ଖସିଲା ଜିଡିପି : ଆର୍ଥିକ ବର୍ଷ 2020-21 ରେ ଖସିଲା 7.3 ପ୍ରତିଶତ

2020-21 ଆର୍ଥିକ ବର୍ଷ ପାଇଁ ଭାରତ ସରକାର ଦେଶର ଜିଡିପି ତଥ୍ୟ ପ୍ରକାଶ କରିଛନ୍ତି । ଜିଡିପି 7.3 ପ୍ରତିଶତ ହ୍ରାସ ପାଇଛି । ତେବେ ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ ଜିଡିପି 1.6 ପ୍ରତିଶତ ବୃଦ୍ଧି ପାଇଛି ।

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଅର୍ଥନୀତି ଉପରେ ବହୁତ ନକାରାତ୍ମକ ପ୍ରଭାବ ପକାଇଛି । 2020-21 ଆର୍ଥିକ ବର୍ଷ ପାଇଁ ଭାରତ ସରକାର ଦେଶର ଜିଡିପି ତଥ୍ୟ ପ୍ରକାଶ କରିଛନ୍ତି । ଜିଡିପି 7.3 ପ୍ରତିଶତ ହ୍ରାସ ପାଇଛି । ତେବେ ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ ଜିଡିପି 1.6 ପ୍ରତିଶତ ବୃଦ୍ଧି ପାଇଛି । କରୋନାର ଦ୍ୱିତୀୟ ଲହର ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥାରେ ଉନ୍ନତି ଆରମ୍ଭ ହୋଇଥିଲା, କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ଏହା ପୁଣିଥରେ ବିଗିଡ଼ି ଯାଇଛି ।

GDP

ଆପଣଙ୍କୁ କହିରଖୁଛୁ, 2019-20 ଆର୍ଥିକ ବର୍ଷରେ ଦେଶର ଜିଡିପି 4.0 ପ୍ରତିଶତ ଥିଲା । ସରକାରୀ ତଥ୍ୟ ଅନୁଯାୟୀ, ଜାନୁଆରୀ-ମାର୍ଚ୍ଚ 2021 ତ୍ରୟ ମାସରେ ଭାରତର ଜିଡିପି ଅଭିବୃଦ୍ଧି 1.6 ପ୍ରତିଶତ ରହିଥିଲା । ଚତୁର୍ଥ ତ୍ରୟ ମାସିକ ଅଭିବୃଦ୍ଧି 2020-21 ଅକ୍ଟୋବର-ଡିସେମ୍ବର ତ୍ରୟ ମାସରେ 0.5 0ପ୍ରତିଶତ ଅଭିବୃଦ୍ଧି ଅପେକ୍ଷା ଭଲ ଥିଲା । ମୁଖ୍ୟ ଅର୍ଥନୈକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟମ୍ ଏହି ସୂଚନା ଦେଇଛନ୍ତି ।

ଜିଡିପି ହ୍ରାସ ହେବା ନେଇ ପୂର୍ବରୁ ସରକାରଙ୍କ ଥିଲା ଆଶଙ୍କା

କରୋନା ମହାମାରୀର ଦ୍ୱିତୀୟ ଲହର ପୂର୍ବରୁ ମଧ୍ୟ ଅର୍ଥନୀତିଜ୍ଞମାନେ ଅର୍ଥନୀତିରେ କ୍ଷୟକ୍ଷତିର ପୂର୍ବାନୁମାନ କରିଥିଲେ । ଚଳିତ ବର୍ଷ ଫେବୃଆରୀରେ, କେନ୍ଦ୍ର ସରକାର 2020-21 ଆର୍ଥିକ ବର୍ଷ ପାଇଁ ଜିଡିପିରେ 8 ପ୍ରତିଶତ ହ୍ରାସ ହେବ ବୋଲି ଆକଳନ କରିଥିଲେ । ଅର୍ଥାତ୍ ସରକାରଙ୍କ ଆକଳନ ଅପେକ୍ଷା ଭଲ ଜିଡିପି ଆକଳନ ଆସିଛି । ଅର୍ଥନୀତି ସାମ୍ନାରେ, କରୋନା ସଙ୍କଟ ସତ୍ତ୍ୱେ ଅବସ୍ଥା ଧୀରେ ଧୀରେ ଭଲ ହେଉଛି ବୋଲି ଅର୍ଥମନୀତିଜ୍ଞ ମାନେ ମତ ପ୍ରକାଶ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+