ପୁରୁଣା ସ୍ମାର୍ଟଫୋନ୍ ବିକ୍ରି କରୁଛନ୍ତି କି ? କରିନିଅନ୍ତୁ ଏହି କେତୋଟି କାମ, ନହେଲେ ଲିକ୍ ହୋଇଯିବ ଆପଣଙ୍କ ଫଟୋ ଓ ତଥ୍ୟ !

ବଜାରକୁ ଅଧିକା ଫିଚର ସହିତ ନୂଆ ମଡେଲ ଆସିଗଲେ, ଆମେ ସେହି ନୂଆ ମୋବାଇଲ କିଣିବାକୁ ମନ ବଳାଇଥାନ୍ତି । କେତେକ ଉପଭୋକ୍ତା ନିଜର ପୁରୁଣା ଫୋନ୍ ମଧ୍ୟ ବିକ୍ରି କରିଥାନ୍ତି । ଏହ ସମୟରେ ଆପଣଙ୍କ ଫୋନରେ ରହିଯାଇଥିବା ଡାଟା ଲିକ୍ ହେବାର ଆଶଙ୍କା ରହିଛି ।

ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ବଜାରକୁ ଅଧିକା ଫିଚର ସହିତ ନୂଆ ମଡେଲ ଆସିଗଲେ, ଆମେ ସେହି ନୂଆ ମୋବାଇଲ କିଣିବାକୁ ମନ ବଳାଇଥାନ୍ତି । କେତେକ ଉପଭୋକ୍ତା ନିଜର ପୁରୁଣା ଫୋନ୍ ମଧ୍ୟ ବିକ୍ରି କରିଥାନ୍ତି । ଏହ ସମୟରେ ଆପଣଙ୍କ ଫୋନରେ ରହିଯାଇଥିବା ଡାଟା ଲିକ୍ ହେବାର ଆଶଙ୍କା ରହିଛି । ଏହି ସବୁ ଅସୁବିଧାରୁ ବର୍ତ୍ତିବା ପାଇଁ ଆପଣଙ୍କୁ ଫୋନ୍ ବିକ୍ରି କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ପୁରୁଣା ଫୋନ୍ ବିକ୍ରି କରିବା ପୂର୍ବରୁ କଣ କରିବେ, ଯାହା ଦ୍ୱାରା ଆପଣଙ୍କର କୌଣସି ଡାଟା ଲିକ୍ ହେବାର ଆଶଙ୍କା ଆଉ ରହିବ ନାହିଁ ।

samrt-phone

ଗୁଗୁଲ୍ ଆଇଡିକୁ ଲକ୍ କରନ୍ତୁ

ପୁରୁଣା ସ୍ମାର୍ଟ ଫୋନ୍ ବିକ୍ରି କରିବା ପୂର୍ବରୁ ଆପଣ ସେଥିରେ ଲଗ୍ ଇନ୍ ଥିବା ଗୁଗୁଲ୍ ଆଇଡିକୁ ଲଗ୍ ଆଉଟ୍ କରନ୍ତୁ । ଏଥିରେ ସାଧାରଣତଃ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ସବୁ ଗଚ୍ଛିତ ରହିଥାଏ । ଯାହାକୁ ଆପଣ ଲିକ୍ ହେବା ଆଶଙ୍କାରୁ ବର୍ତ୍ତି ପାରିବେ ।

ଗୁଗୁ୍ଲ ଆକାଉଣ୍ଟକୁ ଲଗ୍ ଆଉଟ୍ କରିବା ପାଇଁ ଆପଣ ୟୁଜର୍ ଏବଂ ଆକାଉଣ୍ଟ ଅପ୍ସନକୁ ଯାଆନ୍ତୁ । ଏହା ପରେ ଆପଣ ସେଥିରେ ଥିବା ରିମୁଭ୍ ବିକଳ୍ପକୁ ଚୟନ କରି ଗୁଗୁଲ୍ ଆକାଉଣ୍ଟକୁ ପୁରୁଣା ଫୋନରୁ ଲଗ୍ ଆଉଟ୍ କରି ପାରିବେ ।

ଡାଟା ବ୍ୟାକ୍ ଅପ୍ କରନ୍ତୁ

ଯଦି ଆପଣ ନିଜର ପୁରୁଣା ଫୋନରେ ଥିବା ଫଟୋ, ଭିଡ଼ିଓ, ମେଲ୍ ଆଇଡି ବା ଅନ୍ୟ କୌଣସି ବ୍ୟକ୍ତିଗତ ଡାଟା ଲିକରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ମୋବାଇଲ ଆଉ କାହାକୁ ଦେବା ପୂର୍ବରୁ ଡାଟା ବ୍ୟାକଅପ୍ ନିଶ୍ଚିତ କରନ୍ତୁ । ଡାଟା ବ୍ୟାକ୍ ଆପ୍ କରିବା ପାଇଁ ସେଟିଂକୁ ଯାଇ ସେଥିରେ ଥିବା ବ୍ୟାକ୍ ଅପ୍ ବିକଳ୍ପକୁ ଚୟନ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସମସ୍ତ ଫଟୋ, ଭିଡ଼ିଓ, ଡକ୍ୟୁମେଣ୍ଟ ଆଦି ଗୁଗୁଲ୍ ଡ୍ରାଇଭରେ ଗଚ୍ଛିତ ହୋଇ ରହିଯିବ ।

