ରୋଷେଇ ଗ୍ୟାସ ସିଲିଣ୍ଡର କିଣିଲେ ମିଳିବ 30 ଲକ୍ଷ ଟଙ୍କାର ବୀମା, ଜାଣନ୍ତୁ କଣ ରହିଛି ସୂଚନା...
ବାସ୍ତବରେ, ଏଲପିଜି ବିତରକ କମ୍ପାନୀଗୁଡିକ ଗ୍ରାହକଙ୍କୁ ତିନି ପ୍ରକାରର ବୀମା ପ୍ରଦାନ କରନ୍ତି । ମୃତ୍ୟୁ, ଆଘାତ କିମ୍ବା ସମ୍ପତ୍ତି ନଷ୍ଟ ହେଲେ ଆପଣ ଏଥିରୁ ଅନୁକମ୍ପାମୂଳକ ରାଶି ପାଇପାରିବେ ।
ଆପଣ ଦୈନନ୍ଦିନ ଜୀବନରେ ରୋଷେଇ ଘରେ ବ୍ୟବହାର କରୁଥିବା ଏଲପିଜି ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ବର୍ତ୍ତମାନ ସାରା ଦେଶରେ ଚହଳ ସୃଷ୍ଟି କରିଛି । ଗତ କିଛି ଦିନ ହେବ ସିଲିଣ୍ଡର ପ୍ରତି 200 ଟଙ୍କା ବୃଦ୍ଧି ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଗ୍ରାହକମାନେ ଏହି ଦର ବୃଦ୍ଧିକୁ ନେଇ ଚିନ୍ତିତ ଥିବାବେଳେ ଆପଣ ଜାଣି ରଖିବା ଉଚିତ୍ ଯେ, 14 କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ସହିତ ଆପଣଙ୍କୁ କେତେକ ସୁବିଧା ମିଳୁଛି । ଏହି ସିଲିଣ୍ଡର କିଣୁଥିବା ଗ୍ରାହକଙ୍କୁ ଏକ ବୀମା କରାଯାଇଥାଏ, ଯାହାକି ଦୁର୍ଭାଗ୍ୟବଶତଃ କୌଣସି ଦୁର୍ଘଟଣା ହେଲେ ସେହିପରି ଖରାପ ସମୟରେ ଏଥିରୁ ମିଳୁଥିବା ଟଙ୍କା ଆପଣଙ୍କର କାମରେ ଆସିପାରିବ ।

ଜାଣି ରଖନ୍ତୁ, ପ୍ରତ୍ୟେକ ସିଲିଣ୍ଡର ବୀମା ଅନ୍ତର୍ଭୁକ୍ତ ହୋଇଥାଏ । ଯଦି କୌଣସି ସମୟରେ ସିଲିଣ୍ଡର ବିସ୍ପୋରଣ ହୋଇ ଦୁର୍ଘଟଣା ହୁଏ, ତେବେ ଆପଣ ଏହି ବୀମାର ଲାଭ ଉଠାଇପାରିବେ ଏବଂ ଆପଣଙ୍କର କ୍ଷତିପୂରଣ କରିପାରିବେ । ଏଲପିଜି ସିଲିଣ୍ଡର ବିତରକ କମ୍ପାନୀ କୌଣସି ବି ବିସ୍ପୋରଣଜନିତ ଦୁର୍ଘଟଣା ପାଇଁ ବୀମା ପ୍ରଦାନ କରିଥାନ୍ତି । ତେବେ ଏହି ସମୟରେ ଆପଣ ଜାଣି ରଖନ୍ତୁ କେତେ ପ୍ରକାର ବୀମା ଏବଂ କେତେ ଟଙ୍କାର ବୀମା ରାଶି ମିଳିଥାଏ ।
ତିନି ପ୍ରକାରର ବୀମା ଉପଲବ୍ଧ
ବାସ୍ତବରେ, ଏଲପିଜି ବିତରକ କମ୍ପାନୀଗୁଡିକ ଗ୍ରାହକଙ୍କୁ ତିନି ପ୍ରକାରର ବୀମା ପ୍ରଦାନ କରନ୍ତି । ମୃତ୍ୟୁ, ଆଘାତ କିମ୍ବା ସମ୍ପତ୍ତି ନଷ୍ଟ ହେଲେ ଆପଣ ଏଥିରୁ ଅନୁକମ୍ପାମୂଳକ ରାଶି ପାଇପାରିବେ । ଯଦି କୌଣସି ଗ୍ରାହକଙ୍କର କିଛି କ୍ଷତି ହୁଏ ତେବେ ସେଭଳି ପରିସ୍ଥିତିରେ ଏଲପିଜି କମ୍ପାନୀଗୁଡିକ କ୍ଷତିପୂରଣ ହିସାବରେ ଗ୍ରାହକଙ୍କୁ କିଛି ଟଙ୍କା ପ୍ରଦାନ କରିଥାନ୍ତି ।
କିପରି ପାଇବେ ବୀମା ପାଇବ ?
ଏହି ବୀମାରେ କେତେକ ସର୍ତ୍ତ ରହିଛି । ଏହା ଅଧିମରେ ଦୁର୍ଘଟଣା କିପରି ହେଲା ଏବଂ କେତେ ଟଙ୍କାର କ୍ଷତି ପୂରଣ ହୋଇଛି ସେ ନେଇ କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରାଯାଇଥାଏ । ଏହି ତିନୋଟି ବୀମାରେ କ୍ଷତିପୂରଣ ରାଶି ଅଲଗା ଅଲଗା ରହିଛି । ଦୁର୍ଘଟଣାରେ ମୃତ୍ୟୁ ହେଲେ ପ୍ରତ୍ୟେକ ବ୍ୟକ୍ତି ପିଛା 6 ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଥାଏ ।
ଏଥି ସହିତ, ଏକ ଘଟଣାରେ ଆହତଙ୍କ ପାଇଁ 30 ଲକ୍ଷ ଟଙ୍କା ବୀମା ଅଛି । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସର୍ବାଧିକ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ମିଳିଥାଏ । ଏହା ବ୍ୟତୀତ ଯଦି କୌଣସି ସମ୍ପତ୍ତି ନଷ୍ଟ ହୋଇଯାଏ ତେବେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମଧ୍ୟ ମିଳିପାରିବ ।
ମାଗଣାରେ ମିଳିବ ବୀମା
ଜାଣିରଖନ୍ତୁ, ଗ୍ରାହକଙ୍କୁ ଏଥିପାଇଁ କୌଣସି ପ୍ରକାର ପ୍ରିମିୟମ୍ ରାଶି କିମ୍ବା ଦେୟ ଦେବାକୁ ପଡ଼େନାହିଁ । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଗ୍ରାହକଙ୍କ ଠାରୁ ପ୍ରିମିୟମ ରାଶି ପାଇଁ କୌଣସି ଶୁଳ୍କ ଆଦାୟ କରନ୍ତି ନାହିଁ କିମ୍ବା ରାଶି ଆବେଦନ କରିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ କରାନ୍ତି ନାହିଁ । ଯଦି କୌଣସି ଦୁର୍ଘଟଣା ଘଟେ, ବୀମା କମ୍ପାନୀଗୁଡିକ ଏହି କ୍ଷତିପୂରଣ ରାଶି ତୈଳ କମ୍ପାନୀଗୁଡିକୁ ହସ୍ତାନ୍ତର କରନ୍ତି । ଏହା ପରେ ପୀଡ଼ିତ ଏହାର ସୁବିଧା ପାଇପାରନ୍ତି ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications