'ଭାରତ 20 ବର୍ଷ ମଧ୍ୟରେ ବିକଶିତ ଦେଶ ହୋଇପାରେ' ଅର୍ଥବ୍ୟବସ୍ଥାକୁ ନେଇ ଆରବିଆଇର ପୂର୍ବତନ ଗଭର୍ଣ୍ଣରଙ୍କ ସମ୍ପୂର୍ଣ୍ଣ ଯୋଜନା

ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଏକ ବିକଶିତ ଦେଶରେ ପରିଣତ ହୋଇପାରେ ଭାରତ । ଦେଶର ବର୍ତ୍ତମାନର ଅର୍ଥବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣା ଯୋଜନା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ ।

ନୂଆଦିଲ୍ଲୀ: ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଏକ ବିକଶିତ ଦେଶରେ ପରିଣତ ହୋଇପାରେ ଭାରତ । ଦେଶର ବର୍ତ୍ତମାନର ଅର୍ଥବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣା ଯୋଜନା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ ।

Economy

ଶନିବାର 'ଆଇସିଏଫ୍ଆଇ ଫାଉଣ୍ଡେସନ୍ ଫର ହାୟର ଏଜୁକେସନ୍' ର ସମାରୋହରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ୍ ଯୋଗ ଦେଇଥିଲେ । ଏହି ସମୟରେ ସେ ଭାରତର ବର୍ତ୍ତମାନର ଅର୍ଥନୀତି ଏବଂ ଏହାର ଭବିଷ୍ୟତ ବିଷୟରେ ଖୋଲାଖୋଲି ଭାବେ କହିଥିଲେ । ସି ରଙ୍ଗରାଜନଙ୍କ ଅନୁଯାୟୀ, ଭାରତ ବର୍ତ୍ତମାନ 5 ଟ୍ରିଲିୟନ ଡଲାରର ଅର୍ଥନୀତି ହେବାକୁ ଲକ୍ଷ୍ୟ ରଖିଛି, ଯାହା ଏକ ସ୍ୱଳ୍ପ ମିଆଦି ଲକ୍ଷ୍ୟ ଅଟେ । ଏହା ପରେ ମଧ୍ୟ ଆମ ଦେଶ ମଧ୍ୟମ ଆୟ ଦେଶ ଭାବରେ ପରିଚିତ ହେବ, କାରଣ ଏଠାରେ ମୁଣ୍ଡପିଛା ଆୟ 3472 ଆମେରିକୀୟ ଡଲାର ହେବ । ତାଙ୍କ କହିବାନୁସାରେ, ଭାରତ ଦୁଇ ଦଶନ୍ଧିରେ ଅର୍ଥାତ୍ 20 ବର୍ଷରେ ଏକ ବିକଶିତ ଦେଶ ହେବ । ଏଥିପାଇଁ 8-9 ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ପଡିବ ।

ସି ରଙ୍ଗରାଜନଙ୍କ ଅନୁଯାୟୀ, ଭାରତରେ ମୁଣ୍ଡପିଛା ଆୟ ଅତି କମରେ 13,205 ଆମେରିକୀୟ ଡଲାର୍ ହେବା ଉଚିତ୍ । ଏହି ଲକ୍ଷ୍ୟ ହାସଲ କରିବାକୁ ଅର୍ଥନୀତି 8 ରୁ 9 ପ୍ରତିଶତ ମଧ୍ୟରେ ଏକ ଦୃଢ ଅଭିବୃଦ୍ଧି ହାର ବଜାୟ ରଖିବା ଆବଶ୍ୟକ । ସେ କହିଛନ୍ତି ଯେ ମୋଟ ଉତ୍ପାଦନ ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଅଟେ । ଏହା ଏକ ପ୍ରଭାବଶାଳୀ ସଫଳତା, କିନ୍ତୁ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଆଇଏମ୍ଏଫ୍ ଅନୁଯାୟୀ ଭାରତ 197 ଦେଶ ମଧ୍ୟରୁ 142 ସ୍ଥାନରେ ରହିଛି । ଏଭଳି ପରିସ୍ଥିତିରେ ଏହାକୁ ସୁଧାରିବା ଆବଶ୍ୟକ ।

ସେ କହିଛନ୍ତି ଯେ ଦେଶର ନୀତି ନିର୍ମାତାମାନଙ୍କର ଧ୍ୟାନ ଅର୍ଥନୀତିର ଅଭିବୃଦ୍ଧି ହାର ଉପରେ ହେବା ଉଚିତ୍ । 5 ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବା ଏକ ଭଲ ସ୍ୱଳ୍ପକାଳୀନ ଆକାଂକ୍ଷା । 9 ପ୍ରତିଶତ ଅଭିବୃଦ୍ଧି ପାଇଁ ଅତିକମରେ ପାଞ୍ଚ ବର୍ଷ ଲାଗିବ । ଭାରତର ମୁଣ୍ଡପିଛା ଆୟ ମାତ୍ର 3472 ଆମେରିକୀୟ ଡଲାର ହେବ ଏବଂ ଆମେ ସ୍ୱଳ୍ପ ମଧ୍ୟମ ଆୟ ଦେଶ ଭାବରେ ପରିଚିତ ହେବୁ । ଏହିପରି ଆମକୁ ବହୁ ଆଗକୁ ଯିବାର ଅଛି । ଏହା କେବଳ ଦର୍ଶାଏ ଯେ ଆମକୁ ନିଶ୍ଚିତ ଭାବରେ ଦ୍ରୁତ ଅଭିବୃଦ୍ଧି କରିବା ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+