ସ୍ମାର୍ଟଫୋନ୍ ପାସୱାର୍ଡ ଡିଲିଟ୍ କରନ୍ତୁ

ପୁରୁଣା ଫୋନ୍ ବିକ୍ରି କରିବା ପୂର୍ବରୁ ସମସ୍ତ ଆପ୍ଲିକେସନ୍ କିମ୍ବା ଅନ୍ୟ ସ୍ତାନରୁ ପାସ୍ଓ୍ୱାର୍ଡକୁ ଡିଲିଟ୍ କରନ୍ତୁ । କେତେକ ସମୟରେ ଆମେ କୌଣସି ଆଇଡି ଲଗ୍ ଇନ୍ କରିବା ସମୟରେ ଏହାର ପାସ୍ଓ୍ୱାର୍ଡ ସେଭ୍ କରିଦେଇଥାନ୍ତି । ଯଦି ଏହି ସବୁ ପାସ୍ଓ୍ୱାର୍ଡ ଡିଲିଟ୍ ନକରନ୍ତି, ତେବେ ଆପଣଙ୍କ ଆକାଉଣ୍ଟର ଅପବ୍ୟବହାର ହେବା ସହ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ଆଶଙ୍କା ଥାଏ । ତେଣୁ ଫୋନ୍ ବିକ୍ରି କରିବା ପୂର୍ବରୁ ସମସ୍ତ ପାସ୍ଓ୍ୱାର୍ଡକୁ ଡିଲିଟ୍ କରନ୍ତୁ ।

ପାସ୍ଓ୍ୱାର୍ଡ ଡିଲିଟ୍ କରିବା ପାଇଁ ବ୍ରାଉଜର ପ୍ରୋଫାଇଲକୁ ଯାଆନ୍ତୁ । ଏଥିରେ ଥିବା ସେଭ୍ ପାସ୍ଓ୍ୱାର୍ଡ ବିକଳ୍ପକୁ ଚୟନ କରିବା ଫଳରେ ଏଥିରେ ସେଭ୍ ଥିବା ସମସ୍ତ ପାସ୍ଓ୍ୱାର୍ଡ ଆପଣ ଦେଖିପାରିବେ । ଏହା ପାଖରେ ଥିବ ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରି ସେଥିରେ ଥିବା ଡିଲିଟ୍ ବା ରିମୁଭ୍ ଚୟନ କରି ପାସ୍ଓ୍ୱାର୍ଡ ଏବଂ ଲଗ୍ ଇନ୍ ଆଇଡି ଡିଲିଟ୍ କରିପାରିବେ ।

ସ୍ମାର୍ଟ ଫୋନକୁ ରିଷ୍ଟୋର ଫ୍ୟାକ୍ଟରି କରନ୍ତୁ

ଫୋନ୍ ବିକ୍ରି କରିବା ପୂର୍ବରୁ ଉପରୋକ୍ତ ସମସ୍ତ ପଦକ୍ଷେପ ଅନୁସରଣ କରିବା ପରେ ଶେଷରେ ଆପଣ ଫୋନକୁ ରିଷ୍ଟୋର ଫ୍ୟାକ୍ଟରି ରିସେଟ୍ କରିବାକୁ ହେବ । ଏଥିପାଇଁ ଆପଣ ଫୋନର ସେଟିଂକୁ ଯାଇ ସଥିରେ ଥିବା ବ୍ୟାକ୍ ଅପ୍ ଏବଂ ରିଷ୍ଚୋର ଫ୍ୟାକ୍ଚରି ଅପସନକୁ ଚୟନ କରନ୍ତୁ । ଏହା ପରେ ସେଥିରେ ଆପଣଙ୍କୁ ରିସେଟ୍ ଫୋନ୍ ଦେଖାଇବ । ସେଥିରେ କ୍ଲିକ୍ କରିବା ପରେ ଆପଣଙ୍କ ପୁରୁଣା ଫଓନର ସମସ୍ତ ଡାଟା ଡିଲିଟ୍ ହୋଇଯିବ ଏବଂ ଆପଣ ନିସଙ୍କୋଚରେ ଏହାକୁ ବିକ୍ରି କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+