For Quick Alerts
Turn On Notification  
For Daily Alerts
Oneindia App Download

ଜରୁରୀ ସୂଚନା : ସୁନା କିଣିବାକୁ ଯାଉଛନ୍ତି, ପ୍ରସ୍ତୁତ ରଖନ୍ତୁ ଆପଣଙ୍କର KYC

ଯେଉଁମାନେ ସୁନା ଅଳଙ୍କାର କିଣୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସୁନା କିଣିବାକୁ ହେଲେ ଆପଣଙ୍କୁ ଆପଣଙ୍କର ପରିଚୟ ପ୍ରକାଶ କରିବାକୁ ପଡିବ ।

|

ଯେଉଁମାନେ ସୁନା ଅଳଙ୍କାର କିଣୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସୁନା କିଣିବାକୁ ହେଲେ ଆପଣଙ୍କୁ ଆପଣଙ୍କର ପରିଚୟ ପ୍ରକାଶ କରିବାକୁ ପଡିବ । ଯେଉଁମାନେ ସୁନା ଅଳଙ୍କାର କିଣୁଛନ୍ତି, ସେମାନଙ୍କୁ ବର୍ତ୍ତମାନ KYC ଦେବାକୁ ପଡ଼ିବ | ବର୍ତ୍ତମାନର ନିୟମ ଅନୁସାରେ, ଯଦି ଆପଣ ନଗଦ ଆକାରରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା ଅଳଙ୍କାର କିଣନ୍ତି, ତେବେ ଆପଣଙ୍କୁ KYC ଦରକାର ନାହିଁ । କିନ୍ତୁ ଏବେଠାରୁ 2 ଲକ୍ଷ ଟଙ୍କାର ଅଳଙ୍କାର କିଣିବା ଉପରେ ଆଧାର ଏବଂ ପ୍ୟାନ୍ ପ୍ରମାଣ ପତ୍ର ଦେବାକୁ ପଡ଼ିବ ।

Gold-Business

କିଛି ଦିନ ହେବ ସୁନା-ରୁପା ମୂଲ୍ୟରେ ତୀବ୍ର ବୃଦ୍ଧି ହୋଇଛି । 2020 ରେ ସୁନା ମୂଲ୍ୟ 28 ପ୍ରତିଶତ ବୃଦ୍ଧି ପାଇଛି । ସୁନା ଏବଂ ରୁପା ମୂଲ୍ୟରେ ଏହି ବୃଦ୍ଧି ପରେ ରିଟେଲ ବ୍ୟବସାୟୀମାନେ ସୁନାରେ ନିଜର ସେୟାର ନିବେଶ କରିବାକୁ ଆକର୍ଷିତ ହେଉଛନ୍ତି । ସୁନାରୁପାରେ ଲୋକମାନଙ୍କର ପୁଞ୍ଜି ବିନିଯୋଗ ବୃଦ୍ଧି ପରେ ବର୍ତ୍ତମାନ ସୁନା, ରୁପା, ହୀରା ଏବଂ ପ୍ଲାଟିନମ୍ ଭଳି ମୂଲ୍ୟବାନ ଜିନିଷ କିଣିବା ସମୟରେ ନିଜର ପରିଚୟ ପତ୍ର ଦେବାକୁ ପଡ଼ିବ ବୋଲି ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । 28 ଡିସେମ୍ବର 2020 ରେ, PMLA ଅର୍ଥାତ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ସୁନା ବାଣିଜ୍ୟକୁ ଆଣିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । PMLA ର ଅଧୀନରେ ରହିବା ଫଳରେ ED କୈଣସି ଡକ୍ୟୁମେଣ୍ଟେସନ୍ ବିନା ସୁନା କାରବାରର ଅନୁସନ୍ଧାନ କରିପାରିବ । ଏଥି ସହିତ 10ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କାରବାର ଉପରେ ଅଳଙ୍କାର ବ୍ୟବସାୟୀଙ୍କୁ ହିସାବ ରଖିବାକୁ ପଡ଼ିବ । ଅର୍ଥ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ପରଠାରୁ ଅଳଙ୍କାର ବ୍ୟବସାୟୀମାନେ ନଗଦ ଟଙ୍କାରେ ସୁନା-ରୁପା କ୍ରୟ ଉପରେ ଆଧାର କାର୍ଡ ଏବଂ ପ୍ୟାନ କାର୍ଡର ତଥ୍ୟ ମାଗୁଛନ୍ତି ।

ବାଧ୍ୟତାମୂଳକ ହୋଇପାରେ KYC

ଆଗାମୀ ବଜେଟ୍-2021ରେ ସରକାର KYCକୁ ବାଧ୍ୟତାମୂଳକ ପରିପିରନ୍ତି ବୋଲି ଅଳଙ୍କାର ବ୍ୟବସାୟୀମାନେ ଆଶା କରୁଛନ୍ତି । ସୁନା ବ୍ୟବସାୟକୁ PMLA ରେ ସାମିଲ କରିବା ପରେ ବ୍ୟବସାୟୀମାନେ ସତର୍କ ହୋଇପଡ଼ିଛନ୍ତି । କାରଣ, ଏହି କ୍ଷେତ୍ରରେ ଭୁଲ ହେଲେ 3-7 ବର୍ଷ ପର୍ଯ୍ୟନ୍ତ ଦେଲ ଦଣ୍ଡର ପ୍ରାବଧାନ ରହିଛି । ତେଣୁ ଏଭଳି ପରିସ୍ଥିତିରେ 2 ଲକ୍ଷ ଟଙ୍କାରୁ କମ୍ ଅଳଙ୍କାର କାରବାର ଉପରେ ମଧ୍ୟ ପ୍ୟାନ୍ ଏବଂ ଆଧାର କାର୍ଡ ଦାବି କରୁଛନ୍ତି । ଫଳରେ ସେମାନେ ସମସ୍ତ ରେକର୍ଡ଼ ରଖିବା ସହ ନିଜକୁ ବିପଦମୁକ୍ତ କରିପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
If you are planning to buy gold then keep ready your KYC.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X