Get Updates
Get notified of breaking news, exclusive insights, and must-see stories!

Odisha Budget 2021 : ଆର୍ଥିକ ବର୍ଷ 2020-21ର ରାଜ୍ୟ ସରକାରଙ୍କ ଆୟବ୍ୟୟର ହିସାବ ରଖିଲେ ଅର୍ଥମନ୍ତ୍ରୀ

ଆଜି ଆରମ୍ଭ ହୋଇଛି 2021-22 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିଧାନସଭା ବଜେଟ୍ । ଗୃହ ଆରମ୍ଭରୁ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ 2020-21 ଆର୍ଥିକ ବର୍ଷର ରାଜ୍ୟ ସରକାରଙ୍କ ବିଭିନ୍ନ ଦିଗରୁ ହୋଇଥିବା ଆୟବ୍ୟୟର ହିସାବ ରଖିଛନ୍ତି ।

ଭୁବନେଶ୍ୱର : ଆଜି ଆରମ୍ଭ ହୋଇଛି 2021-22 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିଧାନସଭା ବଜେଟ୍ । ଗୃହ ଆରମ୍ଭରୁ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ 2020-21 ଆର୍ଥିକ ବର୍ଷର ରାଜ୍ୟ ସରକାରଙ୍କ ବିଭିନ୍ନ ଦିଗରୁ ହୋଇଥିବା ଆୟବ୍ୟୟର ହିସାବ ରଖିଛନ୍ତି ।

ମହାଲେଖାଗାର ଅନୁଯାୟୀ ରାଜ୍ୟ ସରକାର ଆର୍ଥିକ ବର୍ଷ 2020-21ରେ ମୋଟ 67 ହଜାର 983 କୋଟି 37 ଲକ୍ଷ ଟଙ୍କା ରାଜସ୍ୱ ଓ ପ୍ରାପ୍ତି ହୋଇଛି । ଯାହାକି ରାଜ୍ୟ ସରକାରଙଅକ ଲକ୍ଷ୍ୟ ଧାର୍ଯ୍ୟର 55ପ୍ରତିଶତ ରହିଛି । ତନ୍ମଧ୍ୟରୁ ଟିକସ୍ ବାବଦକୁ ରାଜ୍ୟ ସରକାର 21 ହଜାର 941 କୋଟି 70 ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଅଣଟିକସ୍ ବାବଦକୁ 12 ହଜାର 167 କୋଟି 70ଲକ୍ଷ ଟଙ୍କା ଆୟ ହୋଇଛି । ଏହ୍ୟବ୍ୟତୀତ କେନ୍ଦ୍ର ସରକାରଙ୍କ ପକ୍ଷରୁ 16 ହଜାର 671 କୋଟି 8 ଲକ୍ଷ୍ୟ ଟଙ୍କା ଅନୁଦାନ ମିଳିଥିବା ବେଳେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦକୁ 17 ହଜାର 203 କୋଟି 26 ଲକ୍ଷ ଟଙ୍କା ଆଦୟ ହୋଇଛି । ଯାହା 2019-20 ଆର୍ଥିକ ବର୍ଷ ଅନୁରୂପ ସମୟର ଆଦାୟ ଠାରୁ 8.43 ପ୍ରତିଶତ କମ୍ ଅଟେ ।

Niranjan-Pujari

ଆର୍ଥିକ ବର୍ଷ 2019-20 ଏବଂ 2020-21 ବାବଦକୁ ରାଜ୍ୟ ସରକାରଙ୍କ ଟିକସ୍ ଅଣଟିକସ୍ ବାବଦରୁ ଆୟର ବିବରଣୀ

ରାଜ୍ୟ ସରକାର 2020-21 ଆର୍ଥିକ ବର୍ଷରେ ଟିକସ୍ ଏବଂ ଅଣଟିକସ୍ ବାବଦକୁ 38 ହଜାର 350 କୋଟି ଟଙ୍କା ସଂଗ୍ରହ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଚଳିତ ଆର୍ଥିକ ବର୍ଷ ଡିସମ୍ଭର 2020 ସୁଦ୍ଧା 21 ହଜାର 941 କୋଟି 70ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି । ଯାହାକି ଆର୍ଥିକ ବର୍ଷ 2019-20ରେ ସଂଗ୍ରହ ହୋଇଥିବା ପରିମାଣ ଠାରୁ 2.89 ପ୍ରତିଶତ କମ୍ ରହିଛି ।

