'2023 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7 ପ୍ରତିଶତରୁ ଅଧିକ ହେବ' - ଆରବିଆଇ ଗଭର୍ଣ୍ଣର

ଆର୍ଥିକ ବର୍ଷ (FY) 2023 ରେ ଭାରତର ଜିଡିପି ଅଭିବୃଦ୍ଧି ଆନୁମାନିକ 7 ପ୍ରତିଶତରୁ ଅଧିକ ହୋଇପାରେ । ଏ ନେଇ ମତ ପ୍ରକାଶ କରିଛନ୍ତି ଆରିବିଆଇ ଗଭର୍ଣ୍ଣର ଶକ୍ତାକାନ୍ତ ଦାଶ । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଦିଲ୍ଲୀରେ ବିଜିନେସ୍ ଚାମ୍ବର CII ର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଦେଶର ଅର୍ଥନୀତି ବିଷୟରେ ଏହି ସୂଚନା ଦେଇଛନ୍ତି ।
ଦାସ କହିଛନ୍ତି ଯେ ବର୍ତ୍ତମାନର ସମସ୍ତ ଧାରାକୁ ଦୃଷ୍ଟିରେ ରଖିଲେ ଯଦି ଭାରତର ଜିଡିପି ଅଭିବୃଦ୍ଧି 7 ପ୍ରତିଶତରୁ ଅଧିକ ହୁଏ ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା 7 ପ୍ରତିଶତରେ ରହିବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ମାକ୍ରୋ ମୌଳିକତା ଆଧାରରେ ସେ ଏହା କହୁଛନ୍ତି ।
ଚଳିତ ବର୍ଷ ଆରମ୍ଭରେ ପ୍ରକାଶିତ 2022-23 ପାଇଁ ଅର୍ଥନୈତିକ ସର୍ଭେ ଡକ୍ୟୁମେଣ୍ଟରେ ଭାରତୀୟ ଅର୍ଥନୀତି 7% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିବାବେଳେ ପରବର୍ତ୍ତୀ ଆର୍ଥିକ ବର୍ଷ 2023-24 ପାଇଁ ଜିଡିପି ଅଭିବୃଦ୍ଧି 6.5% ହେବ ବୋଲି ଆକଳନ କରାଯାଇଛି ।
ଏଥି ସହିତ ଭାରତର ମୁଦ୍ରା ନୀତି ଏବଂ ଏହାର ଭବିଷ୍ୟତ ପଦକ୍ଷେପ କ'ଣ ହୋଇପାରେ ? ଏହା ଉପରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ମୋ ହାତରେ କିଛି ନାହିଁ । ଏହା ସବୁ ନିମ୍ନ ସ୍ତରରେ ଅନେକ କାରଣ ଉପରେ ନିର୍ଭର କରେ । ପରିସ୍ଥିତିକୁ ଆଧାର କରି MPC ନିଷ୍ପତ୍ତି ନିଏ ।
ସେ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତିର ପରବର୍ତ୍ତୀ ତଥ୍ୟରେ ମୁଦ୍ରାସ୍ଫୀତି ହାର 4.7 ପ୍ରତିଶତକୁ ଖସିପାରେ । ସରକାରଙ୍କ ସହ ମିଶି ସେମାନେ ମୁଦ୍ରାସ୍ଫୀତି ହ୍ରାସ କରିବାକୁ ପଦକ୍ଷେପ ନେଉଛନ୍ତି । ଏଭଳି ପରିସ୍ଥିତିରେ ମେ ମାସରେ ମୁଦ୍ରାସ୍ଫୀତି ହାର ମଧ୍ୟ ଏପ୍ରିଲ ତୁଳନାରେ କମ୍ ହେବ ବୋଲି ଆଶା କରାଯାଉଛି ।
ସମ୍ପ୍ରତି ଆମେରିକାରେ ଅନେକ ବ୍ୟାଙ୍କ ଦେବାଳିଆ ଘୋଷିତ ହୋଇଥିଲେ ଯେଉଁଥିରେ ଆରବିଆଇ ଗଭର୍ଣ୍ଣର କହିଥିଲେ ଯେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଆମର ସିଷ୍ଟମ୍ ସ୍ଥିର ଏବଂ ଦୃଢ ଅଟେ । ବ୍ୟାଙ୍କ ଭଲ କାର୍ଯ୍ୟ କରୁଛି କି ନାହିଁ ନିଶ୍ଚିତ କରିବାକୁ ରିଜର୍ଭ ବ୍ୟାଙ୍କ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛି ।












Click it and Unblock the Notifications