For Quick Alerts
Turn On Notification  
For Daily Alerts
Oneindia App Download

ମନ୍ଥର ହେଉଛି ଦେଶର ଅର୍ଥନୀତି, ଦ୍ୱିତୀୟ ତ୍ରୟମାସରେ 6.3 ପ୍ରତିଶତ ଥିଲା ଜିଡିପି

ଆର୍ଥିକ ବର୍ଷ 2022-23ର ପ୍ରଥମ ତ୍ରୟମାସିକ ଅପେକ୍ଷ ଦ୍ୱିତୀୟ ରେ ଦେଶର ଜିଡିପି ହ୍ରାସ ହୋଇଛି । ଜୁଲାଇ-ସେପ୍ଟେମ୍ବର 2022-23 ରେ ଭାରତର ଜିଡିପି 6.3 ପ୍ରତିଶତ ବୃଦ୍ଧି ପାଇଛି ।

|

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2022-23ର ପ୍ରଥମ ତ୍ରୟମାସିକ ଅପେକ୍ଷ ଦ୍ୱିତୀୟ ରେ ଦେଶର ଜିଡିପି ହ୍ରାସ ହୋଇଛି । ଜୁଲାଇ-ସେପ୍ଟେମ୍ବର 2022-23 ରେ ଭାରତର ଜିଡିପି 6.3 ପ୍ରତିଶତ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁଯାୟୀ, ଦେଶର ଅର୍ଥନୀତି (ଜିଡିପି) ଚଳିତ ଆର୍ଥିକ ବର୍ଷର 2022-23 ର ଦ୍ୱିତୀୟ ତ୍ରୟ ମାସରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ 6.3 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ୱାରା ପ୍ରକାଶିତ ତଥ୍ୟ ପ୍ରଥମ ତ୍ରୟମାସିକ ତୁଳନାରେ କମ୍, କିନ୍ତୁ ଏହା ସନ୍ତୋଷଜନକ ବୋଲି ବିବେଚନା କରାଯାଉଛି ।

GDP

ଏଭଳି ପରିସ୍ଥିତିରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଜିଡିପି ହ୍ରାସ ପାଇଛି । ଜୁଲାଇ-ସେପ୍ଟେମ୍ବର ତ୍ରୟ ମାସରେ ଅଭିବୃଦ୍ଧି ହାର ମନ୍ଥର ହୋଇଛି । 2022-23 ର ପ୍ରଥମ ତ୍ରୟ ମାସରେ (ଏପ୍ରିଲ - ଜୁନ୍) 13.5 ପ୍ରତିଶତ ଅଭିବୃଦ୍ଧି ହୋଇଥିଲା । ଅର୍ଥାତ୍ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିର ଗତି ମନ୍ଥର ହୋଇଛି ।

ଗତ ବର୍ଷ, ଜୁଲାଇ-ସେପ୍ଟେମ୍ବର 2021-22 ତ୍ରୟମାସରେ ଜିଡିପି ଅଭିବୃଦ୍ଧି ହାର 8.4 ପ୍ରତିଶତ ଥିଲା । ସେହିପରି 2020-21 ର ଦ୍ୱିତୀୟ ତ୍ରୟମାସିକ ଜିଡିପି 7.5 ପ୍ରତିଶତ ଥିଲା । ଚଳିତ ମାସରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୁଲେଟିନରେ ପ୍ରକାଶିତ ଏକ ଆର୍ଟିକିଲରେ ଏହି ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର 6.1 ରୁ 6.3 ପ୍ରତିଶତ ମଧ୍ୟରେ ରହିବ ବୋଲି ଦର୍ଶାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India's GDP Grows down In Second Quarter, 6.3 pc in July-September 2022-23
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X