VAT

ଆର୍ଥିକ ବର୍ଷ 2020-21ରେ ବିକ୍ରି କର ବାବଦକୁ ରାଜ୍ୟ ସରକାର 8ହଜାର 750 କୋଟି ଟଙ୍କା ଆଦାୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । କିନ୍ତୁ 2020 ଡିସେମ୍ବ ମାସ ଶେଷ ସୁଦ୍ଧା 4ହଜାର 542 କୋଟି 21 ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଯାହାକି ଲକ୍ଷ୍ୟ ଧାର୍ଯ୍ୟର 52.14 ପ୍ରତିଶତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ । ଏହା ସହିତ 2019 ଡିସେମ୍ବର ମାସ ଶେଷ ସୁଦ୍ଧା 4ହଜାର 946 କୋଟି 71 ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଏହି ବିକ୍ରିକର ବାବଦକୁ ଆଦାୟ ହୋଇଥିବା ଅର୍ଥ ଗତ ବର୍ଷ ତୁଳନାରେ 7.77 ପ୍ରତିଶତ କମ୍ ରହିଛି ।

ବୃତ୍ତି କର

ଆର୍ଥିକ ବର୍ଷ 2020-21 ରେ ବୃତ୍ତି କର ବାବଦକୁ 220 କୋଟି ଟଙ୍କା ସଂଗ୍ରହ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଏହି ବାବଦକୁ ଗତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା 168 କୋଟି 42 ଲକ୍ଷ ଟଙ୍କା ଆଦାୟ ହୋଇଛି । ଯାହାକୁ ଲକ୍ଷ୍ୟ ଧାର୍ଯ୍ୟର 76.73 ପ୍ରତିଶତ ରହିଛି । ଡିସେମ୍ବର 2019 ମସିହା ସୁଦ୍ଧା 156 କୋଟି 58 ଲକ୍ଷ ଟଙ୍କା ଆଦାୟ ହୋଇଥିଲା ।

ଅବକାରୀ କର

ଅବକୀରୀ କର ବାବଦକୁ ରାଜ୍ୟ ସରକାର ଆର୍ଥିକ ବର୍ଷ 2020-21 ରେ 5 ହଜାର 250 କୋଟି ଟଙ୍କା ଟିକସ୍ ଆଦାୟ ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । କିନ୍ତୁ ଡିସେମ୍ବର 2020 ସୁଦ୍ଧା 2 ହଜାର 358 କୋଟି 41 ଲକ୍ଷ୍ୟ ଟଙ୍କା ଆଦାୟ ହୋଇଛି । ଏହି ଆଦାୟ ହୋଇଥିବା ଅବକାରୀ କର ଲକ୍ଷ୍ୟ ଧାର୍ଯ୍ୟ ପରିମାଣର 44.92 ପ୍ରତିଶତ ରହିଛି । ଡିସେମ୍ବର 2019 ସୁ୍ଦ୍ଧା ଆଦାୟ ହୋଇଥିବା ପରିମାଣ ଠାରୁ ଏହି ସଂଗୃହିତ ପରିମାଣ 24.18 ପ୍ରତିଶତ କମ୍ ରହିଛି । ଡିସେମ୍ବର 2019 ସୁ୍ଦ୍ଧା ରାଜ୍ୟ ସରକାର ଅବକାରୀ କର ବାବଦକୁ 3ହଜାର 110 କୋଟି 40ଲକ୍ଷ ଟଙ୍କା ଆଦାୟ କରିଥିଲେ ।

ବିଦ୍ୟୁତ କର ଓ ଶୁଳ୍କ

ବିଦ୍ୟୁତ କର ଓ ଶୁଳ୍କ ବାବଦକୁ ରାଜ୍ୟ ସରକାର ଆର୍ଥିକ ବର୍ଷ 2020-21ରେ 3 ହଜାର 150 କୋଟି ଟଙ୍କା ଆଦାୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । କିନ୍ତୁ ଡିସେମ୍ବର 2020 ସୁଦ୍ଧା ଆଦାୟ ହୋଇଥିବା ପରିମାଣ ଲକ୍ଷ୍ୟ ଧାର୍ଯ୍ୟର 75.21 ପ୍ରତିଶତ ଟଙ୍କା ଆଦାୟ ହୋଇଛି, ଯାହାର ପରିମାଣ ରହିଛି 2ହଜାର 369 କୋଟି 19 ଲକ୍ଷ ଟଙ୍କା । ଡିସେମ୍ବର 2019 ମସିହା ସୁଦ୍ଧା ବିଦ୍ୟୁତ କର ଓ ଶୁଳ୍କ ବାବଦକୁ 277 କୋଟି 96 ଲକ୍ଷ ଟଙ୍କା ଆଦାୟ ହୋଇଥିଲା । 2020 ଡିସେମ୍ବର ସୁଦ୍ଧା ଆଦାୟ ହୋଇଥିବା ପରିମାଣ ଡିସେମ୍ବର 2019 ଯାଏଁ ଆଦାୟ ହୋଇଥିବା ପରିମାଣ ଠାରୁ 14.02 ପ୍ରତିଶତ ଅଧିକ ରହିଛି ।

