Get Updates
Get notified of breaking news, exclusive insights, and must-see stories!

2023 ରେ ଖରାପ ହେବ ଆର୍ଥିକ ପରିସ୍ଥିତି, ଜାଣନ୍ତୁ ଭାରତ ଉପରେ କ'ଣ ରହିଛି IMF ର ପୂର୍ବାନୁମାନ

କ୍ରିଷ୍ଟାଲିନା କହିଛନ୍ତି ଯେ 2022 ମସିହାରେ ବିଶ୍ୱ ଅର୍ଥନୀତିର ଏକ ତୃତୀୟାଂଶ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ଏବଂ ନୂତନ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହେବ । 2023 ମସିହାରେ ଆମେରିକା, ୟୁରୋପୀୟ ୟୁନିଅନ୍ ,ଚୀନ୍ ଅର୍ଥନୀତି ବୃଦ୍ଧିରେ ମନ୍ଥର ଆସିବ

ନୂଆଦିଲ୍ଲୀ: 2023 ବର୍ଷ ସମଗ୍ର ବିଶ୍ୱ ପାଇଁ କଷ୍ଟସାଧ୍ୟ ପ୍ରମାଣିତ ହେବାକୁ ଯାଉଛି । ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିୱା ଏ ନେଇ ଚେତାବନୀ ଦେଇଛନ୍ତି । କ୍ରିଷ୍ଟାଲିନା କହିଛନ୍ତି ଯେ 2022 ମସିହାରେ ବିଶ୍ୱ ଅର୍ଥନୀତିର ଏକ ତୃତୀୟାଂଶ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ଏବଂ ନୂତନ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହେବ । ସେ କହିଛନ୍ତି ଯେ 2023 ମସିହାରେ ଆମେରିକା, ୟୁରୋପୀୟ ୟୁନିଅନ୍ ଏବଂ ଚୀନ୍ ଅର୍ଥନୀତି ବୃଦ୍ଧିରେ ମନ୍ଥର ଆସିବ ।

IMF

ରବିବାର ଦିନ ସିବିଏସ୍ କାର୍ଯ୍ୟକ୍ରମ 'ଫେସ୍ ଦି ନେସନ୍'ରେ କ୍ରିଷ୍ଟାଲିନା କହିଛନ୍ତି ଯେ ବିଶ୍ୱର ତିନୋଟି ଅର୍ଥନୀତି ଆମେରିକା, ୟୁରୋପୀୟ ଦେଶ ଏବଂ ଚୀନ୍ ... ସମସ୍ତେ ଏକାଠି ମନ୍ଥର ଗତିରେ ଅଛନ୍ତି । ସେ କହିଛନ୍ତି ଯେ ଏହାର ପ୍ରଭାବ ବହୁତ ଗମ୍ଭୀର ହେବାକୁ ଯାଉଛି । ଏପରି ମାନ୍ଦାବସ୍ଥାର ସାମ୍ନା କରୁନଥିବା ଦେଶରେ ମଧ୍ୟ 2023 ରେ କୋଟି କୋଟି ଲୋକଙ୍କୁ ମନ୍ଦାବସ୍ଥା ଦେଇ ଗତି କରିବା ଭଳି ଲାଗିବ । ୟୁକ୍ରେନ ଯୁଦ୍ଧ ଏବଂ ସୁଧ ହାରରେ ଦ୍ରୁତ ବୃଦ୍ଧି ମଧ୍ୟରେ IMF ନିଜର ବୈଶ୍ୱିକ ବିକାଶ ହାରକୁ ଜୁଲାଇରେ 2.9 ପ୍ରତିଶତରୁ ହ୍ରାସ କରି ଅକ୍ଟୋବରରେ 2.7 ପ୍ରତିଶତ କରିଛି ।

2023 ଚୀନ୍ ପାଇଁ ହେବ କଷ୍ଟକର

ଆଇଏମ୍ଏଫ୍ ମୁଖ୍ୟ ଆହୁରି ଚେତାବନୀ ଦେଇଛନ୍ତି ଯେ 2023 ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ପାଇଁ କଷ୍ଟସାଧ୍ୟ ପ୍ରମାଣିତ ହେବାକୁ ଯାଉଛି । କାରଣ ଶୂନ କୋଭିଡ୍ ନୀତି ଚୀନ୍‌କୁ ନାଟକୀୟ ଭାବରେ 'ମନ୍ଥର କରିଦେଇଛି' । "40 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ 2022 ରେ ଚୀନ୍‌ର ଅଭିବୃଦ୍ଧି ବିଶ୍ୱ ଅର୍ଥନୀତିର ହାରାହାରି ଠାରୁ କମ୍ ହେବ ବୋଲି ଆକଳନ କରାଯାଇଛି । ଏହା ପ୍ରଥମ ଥର ପାଇଁ ଏପରି ହେଉଛି । ଏହା ପୂର୍ବରୁ ଚୀନରେ ଏପରି କେବେ ହୋଇ ନଥିଲା ବୋଲି କ୍ରିଷ୍ଟାଲିନା କହିଛନ୍ତି । ସେ କହିଛନ୍ତି ଯେ ଆସନ୍ତା କିଛି ମାସ ଚୀନ୍ ପାଇଁ କଷ୍ଟସାଧ୍ୟ ହେବ । ପରବର୍ତ୍ତୀ ତିନି, ଚାରି, ପାଞ୍ଚ କିମ୍ବା ଛଅ ମାସ ପାଇଁ କରୋନା କଟକଣାକୁ କୋହଳ କରିବା ଅର୍ଥ ହେଉଛି ଜଙ୍ଗଲୀ ନିଆଁ ପରି ଭାଇରସର ବିସ୍ତାରକୁ ଦେଖିବା ।

