ଭାରତ ଅର୍ଥନୀତିରେ ଅଭିବୃଦ୍ଧି, 8.4 ପ୍ରତିଶତ ରହିଲା ଜିଡିପି ହାର, ପ୍ରଧାନମନ୍ତ୍ରୀ କହିଲେ - 140 କୋଟି ନାଗରିକଙ୍କ ଶକ୍ତି
GDP Growth Rate: ଭାରତୀୟ ଅର୍ଥନୀତିରେ ଜିଡିପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତୃତୀୟ ତ୍ରୟ ମାସରେ ପୁଣି ଥରେ ଡିଜିପି ଅଭିବୃଦ୍ଧି ପଞ୍ଜିକୃତ ହୋଇଛି । ସରକାରୀ ତଥ୍ୟ ଅନୁଯାୟୀ, ଏକ ବର୍ଷ ପୂର୍ବେ ଅର୍ଥାତ୍ 2022-23 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଡିପି ହାର 4.3 ପ୍ରତିଶତ ଥିଲା । ଚଳିତ ବର୍ଷ 2023-24 ରେ ଏହି ସମୟରେ ଜିଡିପି ହାର 8.4 ପ୍ରତିଶତ ରେକର୍ଡ କରାଯାଇଛି । ଜିଡିପିରେ ଏହି ଅଭିବୃଦ୍ଧି ହାର ସରକାରଙ୍କ ଆକଳନଠାରୁ ବହୁତ ଅଧିକ ।

ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ 2023-24 ରେ ଜାନୁଆରୀରେ ପ୍ରକାଶିତ ପ୍ରଥମ ଅଗ୍ରୀମ ଆକଳନରେ ଜିଡିପି ଅଭିବୃଦ୍ଧି ହାର 7.3 ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା । NSO 2022-23 ରେ ଜିଡିପି ଅଭିବୃଦ୍ଧି ଆକଳନକୁ ମଧ୍ୟ ସଂଶୋଧନ କରି 7 ପ୍ରତିଶତ କରିଥିଲା । ଏହା ପୂର୍ବରୁ ଏହା 7.2 ପ୍ରତିଶତ ବୋଲି ଆକଳନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ୱର ତ୍ରୈମାସରେ ଭାରତ 7.6 ପ୍ରତିଶତ ହାରରେ ଅଭିବୃଦ୍ଧି ରେକର୍ଡ କରିଥିଲା ।
2023-24 ରେ ରିୟଲ ଜିଡିପି 172.90 ଲକ୍ଷ କୋଟି ସ୍ତର ପାର କରିବା ନେଇ ଅନୁମାନ କରାଯାଇଛି । ଅନ୍ୟପେଟ 2022-23 ପାଇଁ ଜିଡିପିର ପ୍ରଥମ ସଂଶୋଧନ ଅନୁମାନ (FRE) 160.71 ଲକ୍ଷ କୋଟି ଟଙ୍କା ଥିଲା ।
ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଏହି ବୃଦ୍ଧିର ମୁଖ୍ୟ କାରଣ ମେନ୍ୟୁଫେକଚରିଂ ସେକ୍ଟର, ମାଇନିଂ ଏବଂ ବିନିର୍ମାଣ କ୍ଷେତ୍ରରେ ସୁଧାର । ଉଲ୍ଲେଖଯୋଗ୍ୟ ଯେ ଏହି ଅବଧିରେ ବିନିର୍ମାଣ କ୍ଷେତ୍ର ଦୁଇ ଅଙ୍କର ବଦ୍ଧି ହାର (10.7) ରେକର୍ଡ କରିଛି । ସେହିପରି ମେନ୍ୟୁଫେକଚରିଂ ସେକ୍ଟରରେ 8.5 ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।
ଜିଡିପି ଅଭିବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "2023-24 ର ତୃତୀୟ ତ୍ରୟମାସରେ ଜିଡିପିର 8.4% ଅଭିବୃଦ୍ଧି ଭାରତୀୟ ଅର୍ଥନୀତିର ଶକ୍ତି ଏବଂ ଏହାର ସମ୍ଭାବନାକୁ ପ୍ରତିଫଳିତ କରିଥାଏ । ଆମର ପ୍ରୟାସ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଜାରି ରଖିବ, ଯାହା 140 କୋଟି ଭାରତୀୟଙ୍କୁ ଏକ ଉନ୍ନତ ଜୀବନ ବଞ୍ଚିବା ଏବଂ ଏକ ବିକଶିତ ଭାରତ ସୃଷ୍ଟି କରିବା ପାଇଁ ସାହାଯ୍ୟ କରିବ ।"
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications