For Quick Alerts
Turn On Notification  
For Daily Alerts
Oneindia App Download

କ୍ରମାଗତ ତୃତୀୟ ସପ୍ତାହ ପାଇଁ ବଢିଲା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର

ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ନଭେମ୍ବର 25 ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର 2.89 ବିଲିୟନ ଆମେରିକୀୟ ଡ଼ଲାର ବୃଦ୍ଧି ପାଇ 550.14 ବିଲିୟନ ଡ଼ଲାରରେ ପହଞ୍ଚିଛି ।

|

ନୂଆଦିଲ୍ଲୀ : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ନଭେମ୍ବର 25 ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର 2.89 ବିଲିୟନ ଆମେରିକୀୟ ଡ଼ଲାର ବୃଦ୍ଧି ପାଇ 550.14 ବିଲିୟନ ଡ଼ଲାରରେ ପହଞ୍ଚିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁଯାୟୀ ବିଦେଶୀ ପାଣ୍ଠି ବୃଦ୍ଧି ହେବାରେ ଏହା କ୍ରମାଗତ ତୃତୀୟ ସପ୍ତାହ । ଏହାପୂର୍ବରୁ, ନଭେମ୍ବର 18 ଶେଷ ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର 547.25 ବିଲିୟନ ଡ଼ଲାରରେ ପହଞ୍ଚିଥିଲା ।

rupee

ଆରବିଆଇ ଅନୁଯାୟୀ ବୈଦେଶିକ ମୁଦ୍ରା ସମ୍ପତ୍ତି, ବୈଦେଶିକ ମୁଦ୍ରା ସଂରକ୍ଷଣର ସବୁଠାରୁ ବଡ ଉପାଦାନ 3.0 ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ 487.28 ବିଲିୟନ ଡ଼ଲାରରେ ପହଞ୍ଚିଛି । ତେବେ ଗତ ସପ୍ତାହରେ ସୁନା ଭଣ୍ଡାର 73 ମିଲିୟନ ଡ଼ଲାର ହ୍ରାସ ହୋଇ 39.93 ବିଲିୟନ ଡ଼ଲାରରେ ପହଞ୍ଚିଛି । ବିଶେଷଜ୍ଞଙ୍କ କହିବାନୁସାରେ, ଗତ ତିନି ସପ୍ତାହକୁ ବାଜଦ୍ ଦେଲେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି, କାରଣ ଭାରତୀୟ ଟଙ୍କା ତୁଳନାରେ ଡଲାର ଯଥେଷ୍ଟ ବୃଦ୍ଧି ପାଇଛି ।

କଣ ଏହି ବୈଦଜେଶଇକ ମୁଦ୍ରା ଭଣ୍ଡାର ?

ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିପାରେ ଯେ ବୈଦେଶିକ ମୁଦ୍ରା ଭଣ୍ଡାର କ'ଣ ଏବଂ ଏହା କାହିଁକି ଆବଶ୍ୟକ ? ତେବେ ଆସନ୍ତୁ ଜାଣିବା ଯେ, ଏହା ହେଉଛି କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ରଖାଯାଇଥିବା ବିଦେଶୀ ରାଶି, ଯାହା ଆବଶ୍ୟକ ସମୟରେ ବ୍ୟବହାର କରାଯାଏ । ସୁନା ଭଣ୍ଡାର, ସ୍ୱତନ୍ତ୍ର ଆହରଣ ଅଧିକାର (SDRs) ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ରେ ଜମା ରଶି ମଧ୍ୟ ବୈଦେଶିକ ମୁଦ୍ରା ଭଣ୍ଡାରର ଏକ ଅଂଶ ।

ବିଶେଷଜ୍ଞଙ୍କ ଅନୁଯାୟୀ, ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବହୁ ପରିମାଣରେ ଡଲାର କ୍ରୟ କରିଛି, ଯେଉଁ କାରଣରୁ ଆମେରିକୀୟ ଡଲାରର ଶକ୍ତି ଉପରେ ବ୍ରେକ୍ ଲାଗିଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଯୋଗୁଁ ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Foreign Exchange Reserves Increased For Third Consecutive Week, Know What Is It
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X