କ୍ରିଷ୍ଟାଲିନା କହିଛନ୍ତି ଯେ କରୋନା ପୂର୍ବରୁ ଚୀନ୍ ବିଶ୍ୱର ବିକାଶର ପ୍ରାୟ 35 ପ୍ରତିଶତ ଯୋଗଦାନ ଦେଇଆସୁଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଚୀନ୍‌ର ପ୍ରାଧାନ୍ୟ ଆଉ ନାହିଁ । କହିବାକୁ ଗଲେ ଏ ବର୍ଷ ଏସୀୟ ଅର୍ଥନୀତି ପାଇଁ ଅତ୍ୟନ୍ତ ଚାପଗ୍ରସ୍ତ ହେବାକୁ ଯାଉଛି । କ୍ରିଷ୍ଟାଲିନା କହିଛନ୍ତି ଯେ ଯେତେବେଳେ ସେ ଅର୍ଥନୀତି ପ୍ରସଙ୍ଗରେ ଏସୀୟ ନେତାଙ୍କ ସହ କଥାବାର୍ତ୍ତା କରନ୍ତି, ସେତେବେଳେ କେବଳ ଗୋଟିଏ ପ୍ରଶ୍ନ ଥାଏ - ଚୀନ୍ ସହିତ କ'ଣ ହେବ ? ଚୀନ୍ ପୁନର୍ବାର ଏକ ଉଚ୍ଚ ସ୍ତରର ବିକାଶ ହାସଲ କରିବାକୁ ସକ୍ଷମ ହେବ କି ?

ୟୁରୋପ ବୁଡ଼ିଯିବ, ଆମେରିକା ବଞ୍ଚିବ ?

ବର୍ଷ ଶେଷ ସୁଦ୍ଧା ଚୀନ୍‌ର ଅବସ୍ଥା ଭଲ ହେବାର ସମ୍ଭାବନା ରହିଛି ବୋଲି କ୍ରିଷ୍ଟାଲିନା ପ୍ରକାଶ କରିଛନ୍ତି । ଯଦିଓ ଏହା ପୂର୍ବ ପରି ହେବା ନେଇ ଅନେକ ଜିନିଷ ଉପରେ ନିର୍ଭର କରେ । ୟୁରୋପ ବିଷୟରେ କ୍ରିଷ୍ଟାଲିନା କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ହେତୁ ୟୁରୋପୀୟ ୟୁନିଅନର ଅବସ୍ଥା ବିଗିଡି ଯାଇଛି । ସେ କହିଛନ୍ତି ଯେ ଚଳିତ ବର୍ଷ ୟୁରୋପର ଅଧା ମାନ୍ଦାବସ୍ଥାର ଶିକାର ହେବ । ଆମେରିକା ବିଷୟରେ ସେ କହିଛନ୍ତି ଯେ ଏହି ମାନ୍ଦାବସ୍ଥାର ପ୍ରଭାବ ଆମେରିକାରେ ମଧ୍ୟ ଦେଖାଯିବ, କିନ୍ତୁ ତିନୋଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ଆମେରିକାର ଅର୍ଥନୀତି ସବୁଠାରୁ ଅଧିକ ସ୍ଥିର ଅଟେ । ତେଣୁ ମାନ୍ଦାବସ୍ଥାର ପ୍ରକୋପରୁ ଆମେରିକା ବର୍ତ୍ତିଯିବ ।

କଣ ହେବ ଭାରତର ଅବସ୍ଥା ?

ଜର୍ଜିୱା ସିଧାସଳଖ ଭାରତ ବିଷୟରେ କୌଣସି ପୂର୍ବାନୁମାନ କରିନାହାଁନ୍ତି, କିନ୍ତୁ ଆର୍ଥିକ ମାନ୍ଦାବସ୍ଥା ପ୍ରଭାବ ସବୁ ଦେଶ ଉପରେ ପଡ଼ିବ ବୋଲି ବୋଲି ସେ କହିଛନ୍ତି । ଯଦିଓ ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଅକ୍ଟୋବରରେ କହିଥିଲେ ଯେ 2023 ମସିହାରେ ଭାରତ ସମଗ୍ର ବିଶ୍ୱରେ ନିଜର ଚିହ୍ନ ଛାଡିବ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇଥିବାରୁ ଏହି କଠିନ ସମୟ ସତ୍ତ୍ୱେ ଭାରତ ବର୍ତ୍ତମାନର ଅନ୍ଧକାରରେ ଏକ ଉଜ୍ଜ୍ୱଳ ସ୍ଥାନ କୁହାଯିବା ଯୋଗ୍ୟ । ଜର୍ଜିୱା କହିଥିଲେ ଯେ ଗଠନମୂଳକ ସଂସ୍କାରରେ ଭାରତ ଆଗରେ ଅଛି ଏବଂ ଡିଜିଟାଇଜେସନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+