସ୍ତ ତଥ୍ୟ ପୁଣି ଫେରି ପାଇବେ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
What is signal App ? How do you use it ? Know all the features of Signal App.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X