ଭୂ-ରାଜସ୍ୱ କର

ଏହି କର ବାବଦକୁ ଆର୍ଥିକ ବର୍ଷ 2020-21ରେ 510 କୋଟି ଟଙ୍କା ଆଦାୟ କରିବା ନେଇ ଲକ୍ଷ୍ୟ ରଖିଥିଲେ । ଡିସେମ୍ବର 2020 ସୁଦ୍ଧା 282 କୋଟି ଟଙ୍କା ଆଦାୟ ହୋଇଥିଲା, ଯାହାକି ଲକ୍ଷ୍ୟ ଧାର୍ଯ୍ୟ ପରିମାଣର 55.29 ପ୍ରତିଶତ ରହିଛି । ଏହା ସହିତ ଏହି ପରିମାଣ ଡିସେମ୍ବର 2019 ସୁଦ୍ଧା ଆଦାୟ ହୋଇଥିବା ପରିମାଣ ଠାରୁ 8.28 ପ୍ରତିଶତ ଅଧିକ ରହିଛି ।

ଷ୍ଟାମ୍ପ ଓ ରେଜିଷ୍ଟ୍ରେସନ୍ ଫି

ଷ୍ଟାମ୍ପ ଓ ରେଜିଷ୍ଟ୍ରେସନ୍ ଫି ବାବଦକୁ 2020-21 ଆର୍ଥିକ ବର୍ଷରେ 3ହଜାର କୋଟି ଆଦାୟ କରିବା ନେଇ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । ଡିସେମ୍ବର 2020 ସୁଦ୍ଧା 2ହଜାର 291 କୋଟି 90 ଟଙ୍କା ଆଦାୟ ହୋଇଥିଲା, ଯାହାକି ଲକ୍ଷ୍ୟ ଧାର୍ଯ୍ୟ ପରିମାଣର 76.4 ପ୍ରତିଶତ ରହିଛି ।

ଯାନବାହନ କର

ରାଜ୍ୟ ସରକାର ଯାନବାହନ କର ବାବଦକୁ ଆର୍ଥିକ ବର୍ଷ 2020-21ରେ 2 ହଜାର କୋଟି ଟଙ୍କା ଆଦାୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର 2020 ସୁଦ୍ଧା 973 କୋଟି 74 ଲକ୍ଷ୍ୟ ଟଙ୍କା ଆଦାୟ ହୋଇଛି । ଆଦାୟ ହୋଇଥିବା ଏହି ପରିମାଣ ଲକ୍ଷ୍ୟ ଧାର୍ଯ୍ୟ ପରିମାଣର 48.69 ପ୍ରତିଶତ ରହିଛି । ଗତ ଆର୍ଥିକ ବର୍ଷ 2019 ଡିସେମ୍ବର ସୁଦ୍ଧା ଏହି କର ବାବଦକୁ 1 ହଜାର 263 କୋଟି 49 ଲକ୍ଷ ଟଙ୍କା ଆଦାୟ ହୋଇଥିଲା ।

ଅଣଟିକସ୍ ରାଜସ୍ୱ (ଖଣି, ଜଳ କର, ସୁଧ ପ୍ରାପ୍ତି, ଲାଭାଂଶ ଓ ଅନ୍ୟାନ୍ୟ କର)

ଖଣି, ଜଳ, ସୁଧ ପ୍ରାପ୍ତି, ଲାଭାଂଶ ଓ ଅନ୍ୟାନ୍ୟ କର ବାବଦକୁ ରାଜ୍ୟ ସରକାର 2020-21 ଆର୍ଥିକ ବର୍ଷରେ 17 ହଜାର 650 କୋଟି ଟଙ୍କା ଆଦାୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଏହି ବାବଦକୁ ଡିସେମ୍ବର 2020 ସୁଦ୍ଧା 12ହଜାର 167 କୋଟି 33 ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ଡିସେମ୍ବର 2019 ସୁଦ୍ଧା ଆଦାୟ ହୋଇଥିବା ପରିମାଣ ଠାରୁ ଏହା 27.53 ପ୍ରତିଶତ ଅଧିକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+