Get Updates
Get notified of breaking news, exclusive insights, and must-see stories!

2030 ସୁଦ୍ଧା ଭାରତ ହେବ 7.3 ଟ୍ରିଲିୟନ ଡଲାରର ଅର୍ଥନୀତି

ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP ସହ ଭାରତ ଜାପାନକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଛି। ଆସନ୍ତା ୨.୫ ରୁ ୩ ବର୍ଷ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିବା ସହ ୨୦୩୦ ସୁଦ୍ଧା ଏହାର GDP ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ବାସ୍ତବ ଜିଡିପି ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଗତ ୬ଟି ତ୍ରୈମାସିକ ମଧ୍ୟରେ ସର୍ବାଧିକ। ଭାରତର ଦୃଢ଼ ଅଭିବୃଦ୍ଧିକୁ ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷ ପାଇଁ ବିକାଶ ହାର ଆକଳନକୁ ୬.୮ ପ୍ରତିଶତରୁ ବଢ଼ାଇ ୭.୩ ପ୍ରତିଶତ କରିଛି। ବିଶ୍ୱ ବାଣିଜ୍ୟରେ ଅନିଶ୍ଚିତତା ସତ୍ତ୍ୱେ ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି ଏବଂ ବେକାରୀ ହାର କ୍ରମାଗତ ଭାବେ ହ୍ରାସ ପାଉଛି।

gdp

ଭାରତର ଏହି ସଫଳତା ପଛରେ ଅନେକ ଆଭ୍ୟନ୍ତରୀଣ କାରଣ ରହିଛି। ସେଗୁଡିକ ହେଉଛି, ଦେଶ ମଧ୍ୟରେ ଉପଭୋକ୍ତାଙ୍କ ଚାହିଦା ଏବଂ ବ୍ୟକ୍ତିଗତ ବ୍ୟୟରେ ବୃଦ୍ଧି। ଆୟକର ଏବଂ GST ର ଯୁକ୍ତିସଙ୍ଗତକରଣ ଅର୍ଥନୀତିକୁ ଗତିଶୀଳ କରିଛି। ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବୃହତ୍ ପୁଞ୍ଜି ବ୍ୟୟ (CAPEX)। ଶିଳ୍ପ ଏବଂ ସେବା କ୍ଷେତ୍ରରେ ୮.୧ ପ୍ରତିଶତର ଅଭିବୃଦ୍ଧି (GVA) ଦେଖିବାକୁ ମିଳିଛି।

ଭାରତ ବର୍ତ୍ତମାନ ଉଚ୍ଚ ଅଭିବୃଦ୍ଧି ଏବଂ କମ୍ ମୁଦ୍ରାସ୍ଫୀତିର ସମୟ ଦେଇ ଗତି କରୁଛି। ସ୍ୱାଧୀନତାର ଶତବାର୍ଷିକୀ ଅର୍ଥାତ୍ ୨୦୪୭ ସୁଦ୍ଧା ଭାରତ ଏକ 'ଉଚ୍ଚ ମଧ୍ୟମ ଆୟକାରୀ' ଦେଶର ମାନ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+